ETV Bharat / business

କ୍ଷୁଦ୍ର ବ୍ୟବାସାୟୀଙ୍କ ପାଇଁ 109 କୋଟି ଦେବ ଗୁଗୁଲ

author img

By

Published : Feb 17, 2021, 10:05 PM IST

ଭାରତ କ୍ଷୁଦ୍ର ଏବଂ ମାଇକ୍ରୋ ଉଦ୍ୟୋଗକୁ ସହାୟତା କରିବକୁ ଆଗେଇ ଆସିଛି ଗୁଗୁଲ । ଏମାନଙ୍କ ସହାୟତା ପାଇଁ କମ୍ପାନୀ 15 ମିଲିୟନ ଡଲାର (ପ୍ରାୟ 109 କୋଟି ଟଙ୍କା) ଦେବ ବୋଲି ବୁଧବାର କହିଛି ଗୁଗୁଲ । ଅଧିକ ପଢନ୍ତୁ..

କ୍ଷୁଦ୍ର ବ୍ୟବାସାୟୀଙ୍କ ପାଇଁ 109 କୋଟି ଦେବ ଗୁଗୁଲ
କ୍ଷୁଦ୍ର ବ୍ୟବାସାୟୀଙ୍କ ପାଇଁ 109 କୋଟି ଦେବ ଗୁଗୁଲ

ନୂଆଦିଲ୍ଲୀ: କୋଭିଡ -19 ମହାମାରୀରେ ଗଭୀର ଭାବେ ପ୍ରଭାବିତ ହୋଇଥିବା ଭାରତ କ୍ଷୁଦ୍ର ଏବଂ ମାଇକ୍ରୋ ଉଦ୍ୟୋଗକୁ ସହାୟତା କରିବକୁ ଆଗେଇ ଆସିଛି ଗୁଗୁଲ । ଏମାନଙ୍କ ସହାୟତା ପାଇଁ କମ୍ପାନୀ 15 ମିଲିୟନ ଡଲାର (ପ୍ରାୟ 109 କୋଟି ଟଙ୍କା) ଦେବ ବୋଲି ବୁଧବାର କହିଛି ଗୁଗୁଲ ।

ଆମେରିକାର ବାହାର ଛୋଟ ବ୍ୟବସାୟକୁ ସାହାଯ୍ୟ କରିବା ଗୁଗୁଲ ପ୍ରତିଶ୍ରୁତି ଦେଇଥିବା 75 ମିଲିୟନ ଡଲାର ସହାୟତାର ଏକ ଅଂଶ ଏହି ବିନିଯୋଗ । କମ୍ପାନୀ ଏକ ବିବୃତ୍ତିରେ କହିଛି କି, ଭାରତରେ ଆମେ 15 ମିଲିୟନ ଡଲାର ନିବେଶ କରି ସମଗ୍ର ଭାରତ କ୍ଷୁଦ୍ର ଓ ମାକ୍ରୋ ଉଦ୍ୟୋଗୀଙ୍କୁ ସହଯୋଗ କରିବୁ । ଏଥିପାଇଁ ଆମେ ସ୍ଥାନୀୟ ସହଭାଗୀତାଙ୍କ ସହ ଆଲୋଚନା କରିବୁ । ’’

ଗତ ବର୍ଷ ମହାମାରୀ କୋରୋନା ଗ୍ରାସ ସମୟରେ , ଗୁଗୁଲ 200 ମିଲିୟନ ଡଲାରର ପୁଞ୍ଜି ବିନିଯୋଗ ପାଣ୍ଠି ଘୋଷଣା କରିଥିଲା । ​​ଯେଉଁଥିରେ 800 ମିଲିୟନ ଡଲାରରୁ ଅଧିକ କ୍ଷୁଦ୍ର ବ୍ୟବସାୟକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।

ଭାରତର ଡିଜିଟାଲ ଅର୍ଥନୀତିକୁ ତ୍ବରାନ୍ବିତ କରିବା ପାଇଁ 75 ହଜାର କୋଟି ଟଙ୍କା ନିବେଶ ପାଇଁ ଗତ ବର୍ଷ ଜୁଲାଇରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଘୋଷଣା କରିଥିଲେ । ସେ କହିଥିଲେ ଡିଜିଟାଲ ଅର୍ଥବ୍ୟବସ୍ଥାକୁ ଆଗକୁ ନେବା ପାଇଁ କମ୍ପାନୀ ଆଗାମୀ 5ରୁ 7 ବର୍ଷ ମଧ୍ୟରେ 10 ବିଲିୟନ ଡଲାର ବା 75 ହଜାର କୋଟି ନିବେଶ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.