ETV Bharat / business

କୋରୋନା ବିପଦ: ଗୁଗୁଲ ମ୍ୟାପ ଦେଖାଇବ ଫୁଡ ଓ ନାଇଟ ସେଲଟର - ସରକାରଙ୍କ ସହ ହାତ ମିଳାଇଲା ଗୁଗୁଲ

କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏହି ସମୟରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପହଞ୍ଚାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଛି ଗୁଗୁଲ ।

google maps to show locations of covid-19 food and night shelters in india
କୋରୋନା ବିପଦ: ଗୁଗୁଲ ମ୍ୟାପ ଦେଖାଇବ ଫୁଡ ଓ ନାଇଟ ସେଲଟର
author img

By

Published : Apr 6, 2020, 11:02 PM IST

ନୂଆଦିଲ୍ଲୀ: ଅଜଣା ସହରରେ ବାଟ କଢେଇ ନେବାକୁ ଅନେକ ସାହାଯ୍ୟ କରିଥାଏ ଗୁଗୁଲ ମ୍ୟାପ । ହେଲେ ଏବେ ଏହା କୋରୋନା ଯୁଦ୍ଧରେ ସାମିଲ ହୋଇ ସାଧାରଣ ଜନତାଙ୍କୁ କରିବ ସହଯୋଗ । ଭୋଜନ ବିତରଣ କେନ୍ଦ୍ର ସହ ରାତ୍ରି ଆଶ୍ରୟସ୍ଥଳୀ ସମ୍ବନ୍ଧରେ ଦେବ ସୂଚନା ।

କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏହି ସମୟରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପହଞ୍ଚାଇବାକୁ ଗୁଗୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଛି ।

କମ୍ପାନୀ କହିଛି ଯେ ସମଗ୍ର ଦେଶରେ 30 ସହରରର ଲୋକ ଗୁଗୁଲ ମ୍ୟାପ, ଗୁଗୁଲ ସର୍ଚ୍ଚ ଓ ଗୁଗୁଲ ଆସିଷ୍ଟାଣ୍ଟ(Google assistant) ଉପଯୋଗ କରି ଏହି ସବୁ ସ୍ଥାନର ସୂଚନା ପାଇପାରିବେ । ଏହି ସ୍ଥାନଗୁଡିକର ସୂଚନା ପାଇବା ପାଇଁ ୟୁଜର୍ସଙ୍କୁ ଉପରୋକ୍ତ କୌଣସି ସେବା ପେଜରେ ଯାଇ ସର୍ଚ୍ଚରେ ‘ଫୁଡ ସେଲ୍ଟର୍ସ’ କିମ୍ବା ‘ନାଇଟ ସେଲ୍ଟର’ ଏବଂ ସହରର ନାଁ ଲେଖିବାକୁ ହେବ ।

ଏହି ସେବା ହିନ୍ଦୀରେ ମଧ୍ୟ ଉପଲବ୍ଧ ରହିବ । କମ୍ପାନୀ କହିଛି ଯେ, ସେ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଏହି ସେବା ଉପଲବ୍ଧ ପାଇଁ ଚେଷ୍ଟା କରୁଛି ।

ଗୁଗୁଲ ଇଣ୍ଡିଆର ବରିଷ୍ଠ ପ୍ରୋଗାମ ମ୍ୟାନେଜର ଅନିଲ ଘୋଷ କହିଛନ୍ତି ଯେ, କୋଭିଡ-19 ସଂକ୍ରମଣ ସ୍ଥିତିକୁ ଦେଖି ଆମେ ଏହି ସମାଧାନ ପ୍ରସ୍ତୁତ କରିବାରେ ଲଗାତାର ଲାଗିଛୁ । ଯାହା ଦ୍ବାରା ସାଧାରଣ ଲୋକଙ୍କୁ ସ୍ଥାନ ସନ୍ଧାନରେ ସହଯୋଗ ମିଳିବ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.