ନୂଆଦିଲ୍ଲୀ: ବହୁ ଆର୍ଥିକ ଏଜେନ୍ସି ସଂସ୍ଥା ପରେ ଭାରତର ଅଭିବୃଦ୍ଧି ନେଇ ୟୁଟର୍ଣ୍ଣ ମାରିଲା ଗୋଲ୍ଡମ୍ୟାନ ସାଚ । କୋରୋନା ସଂକ୍ରମଣ ଭୟବହତା ମଧ୍ୟରେ ବହୁ ରାଜ୍ୟ ତଥା ସହରରେ ଲକଡାଉନ ଲାଗୁ ଯୋଗୁଁ ପ୍ରଭାବିତ ହୋଇଛି ଆର୍ଥିକ ଗତିବିଧି । ଏହାକୁ ଦୃଷ୍ଟିରେ ରଖି 2021-22 ରେ ଭାରତର ବୃଦ୍ଧି ହାର ପୂର୍ବାନୁମାନ 11.7 ପ୍ରତିଶତରୁ ଖସାଇ 11.1 ପ୍ରତିଶତ କରିଛି ଗୋଲ୍ଡମ୍ୟାନ ସାଚ ।
ଭାରତରେ କୋରୋନା ଭାଇରସ ସଂକ୍ରମଣ ଦ୍ବିତୀୟ ଲହର ଭୟାନକ ରୂପ ନେଲେଣି । ମହାମାରୀ ଏବେ ସୁଦ୍ଧା 2.22 ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଯେତେବେଳେ କି ପ୍ରତି ଦିନ ସଂକ୍ରମଣର 3.5 ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିଯୋଗୁଁ ସମଗ୍ର ଦେଶରେ କଡା ଲକଡାଉନ ଦାବି ଜୋର ଧରିଛି । ତେବେ ଆର୍ଥିକ କ୍ଷତିକୁ ଦେଖି ମୋଦି ସରକାର ଏବେ ସୁଦ୍ଧା ଏହି ପଦକ୍ଷେପରୁ ପଛଘୁଞ୍ଚା ଦେଉଛନ୍ତି ।
ଏଜେନ୍ସିର ଏକ ରିପୋର୍ଟରେ କୁହାଯାଇଛି କି, ଲକଡାଉନର ତୀବ୍ରତା ଗତ ବର୍ଷ ତୁଳନାରେ କମ ରହିଛି । ଏହା ପରେ ବି ଭାରତର ପ୍ରମୁଖ ସହରରେ କଡା କଟକଣାର ପ୍ରଭାବ ସ୍ପଷ୍ଟ ଦେଖାଦେଉଛି ।
ସହରଗୁଡିକରେ କଡା ଲକଡାଉନ ସେବା ଉପରେ ବିଶେଷ ପ୍ରଭାବ ପକାଇଛି । ଏହା ବ୍ୟତୀତ ବିଦ୍ୟୁତ୍ ବ୍ୟବହାର ଓ ଏପ୍ରିଲରେ ବିନିର୍ମାଣ ପିଏମଆଇ ସ୍ଥିର ରହିବା ଯୋଗୁଁ ବିନିର୍ମାଣ କ୍ଷେତ୍ର ଉପରେ ପ୍ରଭାବ ପଡୁଥିବା ସଙ୍କେତ ମିଳିଛି ।