ETV Bharat / business

ସର୍ବକାଳୀନ ରେକର୍ଡ, ପ୍ରଥମ ଥର 38,470 ଛୁଇଁଲା ସୁନା - gold price

ସର୍ବକାଳୀନ ରେକର୍ଡ ସ୍ଥରରେ ସୁନାର ଦାମ । 10 ଗ୍ରାମ ସୁନା 38,470 ଛୁଇଁଥିବା ବେଳେ 1 କିଲୋ ରୂପା 44,330 ଟଙ୍କା ରହିଛି।

ପ୍ରତିକାତ୍ମକ ଫଟୋ
author img

By

Published : Aug 9, 2019, 1:43 PM IST

Updated : Aug 9, 2019, 2:30 PM IST

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡରେ ସୁନା । ପ୍ରଥମ ଥର 38 ହଜାର ପାର କଲା ଏହାର ଦର । ଆଗକୁ ଦାମ ଆହୁରି ବୃଦ୍ଧି ନେଇ ଆଶଙ୍କା ରହିଛି । ଗୁରୁବାର 10 ଗ୍ରାମ ପିଛା ସୁନା 550 ଟଙ୍କା ବୃଦ୍ଧି ପାଇ 38 ହଜାର 470ରେ ପହଞ୍ଚିଛି । ସେହିପରି 99.5 (22କ୍ୟାରେଟ) ସୁଦ୍ଧ ସୁନା ଦାମ 10 ଗ୍ରାମ ପିଛା 550 ବଢି 38 ହଜାର 300 ଟଙ୍କା ରହିଛି।

ସେହିପରି ରୂପା କିଲୋ ପିଛା 630 ଟଙ୍କା ମହଙ୍ଗା ହୋଇ 44,330 ଟଙ୍କା ଛୁଇଁଛି । ଗତ 10 ଦିନ ଭିତରେ ଗହଣା ଦାମ ହୁ ହୁ ହୋଇ ବଢିଚାଲିଛି । ବୁଧବାର ସୁନା ଦାମ 1113 ଟଙ୍କା ବୃଦ୍ଧି ପାଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ବଢି ଆଉନ୍ସ ପିଛା ପାଖାପାଖୀ 1500 ଡଲାର ଅଛି।

gold prices slipped from record high
ଗତ 10 ଦିନରେ ସୁନା ଦାମ

ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧର ପ୍ରଭାବ ସୁନା ଉପରେ ଦେଖିବାକୁ ମିଳିଛି । ନିବେଶକ ଅଧିକ ଟଙ୍କା ସୁନା ଉପରେ ଲଗାଉଛନ୍ତି । ଏପଟେ ସୁନାର ଚାହିଦା ବୃଦ୍ଧି ପାଉଥିବାରୁ ଦାମ ମଧ୍ୟ ସେହିପରିମାଣରେ ମହଙ୍ଗା ହେଉଛି । ପୁଣି ଘରୋଇ ଅର୍ଥ ବ୍ୟବସ୍ଥାରେ ମନ୍ଦାବସ୍ଥା ଯୋଗୁଁ ଦାମ ବଢୁଛି । ବର୍ତ୍ତମାନର ଦର 2013 ଠାରୁ ସର୍ବାଧିକ ସ୍ତରକୁ ଛୁଇଁଛି । ତେବେ ଏହି ଆକାଶଛୁଆଁ ଦରଦାମ ମଧ୍ୟରେ ମଧ୍ୟବିତ୍ତ ଶ୍ରେଣୀ ସୁନା କିଣିବା ସ୍ବପ୍ନ ହୋଇଗଲାଣି।

Intro:Body:Conclusion:
Last Updated : Aug 9, 2019, 2:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.