ETV Bharat / business

କୋଭିଡ କଟକଣାରୁ ମୁକ୍ତ ଗହଣା ମ୍ୟାନୁଫେକ୍ଚରିଂ ଗତିବିଧି

author img

By

Published : Apr 11, 2021, 5:59 PM IST

କଟକଣାରୁ ମୁକ୍ତ ରତ୍ନ, ଅଳଙ୍କାର ବିନିର୍ମାଣ ଗତିବିଧି । ରତ୍ନ ଏବଂ ଅଳଙ୍କାର ରପ୍ତାନି ପ୍ରୋତ୍ସାହନ ପରିଷଦ (GJEPC) ଏ ନେଇ କହିଛି ।

କୋଭିଡ କଟକଣାରୁ ମୁକ୍ତ ଗହଣା ମ୍ୟୁନୁଫେକ୍ଚରିଂ ଗତିବିଧି

ମୁମ୍ବାଇ: କଟକଣାରୁ ମୁକ୍ତ ରତ୍ନ, ଅଳଙ୍କାର ବିନିର୍ମାଣ ଗତିବିଧି । ଶନିବାର ରତ୍ନ ଏବଂ ଅଳଙ୍କାର ରପ୍ତାନି ପ୍ରୋତ୍ସାହନ ପରିଷଦ (GJEPC) ଏ ନେଇ କହିଛି ।

GJEPC କହିଛି କି ମହାରାଷ୍ଟ୍ର ସରକାର କୋରୋନା ଭାଇରସ ପ୍ରସାପର ଉପରେ ଅଙ୍କୁଶ ଲଗାଇବାକୁ ଲାଗୁ ରାତ୍ରୀ କର୍ଫ୍ୟୁ ଏବଂ ୱିକେଣ୍ଡ ଲକଡାଉନରୁ ରପ୍ତାନୀ ପରିଚାଳନାକୁ ରିଲିଫ ଦେବା ସହ ପରିଚାଳନା ଆରମ୍ଭ ପାଇଁ ଅନୁମତି ଦେଇଛି । ତେବେ ଏହା ଅନୁଯାୟୀ ବିନିର୍ମାଣ ୟୁନିଟରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ସୀମିତ ରହିବ ।

ରତ୍ନ, ଅଳଙ୍କାର ବିନିର୍ମାତାଙ୍କ ସହ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭର୍ଚୁଆଲ ବୈଠକ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ-19ର ଦ୍ବିତୀୟ ଲହର ରୋକିବାକୁ ଲାଗୁ ଜରୁରୀକାଳୀନ ଉପାୟ ଦ୍ବାରା ବିନିର୍ମାଣ ଓ ଆନୁସଙ୍ଗୀକ ଗତିବିଧିକୁ ରିଲିଫ ମିଳିବ ବୋଲି GJEPC ଏକ ବିବୃତ୍ତିରେ କହିଛି ।

ବୈଠକ ସମୟରେ ମହାରାଷ୍ଟ୍ରର ପ୍ରମୁଖ ସଚିବ ଏବଂ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏମାନେ ସ୍ପଷ୍ଟ କରିଛନ୍ତି କି, ଯେବେ ଯାଏଁ କାମ ଚାଲିଥିବ (ସିଫ୍ଟରେ ଥିବ) ସେତେବେଳେ ରତ୍ନ ଏବଂ ଅଳଙ୍କାର ଉତ୍ପାଦନ ଏବଂ ଆନୁସଙ୍ଗୀକ କାର୍ଯ୍ୟକଳାପ ଜରୁରୀକାଳୀନ ପଦକ୍ଷେପରୁ ମୁକ୍ତ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.