ETV Bharat / business

‘ମନେରଖ, ଏହା ଲକଡାଉନ ପୂର୍ବରୁ ଅଭିବୃଦ୍ଧି ହାର’: ଚିଦାମ୍ବରମ

author img

By

Published : May 30, 2020, 12:34 AM IST

ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଜିଡିପି ରିପୋର୍ଟ ପ୍ରକାଶ ପରେ ଚିଦାମ୍ବରଙ୍କ ପ୍ରତିକ୍ରିୟା । ଟ୍ବିଟ କରି କହିଲେ ମନେରଖ , ଏହା ଲକଡାଉନ ପୂର୍ବରୁ ଅଭିବୃଦ୍ଧି .. ଅଧିକ ପଢନ୍ତୁ..

Chidambaram on GDP dip
ଚିଦାମ୍ବରମ

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷ ମୋଟ ଘରୋଇ ଉତ୍ପାଦ(ଜିଡିପି) ହ୍ରାସକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଏହି ହ୍ରାସ ଭାଜପା ସରକାରର ଆର୍ଥିକ ବ୍ୟବସ୍ଥାର କାହାଣୀକୁ ବୟାନ କରୁଛି ବୋଲି ଚିଦାମ୍ବରମ କହିଛନ୍ତି ।

ଚିଦାମ୍ବରମ ଟ୍ବିଟ କରିଛନ୍ତି କି, ‘‘ଆମର ଆକଳନ ଥିଲା କି ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଜିଡିପି 4 ପ୍ରତିଶତ ତଳେ ରହିବ । ହେଲେ ଏହା ଆହୁରି ଖରାପ ସ୍ଥିରେ ରହିବା ସହ 3.1 ପ୍ରତିଶତକୁ ଖସିଛି ।’’

ଏଥିସହ ଆହୁରୀ ମଧ୍ୟ କହିଛନ୍ତି କି, ‘ ମନେ ରଖନ୍ତୁ, ଏହି ସ୍ଥିତି ଲକଡାଉନ ପୂର୍ବର । ଚତୁର୍ଥ ତ୍ରୟମାସର 91 ଦିନ ମଧ୍ୟରୁ କେବଳ 7 ଦିନ ଲକଡାଉନ ରହିଛି ।’

ଶୁକ୍ରବାର ପ୍ରକାଶିତ 2019-20 ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ(ଜାନୁଆରୀ-ମାର୍ଚ୍ଚ)ର ଅଭିବୃଦ୍ଧି ହାର ହ୍ରାସ ପାଇ 3.1 ପ୍ରତିଶତରେ ପହଞ୍ଚିଛି । ଏହା ପୂର୍ବ ଆର୍ଥିକ ବର୍ଷ ସମାନ ତ୍ରୟମାସରେ ଅଭିବୃଦ୍ଧି ହାର 5.7 ପ୍ରତିଶତ ରହିଥିଲା ।

ଏଥିସହ ଗତ ଆର୍ଥିକ ବର୍ଷର ବାର୍ଷିକ ବିକାଶ ଦର 4.2 ପ୍ରତିଶତକୁ ହ୍ରାସ ପାଇଛି । ଯାହା ଏହା ପୂର୍ବ ଆର୍ଥିକ ବର୍ଷ 6.1 ପ୍ରତିଶତ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.