ETV Bharat / business

ଜିଡିପି ଡାଟା: କୃଷିକୁ ରିଲିଫ, ପ୍ରମୁଖ ସେକ୍ଟର ଗଭୀର ଗୁରୁତର

author img

By

Published : Sep 1, 2020, 4:19 PM IST

ଅର୍ଥନୀତିରେ କୋରୋନା ପ୍ରଭାବ ଓ କଟକଣା ମଧ୍ୟରେ ଅଭିବୃଦ୍ଧି ହାର ନକରାତ୍ମକ ରହିଛି । ହେଲେ କୃଷି କ୍ଷେତ୍ର ଏସବୁ ମଧ୍ୟରେ ଭଲ ପ୍ରଦର୍ଶନ କରିଥିବା ବେଳେ ନିର୍ମାଣ, ବ୍ୟାପର, ଯାତ୍ରା ଓ ହୋଟେ ଗଭୀର ଗୁରୁତର ହୋଇଛି । ଅଧିକ ପଢନ୍ତୁ..

ଜିଡିପି ଡାଟା: କୃଷିକୁ ରିଲିଫ ; ପ୍ରମୁଖ ସେକ୍ଟର ଗଭୀର ଗୁରୁତର

ନୂଆଦିଲ୍ଲୀ: 40 ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ଅର୍ଥବ୍ୟବସ୍ଥା ମକଚିଯାଇଛି । ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି ) 23.9 ପ୍ରତିଶତ ହ୍ରାସ ହୋଇଛି । ଲକଡାଉନର ପ୍ରଭାବରେ ଅର୍ଥବ୍ୟବସ୍ଥା ଗତିବିଧି ପ୍ରଭାବିତ ଯୋଗୁଁ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ଅର୍ଥନୀତି ଏବେ ଗଭୀର ସଙ୍କଟ ଦେଇ ଗତି କରୁଛି ।

ଅର୍ଥନୀତିରେ କୋରୋନା ପ୍ରଭାବ ଓ କଟକଣା ମଧ୍ୟରେ ଅଭିବୃଦ୍ଧି ହାର ନକରାତ୍ମକ ରହିଛି । ହେଲେ କୃଷି କ୍ଷେତ୍ର ଏସବୁ ମଧ୍ୟରେ ଭଲ ପ୍ରଦର୍ଶନ କରିଛି ।

ଭାରତର ଅଭିବୃଦ୍ଧି କାହାଣୀରେ ଏକମାତ୍ର ସିଲଭର ଲାଇନ କୃଷି କ୍ଷେତ୍ର ସହିତ ଶେଷ ହୋଇଛି । ଯେଉଁଥିରେ ପୂର୍ବ ସବୁ ତଥ୍ୟ ସାମିଲ ରହିଛି । ଏଥିରେ ବିହନ କ୍ଷେତ୍ରରେ ଅଭିବୃଦ୍ଧି, ସାର ବିକ୍ରୟ ସମେତ ଉନ୍ନତ ପ୍ରଦର୍ଶନକୁ ସୂଚିତ କରିଛି ।

ଏନଏସଓ ରିପୋର୍ଟ ଅନୁସାରେ ମୋଟ ମୂଲ୍ୟଯୁକ୍ତ (ଜିଭିଏ) 22.8 ପ୍ରତିଶତକୁ ଖସିଯାଇଛି । ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଖଣିଜ ଶିଳ୍ପ 23.3 ପ୍ରତିଶତ ସଙ୍କୁଚିତ ହୋଇଛି । ସେହିପରି ଦେଶ ମେରୁଦଣ୍ଡର ମୁଖ୍ୟାଂଶ ବିନିର୍ମାଣ ସେକ୍ଟର 39.9 ପ୍ରତିଶତ ହ୍ରାସ ହୋଇଛି । କାରଣ ଅଧିକାଂଶ ଶ୍ରମିକ ସହରରୁ ନିଦ ଗାଁକୁ ଚାଲିଯାଇଥିଲେ । ଲୋକଙ୍କ ଆୟ ହ୍ରାସ ହୋଇଛିବାରୁ ଘରୋଇ ଚାହିଦା ମଧ୍ୟ କମିଛି ।

ତେବେ ଲକଡାଉନରେ କଟକଣାମୁକ୍ତ କୃଷି କ୍ଷେତ୍ର ରହିଥିବାରୁ ଗତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ର 3 ପ୍ରତିଶତ ବଢିଥିବା ବେଳେ ଏଥର ବି ଏହାର ବିକାଶ ହାର 3.4 ପ୍ରତିଶତ ଅଛି । ସେହିଭଳି ସମୀକ୍ଷା ଅବଧିରେ ନିର୍ମାଣ ସେକ୍ଚର 50.2 ପ୍ରତିଶତ ରହିଛି । ଯୋଗାଯୋଗ, ବାଣିଜ୍ୟ , ହୋଟେଲ , ପରିବହନ ଆଦି 47 ପ୍ରତିଶତ ସଙ୍କୁତିତ ହୋଇଛି ।

ସରକାରଙ୍କ ଚୁଡାନ୍ତ ବ୍ୟୟ 16 ପ୍ରତିଶତ ବଢିଥିବା ବେଳେ ମୋଟ ସ୍ଥିର ପୁଞ୍ଜି ଗଠନ 47 ପ୍ରତିଶତ ଖସିଛି ବୋଲି ଏନଏସଏସ ରିପୋର୍ଟରେ ଦର୍ଶାଯାଇଛି ।

ଏନଏସଓ ତଥ୍ୟ ଅନୁଯାୟୀ, ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ 7.7% ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ଏପ୍ରିଲ-ଜୁନ ଅବଧିରେ ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସେବା 10.3% ହ୍ରାସ ପଞ୍ଜିକୃତ ହୋଇଛି।

କୃଷିକୁ ବାଦ ଦେଲେ ଅନ୍ୟ 7 ପ୍ରମୁଖ କ୍ଷେତ୍ର କୋଭିଡ କାଳରେ ହ୍ରାସ ପାଇଛି । ପ୍ରଥମ ତ୍ରୟମାସରେ ଆର୍ଥି, ରିୟଲଇଷ୍ଟେଟ ଏବଂ ବୃତ୍ତିଗତ ସେବା ମଧ୍ୟ ଗତ ବର୍ଷ ସମାନ ଅବଧିରେ 6% ଅଭିବୃଦ୍ଧି ତୁଳନାରେ 5.3 ପ୍ରତିଶତକୁ ସଙ୍କୁଚିତ ହୋଇଛି ।

ପ୍ରକାଶ ଯେ, ମାର୍ଚ୍ଚ ତ୍ରୟମାସରେ ଅର୍ଥନୀତି 3.1 ପ୍ରତିଶତ ବଢିଥିଲା । ଯେଉଁଥିପାଇଁ 2019-20 ଆର୍ଥିକ ବର୍ଷର ବିକାଶ ହାର 4.2 ପ୍ରତିଶତ ରହିଥିଲା । ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ପରଠୁ ଏହା ସବୁଠୁ ଦୁର୍ବଳ ଅଭିବୃଦ୍ଧି ରହିଥିଲା । ହେଲେ ଏବେ ବୋଝ ଉପରେ କୋରୋଡା ମାଡ ଭଳି , ତଳମୁହାଁ ଅଭିବୃଦ୍ଧି ହାରରେ କୋରୋନା ପ୍ରଭାବ ଅର୍ଥବ୍ୟବସ୍ଥାକୁ ଆହୁରୀ ସଙ୍କୁଚିତ କରିଦେଇଛି । ଚଳିତ ଆର୍ଥିକ ବର୍ଷରେ ଏହାର ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.