ETV Bharat / business

ଏସିଆର ଧନୀ ତାଲିକାରୁ ଖସିଲେ ଗୌତମ ଅଦାନୀ

author img

By

Published : Jun 18, 2021, 10:40 PM IST

ଦିଗ୍ଗଜୟ ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ 4 ଦିନରେ ପ୍ରାୟ 12 ବିଲିୟନ ଡଲାରର କ୍ଷତି ହୋଇଛି । ଯାହା ଫଳରେ ଏସିଆର ଧନୀ ତାଲିକାରୁ ଖସିଛନ୍ତି ଗୌତମ ଅଦାନୀ । ଅଧିକ ପଢନ୍ତୁ..

ଏସିଆର ଧନୀ ତାଲିକାରୁ ଖସିଲେ ଗୌତମ ଅଦାନୀ
ଏସିଆର ଧନୀ ତାଲିକାରୁ ଖସିଲେ ଗୌତମ ଅଦାନୀ

ନୂଆଦିଲ୍ଲୀ: ପୁଞ୍ଜି ବଜାରରେ ପ୍ରବଳ କ୍ଷତି ଦିଗ୍ଗଜୟ ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ପଡିଛି ମହଙ୍ଗା । ଏସିଆର ସର୍ବବୃହତ୍ତ ଧନୀ ତାଲିକାର ଦ୍ବିତୀୟ ସ୍ଥାନରୁ ଖସିଛନ୍ତି ଅଦାନୀ । ଚଳିତ ସପ୍ତାହରେ ଅଦାନୀ ଗ୍ରୁପ କମ୍ପାନୀ ସେୟାର ହ୍ରାସ ସହ ସଂସ୍ଥାର ମାର୍କେଟ କ୍ୟାପ ହ୍ରାସ ହୋଇଛି । ଯାହା ଫଳରେ ଦ୍ବିତୀୟ ବଡ ଧନୀ ଟ୍ୟାଗ ହରାଇଛନ୍ତି ଅଦାନୀ ।

ଏଫପିଆଇର ମାଲିକାନାକୁ ନେଇ ଚିନ୍ତାରେ ରହିଥିବା ଅଦାନୀ 4 ଦିନରେ 12 ଅରବ ଡଲାରରୁ ଅଧିକ କ୍ଷତି ସହିଛନ୍ତି । ଫୋବର୍ସ ରିୟଲ ଟାଇମ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ ଚଳିତ ସପ୍ତାହର ଆରମ୍ଭରେ ଅଦାନୀଙ୍କୁ ମୋଟ ସମ୍ପତ୍ତି 74.9 ବିଲିୟନ ଡଲାରରୁ ହ୍ରାସ ହୋଇ 62.7 ବିଲିୟନ ଡଲାର ହୋଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ପରେ ଚୀନର ଫାର୍ମାସ୍ୟୁଟିକଲ ମ୍ୟାଗ୍ନେଟ ଝୋଙ୍ଗ ଶାସଶନ ଏସିଆର ଦ୍ବିତୀୟ ବଡ ଧନୀକ ଭାବେ ନିଜ ସ୍ଥାନ ପୁଣି ହାସଲ କରିଛନ୍ତି । ଶାନଶାନଙ୍କ ସମ୍ପତ୍ତି ମୂଲ୍ୟ ଆଦାନିଙ୍କ ଠାରୁ 1.8 ବିଲିଅନ ଡଲାର ଅଧିକ ରହିଛି ।

ଧନୀକ ଲିଷ୍ଟରେ ଝୋଙ୍ଗ ଶାସଶନଙ୍କ ମୋଟ ସମ୍ପତ୍ତି 68.9 ବିଲିୟନ ଡଲାର ରହିଛି । ଯେତେବେଳେ କି ଅମ୍ବାନୀଙ୍କ 85.6 ଅରବ ଡଲାର ରହିଛି ।

ଅଦାନୀ ଏଣ୍ଟରପ୍ରାଇଜେଜ, ଅଦାନୀ ପାୱର, ଅଦାନୀ ଟୋଟଲ ଗ୍ୟାସ, ଅଦାନୀ ଟ୍ରାନ୍ସମିଶନ , ଅଦାନୀ ପୋର୍ଟସ ଓ ଅଦାନୀ ଗ୍ରୀନ ଏନର୍ଜୀ ସେୟାର ଏଫପିଆଇର ମାଲିକାନା ରିପୋର୍ଟ ପରେ ହ୍ରାସ ହୋଇଛି ।

ଫୋବସର ରିୟଲ ଟାଇମ ବିଲିୟନେୟର୍ସ ଲିଷ୍ଟ ଅନୁସାରେ, ଅଦାନୀଙ୍କୁ 4 ଦିନରେ ପ୍ରାୟ 12 ବିଲିୟନ ଡଲାରର କ୍ଷତି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.