ETV Bharat / business

ମସ୍କ ଓ ବେଜୋସଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ

author img

By

Published : Mar 12, 2021, 9:35 PM IST

ଏ ବର୍ଷ ଏବେ ସୁଦ୍ଧା ସବୁଠୁ ଅଧିକ ସମ୍ପତ୍ତି ଯୋଡିଛନ୍ତି ଭାରତୀୟ ଟାଇକୁନ ଗୌତମ ଅଦାନୀ । ଅଦାନୀ ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କ ବି ପକାଇଛନ୍ତି ପଛରେ ।

ମସ୍କ ଓ ବେଜୋସଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ
ମସ୍କ ଓ ବେଜୋସଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ

ନୂଆଦିଲ୍ଲୀ: ସମ୍ପତ୍ତିରେ ଆହୁରି ଯୋଡିଲେ ଭାରତୀୟ ଟାଇକୁନ ଗୌତମ ଅଦାନୀ । ଏଥିସହ ସେ ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କ ଓ ଆମାଜନ ସଂସ୍ଥାପକ ଜେଫ ବେଜୋସ ଙ୍କୁ ପଛରେ ପକାଇଛନ୍ତି । ଏ ବର୍ଷ ଅଦାନୀଙ୍କ ସମ୍ପତ୍ତି ଯେତେ ବଢିଛି ସେତିକି ଦୁନିଆର କୌଣସି ଅରବପତିଙ୍କ ସମ୍ପତ୍ତି ବଢିନି ।

ଅଦାନୀଙ୍କ ବନ୍ଦରରୁ ନେଇ ପାୱାର ପ୍ଲାଣ୍ଟ ବ୍ୟବସାୟରେ ନିବେଶକଙ୍କ ବିଶ୍ବାସ ରହିଛି । ଯେଉଁଥିପାଇଁ ଆଦାନୀ ବିଶ୍ବର ଆୟକାରୀ ବ୍ୟବସାୟୀଙ୍କ ସୂଚୀରେ ଶୀର୍ଷରେ ପହଞ୍ଚିଛନ୍ତି ।

ବ୍ଲୁମବର୍ଗ ବିଲିନିୟର୍ସ ଇଣ୍ଡେକ୍ସ ଅନୁସାରେ 2021ର କିଛି ମାସରେ ହିଁ ଅଦାନୀଙ୍କ ସମ୍ପତ୍ତି 16.2 ଅରବ ଡଲାରରୁ ବଢି 50 ଅରବ ଡଲାରରେ ପହଞ୍ଚିଛି । ଏହି ଅବଧିରେ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ଆମେଜେନର ସିଇଓ ଜେଫ ବେଜୋସ, ଟେଲସା ସିଇଓ ଏଲନ ମସ୍କକୁ ପଛରେ ପକାଇ ସବୁଠୁ ଅଧିକ ସମ୍ପତ୍ତି କମାଇଥିବା ବ୍ୟକ୍ତି ହୋଇଛନ୍ତି । ଏ ବର୍ଷ ଅଦାନୀ ଗ୍ରୁପର ଗୋଟିଏ ଷ୍ଟକକୁ ଛାଡି ସବୁରେ 50 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଭାରତରେ ଅଦାନୀଙ୍କ ବନ୍ଦର, ଏୟାରପୋର୍ଟ, ଡାଟା ସେଣ୍ଟର, କୋଇଲା ଖଣି ଭଳି କାରବାର ରହିଛି ।

ପ୍ରକାଶ ଯେ , ମୁକେଶ ଅମ୍ବାନୀ ମଧ୍ୟ ଏସମୟରେ ନିଜ ନେଟୱର୍ଥରେ 8.1 ଅରବ ଡଲାର ଯୋଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.