ETV Bharat / business

ଗଲୱାନ ସଂଘର୍ଷ: 43% ଭାରତୀୟ କିଣିନାହାନ୍ତି ଚୀନ ସାମଗ୍ରୀ - ଚୀନ ସାମଗ୍ରୀ ବର୍ଜନ

ଗଲୱାନ ସଂଘର୍ଷ ପରେ ବଢିଥିଲା ଚୀନ ଉପରେ ଭାରତୀୟଙ୍କ କ୍ରୋଧ । ଫଳରେ ଚୀନ ସାମଗ୍ରୀ ବର୍ଜନ ସ୍ବର ତେଜିବା ସହ ଏହା ପ୍ରାୟ ଏକ ପ୍ରକାର ଫଳପ୍ରଦ ବି ହୋଇଛି.. ପଢନ୍ତୁ, ଏ ନେଇ ଏକ ସର୍ଭେ ରିପୋର୍ଟ

ଗଲୱାନ ସଂଘର୍ଷ :  43%  ଭାରତୀୟ କିଣିନାହାନ୍ତି ଚୀନ ସାମଗ୍ରୀ

author img

By

Published : Jun 15, 2021, 7:37 PM IST

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ରକ୍ତାକ୍ତ ସଂଘର୍ଷକୁ ପୂରିଛି ବର୍ଷେ । ଏହି ସଂଘର୍ଷରେ ଦେଶ ହରାଇଥିଲା ଅନେକ ବୀରପୁତ୍ର । ଏହା ପରଠୁ 2 ଦେଶ ମଧ୍ୟରେ ବିବାଦ ବଢିଥିଲା ବେଳେ ତୀବ୍ର ହୋଇଥିଲା ଜନକ୍ରୋଶ । ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ଦର୍ଶାଇ ଭାରତ ସରକାର ଟିକଟକ ସମେତ ବହୁ ଲୋକପ୍ରିୟ ଚୀନ ଆପଗୁଡିକୁ ବ୍ୟାନ କରିଥିଲେ । ଏଥିସହ ଚୀନ ବସ୍ତୁକୁ ବର୍ଜନ ଦାବି ଦେଶରେ ଜୋର ଧରିଥିଲା ।

ଗଲୱାନ ଆକ୍ରାମଣର ଜବାବ ସ୍ବରୂପ ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ ଚୀନ ଅର୍ଥନୀତିକୁ ଝଟକା ଦେଇଥିଲା । ସ୍ବଦେଶୀ ବ୍ୟବହାର , ଚୀନକୁ ବୟକଟ ସ୍ବର ଏତେ ତେଜିଥିଲା କି ସରକାର ଚୀନର ଗୋଟିଏ ପରେ ଗୋଟିଏ ଶତାଧୀକ ଆପ୍‌ କୁ ବ୍ୟାନ ସହ ଆମଦାନୀ ଉପରେ କଟକଣା ଲଗାଇଥିଲେ । ତେବେ ଚୀନ ଉତ୍ପାଦ ବ୍ୟବହାରକୁ ନେଇ କେତେ ବଦଳିଛି ଭାରତୀୟଙ୍କ ମୁଡ୍‌ । ସେ ନେଇ ଅନଲାଇନ ସର୍ଭେ ପ୍ଲାର୍ଟଫର୍ମ ଲୋକଲ ସର୍କଲସ ( LocalCircles) କରିଛି ଅନୁସନ୍ଧାନ ।

ସର୍ଭେ ଅନୁସାରେ 43 ପ୍ରତିଶତ ଲୋକ କହିଛନ୍ତି କି, ସେମାନେ ବିଗତ 1 ବର୍ଷ ମଧ୍ୟରେ ଚୀନ ନିର୍ମିତ କୌଣସି ସାମଗ୍ରୀ ବ୍ୟବହାର କରିନାହାନ୍ତି । ସେହିଭଳି ଯେଉଁ ଲୋକମାନେ ସାମଗ୍ରୀ କିଣିଥିଲେ ବି , ସେଥିରେ 70 ପ୍ରତିଶତ ପ୍ରଡକ୍ଟର ତୁଳନାରେ ଦାମ କମ ଥିବାରୁ ପ୍ରଫିଟ ପାଇଁ ଏସବୁକୁ କିଣିଛନ୍ତି ବୋଲି କହିଛନ୍ତି ।

ସେହିଭଳି 40 ପ୍ରତିଶତ ଲୋକ ସ୍ବତନ୍ତ୍ରତା ଓ 38 ପ୍ରତିଶତ ଭଲ କ୍ବାଲିଟି ଯୋଗୁଁ ସାମଗ୍ରୀ କିଣିଥିବା କହିଛନ୍ତି । ଯେଉଁ ଲୋକମାନେ ଚୀନ ସାମଗ୍ରୀ କିଣିଛନ୍ତି , ସେଥିରୁ 60 ପ୍ରତିଶତ କେବଳ 1-2 ଆଇଟମକୁ କିଣିଛନ୍ତି । ସେହିଭଳି 20ରୁ ଉର୍ଦ୍ଧ୍ବ ଚୀନ ଆଇଟମ କିଣିଥିବା ଲୋକଙ୍କ ସଂଖ୍ୟା ଏଥିରେ 1 ପ୍ରତିଶତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.