ETV Bharat / business

ଗାଡି ଉପାଦାନ ଶତ ପ୍ରତିଶତ ସ୍ବଦେଶୀ କରନ୍ତୁ କମ୍ପାନୀ, ନଚେତ..

author img

By

Published : Feb 25, 2021, 7:47 PM IST

ଆମଦାନୀ ହ୍ରାସ ଓ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଉପରେ ଜୋର ଦେଉଛନ୍ତି ସରକାର । ଏଥିଲାଗି ଅଟୋମୋବାଇଲ ଉପାଦାନକୁ ସ୍ଥାନୀୟକରଣ ପାଇଁ କହିଛନ୍ତି ସରକାର । ଅଧିକ ପଢନ୍ତୁ..

ଗାଡି ଉପାଦାନ ଶତ ପ୍ରତିଶତ ସ୍ବଦେଶୀ କରନ୍ତୁ କମ୍ପାନୀ, ନଚେତ..
ଗାଡି ଉପାଦାନ ଶତ ପ୍ରତିଶତ ସ୍ବଦେଶୀ କରନ୍ତୁ କମ୍ପାନୀ, ନଚେତ..

ନୂଆଦିଲ୍ଲୀ: ଅଟୋମୋବାଇଲ ଉପାଦାନ( କମ୍ପୋନେଟ)ଗୁଡ଼ିକର ଲୋକାଲାଇଜେସନ ବଢାଇ 100 ପ୍ରତିଶତ କରାଇବାକୁ ଗୁରୁବାର ବିନିର୍ମାତାଙ୍କୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଆଉ ଯଦି ଏଭଳି ନ ହୁଏ , ତେବେ ସରକାର ଏସବୁ ଉପାଦାନକୁ ଘରୋଇସ୍ତରରେ ତିଆରି ପାଇଁ ପ୍ରୋତ୍ସାହନ ଦେବା ପାଇଁ ଏହାର ଆମଦାନୀ ଉପରେ ମୂଳ ଶୁଳ୍କକୁ ବଢାଇବାକୁ ବିଚାର କରିବେ ବୋଲି ଗଡକରୀ ଜଣାଇଛନ୍ତି ।

ଅଟୋମୋଟିଭ କମ୍ପୋନେଟ ମ୍ୟାନୁଫେକ୍ଚର୍ସ ଆସୋସିଏସନ ଅଫ ଇଣ୍ଡିଆ (ଏସିଏମଏ) ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଗଡକରୀ ଏ ନେଇ ଜଣାଇଛନ୍ତି । ବର୍ତ୍ତମାନ ସମୟରେ ଭାରତରେ ଅଟୋମୋବାଇଲ କ୍ଷେତ୍ରର ଉପାଦାନ ବିନିର୍ମାଣରେ 70 ପ୍ରତିଶତ ଯାଏଁ ସ୍ଥାନୀୟ ଉତ୍ପାଦର ବ୍ୟବହାର ହୋଇଥାଏ । ଆମକୁ ଯେକୌଣସି ସ୍ଥିତିରେ ଅଟୋ ଉତ୍ପାଦର ଆମଦାନୀକୁ ରୋକିବାକୁ ହେବ ।

ସେ କହିଛନ୍ତି କି, ‘‘ ମୁଁ ଯାନ ଏବଂ ବାହାନର ଉପାଦାନ ବିନିର୍ମାତା ଉଭୟଙ୍କୁ ଅନୁରୋଧ କରୁଛି କି ସେ ବିନିର୍ମାଣରେ ବ୍ୟବହୃତ ହେଉଥିବା ଅଧିକରୁ ଅଧିକ ସାମଗ୍ରୀ ସ୍ଥାନୀୟ ସ୍ତରରେ କିଣନ୍ତୁ । ମୁଁ କହିବି ଯେ ଅଧିକରୁ ଅଧିକ ନୁହେଁ ବରଂ ଶତ ପ୍ରତିଶତ ସାମଗ୍ରୀ ଦେଶ ଭିତରୁ ହିଁ ନିଅନ୍ତୁ । ଆମେ ସବୁ କ୍ଷେତ୍ରରୁ ସମ୍ପୂର୍ଣ୍ଣ ଭାବେ ସକ୍ଷମ । ଏଣୁ ଗାଡି କମ୍ପାନୀ ଏହି ପ୍ରସଙ୍ଗକୁ ଗମ୍ଭୀରତାର ବିଚାର କରନ୍ତି । ନଚେତ ଉପାଦାନଗୁଡିକର ଆମଦାନୀ ଉପରେ ଅଧିକ ଶୁଳ୍କ ଲାଗୁ କରିବା ପାଇଁ ଆମେ ବିଚାର କରୁଛୁ । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.