ETV Bharat / business

ଜାଣିରଖନ୍ତୁ..ଡିସେମ୍ବର ପହିଲାରୁ ବଦଳିବ ଏସବୁ ନିୟମ

author img

By

Published : Nov 30, 2020, 10:42 PM IST

Updated : Nov 30, 2020, 10:56 PM IST

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି ) ଗ୍ରାହକଙ୍କ ପାଇଁ ଏଟିଏମରୁ ଟଙ୍କା ଉଠାଣରେ ନୂଆ ନିୟମ । ଆରଟିଜିଏସର ଟାଇମି୍ଂ ଓ ଏଲପିଜିର ଦାମରେ ପରିବର୍ତ୍ତନ ଆଦି ଉପରେ ଏକ ବିସ୍ତୁତ ତଥ୍ୟ ଉପରେ ପକାନ୍ତୁ ନଜର ..

ଜାଣିରଖନ୍ତୁ..ଡିସେମ୍ବର ପହିଲାରୁ ବଦଳିବ ଏସବୁ ନିୟମ
ଜାଣିରଖନ୍ତୁ..ଡିସେମ୍ବର ପହିଲାରୁ ବଦଳିବ ଏସବୁ ନିୟମ

ବିଜନେସ ଡେସ୍କ, ଇଟିଭି ଭାରତ: ମଙ୍ଗଳବାର ଠାରୁ ବଦଳିବାକୁ ଯାଉଛି ଏଭଳି କିଛି ନିୟମ , ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ପକେଟ ସହ ଆର୍ଥିକ କାର୍ଯ୍ୟକଳାପ ଉପରେ ପଡିବ ! ତେବେ ନୂଆ ମାସ ଆରମ୍ଭ ସହ ଜାଣିରଖନ୍ତୁ କଣ ସବୁ ନିୟମରେ ହେଉଛି ପରିବର୍ତ୍ତନ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି ) ଗ୍ରାହକଙ୍କ ପାଇଁ ଏଟିଏମରୁ ଟଙ୍କା ଉଠାଣରେ ନୂଆ ନିୟମ । ଆରଟିଜିଏସର ଟାଇମି୍ଂ ଓ ଏଲପିଜିର ଦାମରେ ପରିବର୍ତ୍ତନ ଆଦି ଉପରେ ଏକ ବିସ୍ତୁତ ତଥ୍ୟ ଉପରେ ପକାନ୍ତୁ ନଜର ..

ଆରଟିଜିଏସ ଟାଇମିଂ

ଅକ୍ଟୋବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା କରାଯାଇଥିବା ଘୋଷଣା ଅନୁସାରେ ରିୟଲ ଟାଇମ ଟ୍ରସ ସେଟଲମେଣ୍ଟ (ଆରଟିଜିଏସ) ପେମେଣ୍ଟ ପ୍ରଣାଳୀ 2020 ଡିସେମ୍ବର ପହିଲାରୁ 24 ଘଣ୍ଟା ହେବ ଉପଲବ୍ଧ ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି, ‘‘ ବୈଶ୍ବିକ ସ୍ତରରେ ଏଭଳି ହାତଗଣତି ଦେଶ ମଧ୍ୟରେ ଭାରତ ରହିବ, ଯେଉଁଠି 24 ଘଣ୍ଟା 7 ଦିନ 12 ମାସ ମୋଟା ଅଙ୍କର ଟ୍ରାଞ୍ଜାକ୍ସନ ପାଇଁ ଏଭଳି ସୁବିଧା ଗ୍ରାହକୁ ପ୍ରଦାନ କରାଯିବ । ଏହା ଦ୍ବାରା ବୃହତ ମୂଲ୍ୟ ଦେୟ ଇକୋସିଷ୍ଟମରେ ନୂତନତାକୁ ପ୍ରୋତ୍ସାହନ ମିଳିବ ଏବଂ ବ୍ୟବସାୟ କରିବା ସହଜ ହେବ ।

ଅଦ୍ୟାବଧି, ଗ୍ରାହକଙ୍କ ନେଣଦେଣ ପାଇଁ RTGS ସେବା ୱିଣ୍ଡୋ ପ୍ରତ୍ୟେକ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବ୍ୟତୀତ ସମସ୍ତ କାର୍ଯ୍ୟ ଦିବସରେ ସକାଳ 7 ଟାରୁ 6 ଟା ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକରେ ଉପଲବ୍ଧ ଥିଲା । କିନ୍ତୁ ଏହା ବର୍ତ୍ତମାନ 1 ଡିସେମ୍ବରରୁ ବଦଳିଯିବ |

ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର ପାଇଁ ଆରଟିଜିଏସ ଏକ ଭଲ ପ୍ରମୁଖ ସେବା । ଆଉ 24 ଘଣ୍ଟା ସେବା ଉପଲବ୍ଧ ଦ୍ବାରା ଭାରତୀୟ ଆର୍ଥିକ ବଜାରକୁ ବୈଶ୍ବିକ ବଜାର ସହ ଏକତ୍ର କରିବା ପ୍ରୟାସରେ ସାହାଯ୍ୟ ମିଳିବ ।

ଗତ ବର୍ଷ ଜୁଲାଇରେ ଆରବିଆଇ ଏନଇଏଫଟି ଓ ଆରଟିଜିଏସ ଜରିଆରେ ଟଙ୍କା ଟ୍ରାନ୍ସଫରକୁ ମାଗଣା କରିଥିଲା । ଦେଶରେ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି । ଆରଟିଜିଏସ ଜରିଆରେ ମୋଟା ଅଙ୍କର ଟଙ୍କା ବହୁଳ ମାତ୍ରାରେ ନେଣଦେଣ ହୋଇଥାଏ । ଏହା ମାଧ୍ୟମରେ 2 ଲକ୍ଷ ପର୍ଯ୍ୟନ୍ତ ଅର୍ଥ କାରବାର କରାଯାଇଥାଏ । ଏହି 2 ପ୍ରଣାଳୀ ସାହାଯ୍ୟରେ ଜଣେ ଘରେ ବସି ବିନା ଦ୍ବନ୍ଦ୍ବରେ ଟଙ୍କା ପଠାଯାଇଥାଏ ।

ଏଲପିଜି ଦାମରେ ପରିବର୍ତ୍ତନ ସମ୍ଭବ

ଯଦିଓ ଏବେ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ , କିନ୍ତୁ ଏଲପିଜି ବା ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ 2020 ଡିସେମ୍ବର ପହିଲାରେ ସଂଶୋଧନ ହେବା ସମ୍ଭାବନା ରହିଛି ।

ବିଶେଷ କରି ଭାରତରେ ଏଲପିଜି ଦାମ ରାଜ୍ୟ ଦ୍ବାରା ପରିଚାଳିତ ତେଲ ବିତରଣ କମ୍ପାନୀ ଦ୍ବାରା ନିର୍ଦ୍ଧାରିତ କରାଯାଇଥାଏ । ଏଥିସହ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଆଧାରରେ ଏହାର ଦାମରେ ପରିବର୍ତ୍ତନ ହୁଏ ।

ଗତ କିଛି ମାସ ଧରି ଘରୋଇ ଏଲପିଜି ଦାମରେ ଲଗାତାର ପରିବର୍ତ୍ତନ ହେଉଛି । ଯାହା ଦ୍ବାରା ଲୋକଙ୍କୁ ମହାମାରୀ ସମୟରେ କିଛି ଆର୍ଥିକ ରିଲିଫ ମିଳିପାରିଛି । କିନ୍ତୁ ଅଶୋଧିତ ତୈଳ ଏହି ମାସରେ ପୂର୍ବ-କୋଭିଡ ସ୍ତରର ଯାଏଁ ବଢିବା ସହ , ଦେଖିବା ବାକି ଅଛି ଏଲପିଜି ଦାମରେ କିଭଳି ସଂଶୋଧନ ହେଉଛି ।

ପିଏନବିର ଏଟିଏମରୁ ନଗଦ ଉଠାଣ

ଏଟିଏମରେ ଅନଧିକୃତ କାରବାରକୁ ହ୍ରାସ କରିବାକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) 2020 ​​ଡିସେମ୍ବର 1 ରୁ ଏହାର ଏଟିଏମରେ OTP ଆଧାରିତ ନଗଦ ଟଙ୍କା ଉଠାଇବା ବ୍ୟବସ୍ଥା ଆରମ୍ଭ କରିବ ।

ପିଏନବି ନିଜର ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ କହିଛି କି, ‘‘ ତାରିଖ ମନେ ରଖନ୍ତୁ ! ପିଏନବି 2.0 ଡିସେମ୍ବର ପହିଲାରୁ ଓଟିପି ଆଧାରିତ ନଗଦ ଉଠାଣ ଆରମ୍ଭ କରିବାକୁ ଯାଉଛି ।

ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ ଗ୍ରାହକମାନଙ୍କୁ 10 ହଜାରରୁ ଅଧିକ ଉଠାଣ ପାଇଁ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ଫୋନରେ ପଠାଯାଇଥିବା ଓଟିପି ଜମା କରିବାକୁ ପଡିବ । ଯଦି ସେମାନେ 1 ଡିସେମ୍ବରରୁ ରାତି 8 ରୁ ସକାଳ 8 ଟା ମଧ୍ୟରେ 10,000 ରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଓଟିପି ଦେବା ଜରୁରୀ । ତେବେ 10,000 ରୁ କମ୍ ଟଙ୍କା ପ୍ରତ୍ୟାହାର ପାଇଁ କୌଣସି OTP ଆବଶ୍ୟକ ହେବ ନାହିଁ ।

ପ୍ରକାଶ ଯେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଜାନୁଆରୀ ମାସରେ ଏଭଳି ସମାନ ପ୍ରଣାଳୀ ଆରମ୍ଭ କରିଥିଲା । ଯେଉଁଥିରେ ଗ୍ରାହକ ଓଟିପି ଭେରିପିକେସନ ପରେ ହିଁ ସକାଳ 8ଟାରୁ ରାତି 8 ଟା ମଧ୍ୟରେ 10,000 ଟଙ୍କା କିମ୍ବା ଚା ଠାରୁ ଅଧିକ ଉଠାନ୍ତି ଓଟିପି ଦେବାକୁ ପଡିବ । କିନ୍ତୁ ସେପ୍ଟେମ୍ବର ମାସରେ ଏହାକୁ ଦିନ ରାତି 24 ଘଣ୍ଟା ପାଇଁ ଲାଗୁ କରିଦିଆଯାଇଛି ।

Last Updated : Nov 30, 2020, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.