ETV Bharat / business

2020 ମାର୍ଚ୍ଚ ସୁଦ୍ଧା ଅଢେଇ ଲକ୍ଷ ଗାଁକୁ ମାଗଣା ୱାଇଫାଇ

2020 ମାର୍ଚ୍ଚ ଶେଷ ସୁଦ୍ଧା ସମଗ୍ର ଦେଶର ଗାଁକୁ ମାଗଣା ୱାଇଫାଇ ଦିଆଯିବ । ଭାରତନେଟ ଜରିଆରେ ଜଡିତ ଏ ସବୁ ଗାଁ ଫ୍ରିରେ ଇଣ୍ଟରନେଟ ବ୍ୟବହାର କରିପାରିବେ । କେନ୍ଦ୍ର ଟେଲିକମ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ନେଇ କହିଛନ୍ତି ।

author img

By

Published : Dec 26, 2019, 11:22 PM IST

Free WiFi to all villages connected via Bharat Net till March 2020
2020 ମାର୍ଚ୍ଚ ସୁଦ୍ଧା ଅଢେଇଲକ୍ଷ ଗାଁକୁ ମାଗଣାୱାଇଫାଇ

ନୂଆଦିଲ୍ଲୀ: 2020 ମାର୍ଚ୍ଚ ଶେଷ ସୁଦ୍ଧା ସମଗ୍ର ଦେଶର ଗାଁକୁ ମାଗଣା ୱାଇଫାଇ ଦିଆଯିବ । ଭାରତନେଟ ଜରିଆରେ ଜଡିତ ଏସବୁ ଗାଁ ଫ୍ରିରେ ଇଣ୍ଟରନେଟ ବ୍ୟବହାର କରିପାରିବେ । କେନ୍ଦ୍ର ଟେଲିକମ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏନେଇ କହିଛନ୍ତି ।

ପ୍ରସାଦ କହିଛନ୍ତି ଯେ, 1.3 ଲକ୍ଷ ଗ୍ରାମପଞ୍ଚାୟତକୁ ଭାରତ ନେଟ ଅପ୍ଟିକଲ ଫାଇବର ସହ ଯୋଡି ଦିଆଯାଇଛି । ଆମର ଲକ୍ଷ୍ୟ 2.5 ଲକ୍ଷ ଗ୍ରାମ ପଞ୍ଚାୟତକୁ ଏଥିରେ ଯୋଡିବା । ଭାରତନେଟ ସେବୀକ ପ୍ରସାର ପାଇଁ ଆମେ ମାଗଣା ୱାଇଫାଇ ସେବା ଯୋଗାଇବୁ ।

ବର୍ତ୍ତମାନ ଭାରତ ନେଟ ପରିଯୋଜନା ଅଧିନରେ 48,000 ଗାଁକୁ ୱାଇଫାଇ ସୁବିଧା ମିଳୁଛି । ମନ୍ତ୍ରୀ କହିଛନ୍ତି ଯେ, CSC ରେ ବ୍ୟାଙ୍କିଙ୍ଗ ସେବାକୁ ଯୋଗାଇଦିଆଯିବ । 2014ରେ ଏହି କେନ୍ଦ୍ରର ସଂଖ୍ୟା 60,000 ରୁ ବଢି 3.60 ଲକ୍ଷରେ ପହଞ୍ଚିଛି । ଏଭଳି ଭାବେ ପ୍ରତି ଗାଁରୁ ଡିଜିଟାଲାଇଜ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ ପାଇଁ ଲକ୍ଷ୍ୟ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.