ETV Bharat / business

ଆଜି 8 କୋଟି ପରିବାରକୁ ମାଗଣା ଗ୍ୟାସ କନେକ୍ସନ

ଶନିବାର ଉଜ୍ଜଳା ଯୋଜନା ଅଧିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 8 କୋଟି ଗରିବ ପରିବାରଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ଦେବେ ।

author img

By

Published : Sep 7, 2019, 1:48 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସମୟ ପୂର୍ବରୁ ଟାର୍ଗେଟ ପୂରଣ କରିବେ ସରକାର । ଶନିବାର ଉଜ୍ଜଳା ଯୋଜନା ଅଧିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 8 କୋଟି ଗରିବ ପରିବାରଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ଦେବେ । ଏ ନେଇ ଲକ୍ଷ୍ୟ ରଖି 2016ରେ ମୋଦି ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟର 7 ମାସ ପୂର୍ବରୁ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରସ୍ତୁତ ଅଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା 2016 ମେ ପହିଲାରେ ଆରମ୍ଭ ହୋଇଥିଲା । ଏହା ଅନୁଯାୟୀ ଗରିବ ଘରର 5 କୋଟି ମହିଳାଙ୍କୁ 2019ମାର୍ଚ୍ଚ ସୁଦ୍ଧା ମାଗଣା ରନ୍ଧନ ଗ୍ୟାସ କନେକ୍ସନ ଯୋଗାଇବା ଲକ୍ଷ୍ୟ ରହିଥିଲା । ପରେ ଏହାକୁ ବୃଦ୍ଧି କରି 2020 ମାର୍ଚ୍ଚ ବେଳକୁ 8 କୋଟି କନେକ୍ସନ ଦେବା ନେଇ ଯୋଜନା ରହିଥିଲା ।

ଜଣେ ଅଧିକାରୀଙ୍କ ବୟାନ ଅନୁଯାୟୀ, ଶନିବାର ପ୍ରଧାନମନ୍ତ୍ରୀ 8 କୋଟି ପରିବାରର ଏହି ଟାର୍ଗେଟକୁ ପୂରଣ କରିବେ । ଏଥିପାଇଁ ମହାରାଷ୍ଟ୍ରର ଔରଙ୍ଗାବାଦର ସେନ୍ଦ୍ରାରେ ସେପ୍ଟମ୍ବର 7ରେ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହାର ମୂଳ ଉଦ୍ଦେଶ୍ୟ ହାଣ୍ଡିଶାଳରୁ ପ୍ରଦୂଷଣକାରକକୁ ହଟାଇ ଏଲପିଜି(ଘରୋଇ ରନ୍ଧନ ଗ୍ୟାସ) ଉପଲବ୍ଧ କରିବା । ଏଥିସହ ଦେଶରେ ଏଲପିଜି ଉପଭୋକ୍ତା ସଂଖ୍ୟା ମୋଟ ଜନସଂଖ୍ୟାର 95 ପ୍ରତିଶତ କରିବା । ଏଥିପାଇଁ ସରକାରୀ ପେଟ୍ରୋଲିୟମ କମ୍ପାନୀ ଏଲପିଜି କନେକ୍ସନ ପାଇଁ 1600 ଟଙ୍କାର ସବସିଡି ଦେଉଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.