ETV Bharat / business

ଦୁର୍ବଳ ଟଙ୍କା, ଅଭାବରେ ବିଦେଶୀ ମୁଦ୍ରା ଭଣ୍ଡାର

author img

By

Published : Mar 28, 2020, 5:00 PM IST

କୋରୋନା ମାଡରେ ଦୁର୍ବଳ ଟଙ୍କାର ଅଣ୍ଟା । ଡଲାର ମଜବୁତ ହେବା ସହ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି କରିଚାଲିଛି । ଫଳରେ ହ୍ରାସ ପାଇଛି ବିଦେଶୀ ମୁଦ୍ରା ଭଣ୍ଡାର । ଅଧିକ ପଢନ୍ତୁ..

foreign exchange reserves
ଦୁର୍ବଳ ଟଙ୍କା, ଅଭାବରେ ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: କୋରୋନା ଭୟବହତା ଭିତରେ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା । ଏହାକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିରନ୍ତର ଡଲାର ଯୋଗାଣ କରୁଛି । ଫଳରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ମାର୍ଚ୍ଚ 20 ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ 11.98 ଅରବ ଡଲାର ହ୍ରାସ ପାଇ 469.909 ଅରବ ଡଲାରରେ ପହଞ୍ଚିଛି ।

ଦ୍ରୃତ ଗତିରେ କାୟା ବିସ୍ତାର କରୁଥିବା କୋରୋନା ଭାଇରସକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟରେ ବିଦେଶୀ ନିବେଶକ ମାନେ ଘରୋଇ ଇକ୍ୱିଟି ଏବଂ ଋଣ ବଜାରରୁ ପାଣ୍ଠି ପ୍ରତ୍ୟାହାର ଜାରି ରଖିଥିଲେ । ଯାହାଦ୍ବାରା ଗତ ମାର୍ଚ୍ଚ 23ରେ ଟଙ୍କାର ବିନିମୟ ମୂଲ୍ୟ 76.15 ଡଲାରରେ ପହଞ୍ଚି ସର୍ବନିମ୍ନ ସ୍ତରରେ ଛୁଇଁଥିଲା ।

ଏହି ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର 5.346 ଅରବ ଡଲାର ହ୍ରାସ ପାଇ 481.89 ଅରବ ଡଲାରରେ ରହିଥିଲା । ଯାହାକି ଗତ 6 ମାସର ସବୁଠୁ ବଡ ହ୍ରାସ । ଏହା ପୂର୍ବରୁ 2019 ସେପ୍ଟେମ୍ବର 20 ଶେଷ ସପ୍ତାହରେ ବିଦେଶ ମୁଦ୍ରା ଭଣ୍ଡାରରେ ଭାରୀ ହ୍ରାସ ଦେଖାଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.