ETV Bharat / business

‘ଜବରଦସ୍ତି ସୁଧ ଛାଡ ଠିକ ନୁହେଁ, ବ୍ୟାଙ୍କର ଆର୍ଥିକ ସମସ୍ୟା ବଢିବ’

ଋଣ କିସ୍ତି ସ୍ଥଗିତ ମଧ୍ୟରେ ସୁଧ ଛାଡ ଚ୍ୟାଲେଞ୍ଜ ଯାଚିକାର ଜବାବ ଦେଇ ଆରବିଆଇ ସୁପ୍ରିମକୋର୍ଟକୁ କହିଛି କି, ଏହି ନିଷ୍ପତ୍ତି ଠିକ ନୁହେଁ । ଏହା ଦ୍ବାରା ବ୍ୟାଙ୍କର ଆର୍ଥିକ ସମସ୍ୟା ବଢିବ । ଅଧିକ ପଢନ୍ତୁ...

Forced waiver of interest will compromise stability of banks: RBI tells Court
‘ଜବରଦସ୍ତି ସୁଧ ଛାଡ ଠିକ ନୁହେଁ, ବ୍ୟାଙ୍କର ଆର୍ଥିକ ସମସ୍ୟା ବଢିବ’
author img

By

Published : Jun 4, 2020, 1:03 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟକୁ ନଜରରେ ରଖି ଗ୍ରାହକଙ୍କ ସୁବିଧା ପାଇଁ ଋଣ କିସ୍ତି ପରିଶୋଧରେ ଆଶ୍ବସ୍ତି ଦେବାକୁ ପ୍ରତିଟି ଚେଷ୍ଟା କରାଯାଉଛି । ହେଲେ ଜବରଦସ୍ତି ସୁଧ ଛାଡ କରିବା ଠିକ ନିର୍ଣ୍ଣୟ ନୁହେଁ । ଏହା ଦ୍ବାରା ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିଯାଇପାରେ । ଆଉ ଏହାର ଅସୁବିଧା ଜମାକର୍ତ୍ତାଙ୍କୁ ଭୋଗିବାକୁ ପଡିପାରେ ବୋଲି ରିଜର୍ଭ ବ୍ୟାଙ୍କ ସୁପ୍ରିମକୋର୍ଟଙ୍କୁ କହିଛି ।

ଋଣ କିସ୍ତି ସ୍ଥଗିତ ସମୟ ମଧ୍ୟରେ ସୁଧ ଛାଡ ଚ୍ୟାଲେଞ୍ଜ ଯାଚିକାର ଜବାବ ଦେଇ ଆରବିଆଇ ସ୍ପଷ୍ଟ କରିଛି କି, ଏହି ନିଷ୍ପତ୍ତି (ଋଣ ସ୍ଥଗିତ) ନିୟାମକୀୟ ପ୍ୟାକେଜ, ଏକ ସ୍ଥଗିତ, ରୋକ୍‌ ପ୍ରକୃତିର । ଏହାକୁ ସମ୍ପୁର୍ଣ୍ଣ ଛାଡ ଭାବେ ଗ୍ରହଣ କରାଯାଇପାରିବ ନାହିଁ ।

କୋରୋନା ଭାଇରସ ଲକଡାଉନ ମଧ୍ୟରେ ଆର୍ଥିକ ଗତିବିଧି ବନ୍ଦ ରହିବା ଯୋଗୁଁ ଆରବିଆଇ 3 ମାସ ପର୍ଯ୍ୟନ୍ତ ଋଣ କିସ୍ତି ଉପରେ ରୋକ ଲଗାଇଥିଲା । ପରେ ଲକଡାଉନ ଅବଧି ବଢିବା ସହ ପୁଣି ଋଣ ସ୍ଥଗିତ ଅବଧିକୁ ମଧ୍ୟ 3 ମାସ ବଢାଇ ଅଗଷ୍ଟ 31 ଯାଏଁ କରିବାକୁ ଆରବିଆଇ ଘୋଷଣା କରିଛି । ଅର୍ଥାତ 6 ମାସ ପର୍ଯ୍ୟନ୍ତ ଋଣ କିସ୍ତି ପରିଶୋଧ ନେଇ ଗ୍ରାହକଙ୍କ ଉପରେ ବ୍ୟାଙ୍କ କୌଣସି ପ୍ରକାର ଚାପ ପକାଇପାରିବ ନାହିଁ ।

ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆଫିଡେଫିଟରେ ରିଜର୍ଭ ବ୍ୟାଙ୍କ କହିଛି କି, "କୋରୋନା ଭାଇରସ ମହାମାରୀ ବିସ୍ତାର ମଧ୍ୟରେ ସମସ୍ତ ସେକ୍ଟରକୁ ରିଲିଫ ଯୋଗାଇବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। କିନ୍ତୁ ଏଥିରେ ବ୍ୟାଙ୍କଗୁଡ଼ିକୁ ସୁଧ ଛାଡିବାକୁ ବାଧ୍ୟ କରିବା ଠିକ ପଦକ୍ଷେପ ନୁହେଁ । କାରଣ ଏହା ଦ୍ବାରା ବ୍ୟାଙ୍କର ଆର୍ଥିକ ସ୍ବାସ୍ଥ୍ୟ ଉପରେ ବିପଦ ସୃଷ୍ଟି ହେବା ସହ ଏବଂ ଜମାକାରୀଙ୍କ ସ୍ୱାର୍ଥକୁ ମଧ୍ୟ କ୍ଷତି ପହଞ୍ଚିଇପାରେ। "

ଋଣ ସ୍ଥଗିତ ମଧ୍ୟରେ ଋଣ ଛାଡ ନେଇ ଆଗ୍ରାର ଗଜେନ୍ଦ୍ର ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାର ଜବାବ ଦେବା ପାଇଁ କୋର୍ଟ ମେ 26ରେ କେନ୍ଦ୍ର ସରକାର ଓ ଆରବିଆଇକୁ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.