ETV Bharat / business

ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀର ଜୋର , 74 ପ୍ରତିଶତକୁ ବଢିଲା FDI ସୀମା

author img

By

Published : May 16, 2020, 7:26 PM IST

ଅର୍ଥମନ୍ତ୍ରୀଙ୍କ ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ ଓ ସ୍ବଦେଶୀ ପାଇଁ ଜୋର ଦେଇଛନ୍ତି । ଏଥିପାଇଁ ମେକ ଇନ ଇଣ୍ଡିଆକୁ ଦେଇଛନ୍ତି ଗୁରୁତ୍ବ । ଅଧିକ ପଢନ୍ତୁ..

FDI in defence limit raised to 74%
ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀର ଜୋର

ନୂଆଦିଲ୍ଲୀ: ‘ଆତ୍ମନିର୍ଭର ଭାରତ’ର ଚତୁର୍ଥ ପର୍ଯ୍ୟାୟରେ 8ଟି କୋର ସେକ୍ଟର ସମେତ ପ୍ରତିରକ୍ଷା ଉପରେ ରହିଛି ଫୋକସ । ଅର୍ଥମନ୍ତ୍ରୀଙ୍କ ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ ଓ ସ୍ବଦେଶୀ ପାଇଁ ଜୋର ଦେଇଛନ୍ତି । ଏଥିପାଇଁ ବିଭିନ୍ନ ଘୋଷଣା କରିଛନ୍ତି ।

ପ୍ରତିରକ୍ଷା ଉତ୍ପାଦରେ ଆତ୍ମନିର୍ଭର ହେବାକୁ ମେକ ଇଣ୍ଡିଆ ଜରୁରୀ ।

ସେନାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜରୁରୀ ରହିଛି ।

ଡିଫେନ୍ସରେ ଏଫଡିଆଇ( ବିଦେଶୀ ପ୍ରତ୍ୟେକ୍ଷ ନିବେଶ) ସୀମା 49 ପ୍ରତିଶତରୁ ବଢାଇ 74 ପ୍ରତିଶତ କରାଯାଇଛି।

ରକ୍ଷା କ୍ଷେତ୍ରରେ ସ୍ବଦେଶୀ ପାଇଁ ସ୍ବତନ୍ତ୍ର ବଜେଟ ହେବ ।

ଅର୍ଡିନାନ୍ସ ଫେକ୍ଟ୍ରି ବୋର୍ଡର ନିଗମୀକରଣ ହେବ, ଘରୋଇକରଣ ନୁହେଁ । ଫଳରେ କାମରେ ସୁଧାର ଆସିବା ସହ କମ୍ପାନୀଙ୍କୁ ସେୟାର ବଜାରରେ ଲିଷ୍ଟିଙ୍ଗ କରାଯିବ । ସାଧାରଣ ନିବେଶକ ବି ଏଥିରେ ନିବେଶ କରିପାରିବେ ।

ବିଦେଶ ଉପରେ ନିର୍ଭର ନକରି ସ୍ୱଦେଶୀ ନିର୍ମିତ ହତିଆରକୁ ଗୁରୁତ୍ୱ ଦିଆଯିବ । ଯାହା ଦ୍ବାରା ପ୍ରତିରକ୍ଷା ଖର୍ଚ୍ଚ ହ୍ରାସ କରାଯାଇପାରିବ ।

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଁ ଫୋକସ ରହିଛି ।

ବିଦେଶର କିଛି ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ କଟକଣା ଲାଗିବ ।

ଟ୍ରାଏଲ ଓ ଟେଷ୍ଟିଙ୍ଗ ପ୍ରକ୍ରିୟାକୁ ସୁଦୃଢ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.