ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ଇ-ବାଣିଜ୍ୟ କମ୍ପାନୀ ଫ୍ଲିପକାର୍ଟ । ସ୍ଥାନୀୟ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତକୁ ପ୍ରମୋଟ କରିବା ପାଇଁ ଏହି ଚୁକ୍ତି ହୋଇଛି ।
କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଫ୍ଲିପକାର୍ଟ ସମର୍ଥ (Samarth) କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପ ନିଆଯାଇଛି। ଏଥିରେ କୁହାଯାଇଛି ଯେ, କର୍ଣ୍ଣାଟକ ସରକାରଙ୍କ ଏମଏସଏମଇ ଏବଂ ଖଣି ବିଭାଗ ସହିତ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଯାହା ଅଧୀନରେ ସ୍ଥାନୀୟ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରକୁ ଇ-କମର୍ସ ପ୍ଲାଟଫର୍ମକୁ ଅଣାଯାଇପାରିବ ଏବଂ ବଜାର ପ୍ରବେଶ କରାଯାଇପାରିବ।
ଫ୍ଲିପକାର୍ଟ ସମର୍ଥ କାର୍ଯ୍ୟକ୍ରମ ଅଧିନରେ ସହଭାଗୀତା କର୍ଣ୍ଣାଟକର ସ୍ଥାନୀୟ କାରିଗର, ବୁଣାକାର ଏବଂ ଶିଳ୍ପୀକାର ସେମାନଙ୍କ ହଲମାର୍କ ଉତ୍ପାଦକୁ ସମଗ୍ର ଦେଶର ଗ୍ରାହକଙ୍କୁ ପ୍ରଦର୍ଶନ ପାଇଁ ସୁଯୋଗ ପାଇପାରିବେ । ଏ ନେଇ କମ୍ପାନୀ ଏକ ବିଜ୍ଞପ୍ତିରେ କହିଛି।
କର୍ଣ୍ଣାଟକ ସରକାର ଏବଂ ଫ୍ଲିପକାର୍ଟ ଗ୍ରୁପ୍ ସମାଜର ଏହି ପଛୁଆ ବଞ୍ଚିତ ବର୍ଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଫୋକସ କରିଛନ୍ତି । ଯେଉଁଥିରେ ମେଡ ଇନ ଇଣ୍ଡିଆକୁ ନେଇ ହେଉଥିବା ପ୍ରୟାସ ମଧ୍ୟ ତ୍ୱରାନ୍ୱିତ ହେବ ।
ଫ୍ଲିପକାର୍ଟ ସହ ଚୁକ୍ତି ରାଜ୍ୟରେ ବାଣିଜ୍ୟିକ ଓ ସାମାଜିକ ବିକାଶରେ ମଧ୍ୟ ସହାୟକ ହେବ । ଏଥିସହ କର୍ଣ୍ଣାଟକର ସ୍ଥାନୀୟ ହସ୍ତଶୀଳ୍ପିଙ୍କୁ ମଧ୍ୟ ବ୍ୟବସାୟର ସୁଯୋଗ ଯୋଗାଇବ ବୋଲି ଏମଏସଏମଇ ଓ ଖଣି ବିଭାଗର ମୁଖ୍ୟ ସଚିବ ମହେଶ୍ବର ରାଓ କହିଛନ୍ତି ।