ETV Bharat / business

ନିଅଣ୍ଟ ବଢିବ, ରାଜକୋଷୀୟ ଘାଟା 3.8% ରହିପାରେ

author img

By

Published : Jan 25, 2020, 1:41 PM IST

ଚଳିତ ଆର୍ଥିକ ବର୍ଷ(2019-20) ଦେଶର ରାଜକୋଷୀୟ ଘାଟା ବୃଦ୍ଧି ପାଇପାରେ । ଯାହାକି ମୋଟ ଘରୋଇ ଉତ୍ପାଦ(ଜିଡିପି) 3.8 ପ୍ରତିଶତ ରହିବ ।

fiscal deficit may widen for current financial year report
ନିୟଣ୍ଟ ବଢିବ, ରାଜକୋଷୀୟ ଘାଟା 3.8% ରହିପାରେ

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ(2019-20) ଦେଶର ରାଜକୋଷୀୟ ଘାଟା ବୃଦ୍ଧି ପାଇପାରେ। ଯାହାକି ମୋଟ ଘରୋଇ ଉତ୍ପାଦ(ଜିଡିପି) 3.8 ପ୍ରତିଶତ ରହିବ। ବ୍ୟାଙ୍କ ଅଫ ଆମେରିକା ସିକ୍ୟୁରିଟଜ ପକ୍ଷରୁ ଜାରି ରିପୋର୍ଟରେ ଏନେଇ ଅନୁମାନ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ସରକାର ଆଗାମୀ ବଜେଟରେ 2020-21 ବର୍ଷ ପାଇଁ ରାଜକୋଷୀୟ ଘାଟା ଲକ୍ଷ୍ୟକୁ ବଢାଇପାରନ୍ତି। ବଜେଟ ପୂର୍ବରୁ ଏଭଳି ରିପୋର୍ଟ ପୂରା ବ୍ୟୟ ବରାଦକୁ ପ୍ରଭାବିତ କରିପାରେ।

ସାଧାରଣ ବଜେଟରେ ଆୟକର ହ୍ରାସ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଘର ପାଇଁ ସୁଧ ସହାୟତା ଜରିଆରେ ଚାହିଦା ବୃଦ୍ଧି ପାଇଁ ଗୁରୁତ୍ବ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ଦର 5 ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି।ଆଗାମୀ ବୃଦ୍ଧି ପାଇଁ ଗ୍ରାହକଙ୍କ ଚାହିଦା ବଢିବା ନିହାତି ଆବଶ୍ୟକ ରହିଛି।

ପ୍ରକାଶ ଯେ, ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ଅଧିନରେ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏଥିରେ କେଉଁ କ୍ଷେତ୍ରକୁ କେତେ ମିଳିବ ସେ ନେଇ ଚାଲିଛି ଅଙ୍କକଷା।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.