ETV Bharat / business

କୋରୋନା ସଙ୍କଟ: ଆଜି ଆସିବ ଜିଡିପି ରିପୋର୍ଟ

author img

By

Published : Aug 31, 2020, 10:49 AM IST

ଆଜି ପ୍ରକାଶ ପାଇବ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସର ଅଭିବୃଦ୍ଧି ରିପୋର୍ଟ । ଯେହେତୁ କୋରୋନା କଟକଣାରେ ପୂରା ତ୍ରୟମାସ କଟିଛି ଏଣୁ ବଡ ଆର୍ଥିକ ସଙ୍କୋଚନର ଆଶଙ୍କା ରହିଛି । ପୂର୍ବରୁ ବହୁ ଜାତୀୟ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମଧ୍ୟ ଅର୍ଥନୀତି ନିମ୍ନମୁହାଁ ନେଇ ଆକଳନ କରିଛନ୍ତି । ଅଧିକ ପଢନ୍ତୁ..

କୋରୋନା ସଙ୍କଟ: ଆଜି ଆସିବ ଜିଡିପି ରିପୋର୍ଟ
କୋରୋନା ସଙ୍କଟ: ଆଜି ଆସିବ ଜିଡିପି ରିପୋର୍ଟ

ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସଓ) ପକ୍ଷରୁ 2020 ଜୁନ ତ୍ରୟମାସର ମୋଟ ଘରୋଇ ଉତ୍ପାଦ (ଜିଡିପି) ରିପୋର୍ଟ ପ୍ରକାଶ ପାଇବ । ତେବେ ପ୍ରଥମ ତ୍ରୟମାସ କୋରୋନା ଓ ଲକଡାଉନରେ କଟିଥିବାରୁ ହୋଇପାରେ ଭାରତ ଏବେ ସବୁଠୁ ବଡ ଆର୍ଥିକ ସଙ୍କୁଚନର ସାମ୍ନା କରିବ । ଜୁନ ତ୍ରୟମାସର ଜିଡିପି ରିପୋର୍ଟ ଭାରତୀୟ ଅର୍ଥନୀତିରେ କୋରୋନା ମହାମାରୀର ପ୍ରତିକୂଳ ପ୍ରଭାବର ପ୍ରଥମ ସଂପୂର୍ଣ୍ଣ ପରିସଂଖ୍ୟାନ ପ୍ରତିଫଳନ ହେବ ବୋଲି ଆଶା କରାଯାଉଛି।

ବ୍ୟାଙ୍କିଙ୍ଗ ଏବଂ ଅନୁସନ୍ଧାନ ଏଜେନ୍ସିଗୁଡିକର ବିଭିନ୍ନ ଆକଳନ ଅନୁଯାୟୀ, ଭାରତର ଜିଡିପିରେ 1 ବର୍ଷ ପୂର୍ବ ତୁଳନାରେ ଜୁନ ତ୍ରୟମାସରେ-15% ରୁ -20% ବୃଦ୍ଧି (ସଙ୍କୁଚନ) ହାର ଦେଖିବାକୁ ମିଳିଛି । ତେବେ ଯଦି ବାସ୍ତବରେ ଏଭଳି ହୁଏ, ତେବେ 1979ର ମରୁଡି ପରେ ଭାରତୀୟ ଅର୍ଥବ୍ୟବସ୍ଥା ଦେଖିଥିବା ଏହା ପ୍ରଥମ ସଙ୍କୁଚନ ହେବ । ସେହି ସମୟରେ ଜିଡିପି ଅଭିବୃଦ୍ଧି ହାର -5.2 ପ୍ରତିଶତର ସର୍ବକାଳନୀନ ନିମ୍ନ ସ୍ତରରେ ପହଞ୍ଚିଥିଲା ।

ଅଗଷ୍ଟ ମଧ୍ୟରେ ଜାରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଗବେଷଣା ରିପୋର୍ଟ ଅନୁସାରେ ଚଳିତ ଆର୍ଥକ ବର୍ଷର ପ୍ରଥମ ତ୍ରୟମାସରେ ଭାରତର ଜିଡିପି 16.5 ପ୍ରତିଶତ ହ୍ରାସ ଅନୁମାନ ରହିଛି ।

ସୂଚନାଥାଉକି, ଭାରତର ଜିଡିପି 2019-20 ଜାନୁଆରୀ-ମାର୍ଚ୍ଚ ତ୍ରୟମାସରେ 3.1 ପ୍ରତିଶତ ବଢିଥିଲା । ପୂରା ଆର୍ଥିକ ବର୍ଷ 2019-20 ପାଇଁ ବିକାଶ ଦର 11 ବର୍ଷର ସର୍ବନିମ୍ନ ସ୍ତର 4.2 ପ୍ରତିଶତ ରହିଛି । ଏପଟେ ମହାମାରୀ କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ ମାର୍ଚ୍ଚ 25 ରୁ ଆରମ୍ଭ ହୋଇଥିଲା । ଏପ୍ରିଲ ପହିଲାରୁ 2020-21 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ) ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.