ETV Bharat / business

ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି, ଏଣିକି ହିଣ୍ଡନରୁ ବି ଧରିପାରିବେ ବିମାନ

author img

By

Published : Oct 10, 2019, 2:48 PM IST

ଆସନ୍ତାକାଲିଠୁ ଉତ୍ତରାଖଣ୍ଡ ପିଠୋରାଗଡକୁ ହିଣ୍ଡନ ଏୟାରପୋର୍ଟରୁ ଉଡିବ ବିମାନ । ଏୟାର ହେରିଟେଜ ପକ୍ଷରୁ ଉଡିବ ଏହି ପ୍ରଥମ ବାଣିଜ୍ୟିକ ବିମାନ । ଏହା ପରେ ନଭେମ୍ବର 6ରୁ ହୁଗୁଳିକୁ ଏହା ଉଡାଣ ଭରିବ ।

ପ୍ରତିକାତ୍ମକ ଫଟୋ

ଗାଜିଆବାଦ: ଦିଲ୍ଲୀ ଏନସିଆର ଓ ଗାଜିଆବାଦ-ନୋଏଡା ଲୋକଙ୍କ ପାଇଁ ଖୁସି ଖବର । ଏଣିକି ଦିଲ୍ଲୀବାସୀ ବିମାନ ଯାତ୍ରା ପାଇଁ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ବଦଳରେ ହିଣ୍ଡନ ଏୟାରପୋର୍ଟରୁ ଉଡାଣ ଭରିପାରିବେ । ଫଳରେ ରାଜଧାନୀରୁ ବିମାନ ଧରିବା ଏବେ ସହଜ ହେବ ।

ଶୁକ୍ରବାର ଠାରୁ ଏୟାର ହେରିଟେଜର ଏହି ବାଣିଜ୍ୟିକ ବିମାନ ହିଣ୍ଡନ ଏୟାରପୋର୍ଟରୁ ଉତ୍ତରାଖଣ୍ଡ ପିଠୋରାଗଡକୁ ଉଡିବ । ଏହା ପରେ ନଭେମ୍ବର 6ରୁ ହୁଗୁଳିକୁ ଏହା ଉଡାଣ ଭରିବ । ଯାତ୍ରାକୁ ସୁଗମ ଓ ସହଜ କରିବା ପାଇଁ ସମସ୍ତ ସୁରକ୍ଷା ଓ ବିଦ୍ୟୁତ ଆଦି ବିଭାଗକୁ ଯାଞ୍ଚ ପାଇଁ ଜିଲ୍ଲାଧିକାରୀ ଅଜୟ ଶଙ୍କର ପାଣ୍ଡେ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଯେ, ହିଣ୍ଡନ ଏୟାରପୋର୍ଟରୁ ଉଡାଣ ଭରିବାକୁ ଥିବା ଏହି ହେରିଟେଜ ବିମାନ କମ୍ପାନୀର 9 ସିଟର ବିଶିଷ୍ଟ ବିମାନ ରହିବ । ତେବେ ହିଣ୍ଡନରୁ ପିଠୋରାଗଡ ଯିବା ପାଇଁ 2270 ଟଙ୍କା ଓ ପିଠୋରାଗଡରୁ ହିଣ୍ଡନ ଆସିବାକୁ 2470 ଟଙ୍କା ଭଡା ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.