ETV Bharat / business

‘FRDI ବିଲ ଉପରେ କାମ କରୁଛି ଅର୍ଥ ମନ୍ତ୍ରଣାଳୟ’

author img

By

Published : Feb 7, 2020, 8:16 PM IST

ବିବାଦୀୟ ଆର୍ଥିକ ସମାଧାନ ଏବଂ ଜମା ବୀମା (ଏଫଆରଡିଆଇ) ବିଲ ଉପରେ କାମ କରୁଛି ଅର୍ଥ ମନ୍ତ୍ରଣାଳୟ । ଶୁକ୍ରବାର ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

FinMin working on FRDI bill, says Sitharaman
‘ଏଫଆରଡିଆଇ ବିଲ ଉପରେ କାମ କରୁଛି ଅର୍ଥ ମନ୍ତ୍ରାଣଳୟ’

ମୁମ୍ବାଇ: ବିବାଦୀୟ ଆର୍ଥିକ ସମାଧାନ ଏବଂ ଜମା ବୀମା (ଏଫଆରଡିଆଇ) ବିଲ ଉପରେ କାମ କରୁଛି ଅର୍ଥ ମନ୍ତ୍ରଣାଳୟ । ଶୁକ୍ରବାର ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ଏଫଆରଡିଆଇ ବିଲ ଉପରେ କାମ ଚାଲିଛି । ହେଲେ କେବେ ସଂସଦରେ ଏହା ଆସିବ ସେ ନେଇ କିଛି ସ୍ଥିର କରାଯାଇନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ବୟାନ, ଜମା ବୀମାରେ 5 ଗୁଣା ବୃଦ୍ଧି ଓ ଦେବାଳିଆ ଆଇନରେ ପରିବର୍ତ୍ତନ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ । ଏଥିରେ(ବିଲରେ) ଆର୍ଥିକ ସଂସ୍ଥାନଗୁଡିକର ଦେବାଳିଆ ସମାଧାନ ମଧ୍ୟ ସାମିଲ ରହିଛି ।

ରିଜର୍ଭ ବ୍ୟାଙ୍କ ଦ୍ବାରା କରାଯାଇଥିବା ଖୁଚୁରା ଗ୍ରାହକ , ଏମଏସଏମଇ ପାଇଁ ଲିକ୍ୟୁଡିଟି ଉପାୟର ଘୋଷଣାକୁ ସୀତାରମଣ ସ୍ବାଗତ କରିଛନ୍ତି । ଗୁରୁବାର ଆରବିଆଇ ଚଳିତ ଆର୍ଥିକ ବର୍ଷର ଷଷ୍ଠ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟରେ ଏହି ସବୁ ଉପାୟର ଘୋଷଣା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.