ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ 25,000 ରୁ 30,000 କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପାଇଁ ଆରବିଆଇ ଉପରେ ଚାପ ପକାଇପାରେ। ଏହା ତୃତୀୟ ଥର ହେବ, ଯେଉଁଥିରେ ରାଜକୋଷୀୟ ଘାଟା 2019-20ରେ 3.3 ପ୍ରତିଶତରୁ ଅଧିକ ରହିପାରିନାହିଁ।
ପୋଷ୍ଟ ବଜେଟ ଭିଜନ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରମ୍ପରାଗତ ବୈଠକରେ ଏ ବାବଦରେ ଆଲୋଚନା କରା ଯାଇପାରେ। ଆର୍ଥିକ ବର୍ଷ 2020 ପାଇଁ ସରକାର, ଆରବିଆଇ ଠାରୁ 90 ହଜାର କୋଟି ଲାଭାଂଶ ବଜେଟ ଅନୁମାନ ରଖିଛନ୍ତି। ଏପଟେ ଆରବିଆଇ ଜୁଲାଇ-ଜୁନ ଆର୍ଥିକ ବର୍ଷର ଅନୁସରଣ କରୁଛି । ଆରବିଆଇର ମୋଟ ଲାଭାଂଶର 2019-20(ଜୁଲାଇ-ଜୁନ)ର ଅନ୍ତରୀଣ ଲାଭାଂଶରୁ ସରକାରଙ୍କୁ ରାଜକୋଷୀୟ ଘାଟା 3.3 ପ୍ରତିଶତ ରଖିଲେ ଅଧିକ ସହାୟକ ହେବ।
ପୂର୍ବରୁ ଆରବିଆଇ ପକ୍ଷରୁ ଅନ୍ତରୀଣ ଲାଭାଂଶ ରୂପେ ମୋଟ 38,000 କୋଟି ଟଙ୍କା ଯୋଗାଇଛି। ସେଥିରେ 2019ରେ 28,000 କୋଟି ଟଙ୍କା ଓ ଆର୍ଥିକ ବର୍ଷ 2018ରେ 10,000 କୋଟି ଟଙ୍କା ଦିଆଯାଇଛି।
ଯଦି ଆରବିଆଇ ବୋର୍ଡ ଅନୁମତି ଦେବ, ଏହାକୁ ମିଶାଇ ତୃତୀୟ ଥର ପାଇଁ ସରକାରଙ୍କୁ ଅନ୍ତରୀଣ ଲାଭାଂଶ ଭାବେ ଆର୍ଥିକ ସହଯୋଗ କରାଯିବ।