ETV Bharat / business

ଅର୍ଥମନ୍ତ୍ରଣାଳୟର ଆଶା; 80% କରଦାତାଙ୍କ ପସନ୍ଦ ନୂଆ କର ବ୍ୟବସ୍ଥା - ଖସିଲା ଆୟକର ସ୍ଲାବ

ବଜେଟରେ ଘୋଷଣା ହୋଇଥିବା ନୂଆ କର ବ୍ୟବସ୍ଥାକୁ ପ୍ରାୟ 80 ପ୍ରତିଶତ କରଦାତା ଆପଣାଇପାରନ୍ତି । ଏନେଇ ମନ୍ତ୍ରଣାଳୟ ଆଶା ରଖିଥିବା ନେଇ କହିଛନ୍ତି ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ।

finance ministry expects at least 80 pc of taxpayers to move to new tax regime
ଅର୍ଥମନ୍ତ୍ରାଣଳ ଆଶା, 80% କରଦାତାଙ୍କ ପସନ୍ଦ ନୂଆ କର ବ୍ୟବସ୍ଥା
author img

By

Published : Feb 8, 2020, 2:30 PM IST

ମୁମ୍ବାଇ: ବଜେଟରେ ଘୋଷଣା ହୋଇଥିବା ନୂଆ କର ବ୍ୟବସ୍ଥାକୁ ପ୍ରାୟ 80 ପ୍ରତିଶତ କରଦାତା ଆପଣାଇ ପାରନ୍ତି । ଏନେଇ ମନ୍ତ୍ରଣାଳୟ ଆଶା ରଖିଥିବା ନେଇ କହିଛନ୍ତି ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ।

ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ନୂଆ କର ସ୍ଲାବ ପ୍ରସ୍ତାବ ଦିଆଯାଇଛି । ହେଲେ ତଥାପି ପୁରୁଣା ଟିକସ ବ୍ୟବସ୍ଥାର ବିକଳ୍ପ ରହିଛି । ଯଦି କରଦାତା ନୂଆ ବ୍ୟବସ୍ଥାରେ କର ଭରନ୍ତି, 70 ରିହାତି ସୁବିଧା ପାଇପାରିବେ ନାହିଁ। ପୂର୍ବରୁ ବୀମା, ନିବେଶ, ମେଡିକାଲ, ଟିଉସନ ଫି ଭଳି 100ଟି ଏକଜମ୍ପସନ ରହିଥିଲା । ଏବେ ଆୟକର ଭରିବା ପୂର୍ବରୁ କରଦାତା ଗଣିତ ଲଗାଇବେ କି କେଉଁଥିରେ ଟିକସ ଭରିବେ।

ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ନୂଆ କର ସ୍ଲାବ ଅଧିକ ଲାଭଦାୟକ ହେବେ । ଏଣୁ ପ୍ରାୟ 80 ପ୍ରତିଶତ କରଦାତା ନୂଆ ବ୍ୟବସ୍ଥାକୁ ଗ୍ରହଣ କରିବେ ।

ପାଣ୍ଡେ କହିଛନ୍ତି ଯେ, ସରକାର ବଜେଟ ପୂର୍ବରୁ 5.78 କୋଟି କରଦାତାଙ୍କୁ ବିଶ୍ଲେଷଣ କରିଥିଲା । ଏଥିରୁ 69 ପ୍ରତିଶତ ଲୋକ ନୂଆ ବ୍ୟବସ୍ଥାରେ ନିଜର ପ୍ରଫିଟ ଦେଖିଥିଲେ । ଆଉ 11 ପ୍ରତିଶତ କରଦାତା ପୁରୁଣା ବ୍ୟବସ୍ଥାକୁ ପସନ୍ଦ କରିଥିଲେ । ବାକି 20 ପ୍ରତିଶତ ମଧ୍ୟରୁ କିଛି କାଗଜ କାମରୁ ବଞ୍ଚିବାକୁ ଚାହୁଁଥିବେ ଓ ନୂଆ ବ୍ୟବସ୍ଥା ପାଇଁ ଇଚ୍ଛା ରଖୁଥିବେ । ପୂର୍ବରୁ କର୍ପୋରେଟ କରରେ ରିହାତି ଦେବା ସମୟରେ ମଧ୍ୟ ଏଭଳି ବିକଳ୍ପ ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.