ETV Bharat / business

ଜିଏସଟି କ୍ଷତିପୂରଣ ଋଣ ବ୍ୟବସ୍ଥା: ରାଜ୍ୟକୁ ଚିଠି ଲେଖିଲେ ସୀତାରମଣ

author img

By

Published : Oct 17, 2020, 5:41 PM IST

ଜିଏସଟି କ୍ଷତିପୂରଣ ନେଇ 20 ଟି ରାଜ୍ୟରୁ ଖୋଲା ବଜାରରୁ ଋଣ ଉଠାଣ ପାଇଁ କେନ୍ଦ୍ରର ଅନୁମତି ମିଳିଛି । ତେବେ ଏହି କ୍ଷତିପୂରଣ ବ୍ୟବସ୍ଥାକୁ ବିସ୍ତାର ଭାବେ ଦର୍ଶାଇ ରାଜ୍ୟକୁ ଚିଠି ଲେଖିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଅଧିକ ପଢନ୍ତୁ..

ଜିଏସଟି କ୍ଷତିପୂରଣ ଋଣ ବ୍ୟବସ୍ଥା:  ରାଜ୍ୟକୁ ଚିଠି ଲେଖିଲେ ସୀତାରମଣ
ଜିଏସଟି କ୍ଷତିପୂରଣ ଋଣ ବ୍ୟବସ୍ଥା: ରାଜ୍ୟକୁ ଚିଠି ଲେଖିଲେ ସୀତାରମଣ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣ ବ୍ୟବସ୍ଥା ବିଷୟରେ ବିସ୍ତାରପୂର୍ବକ ଦର୍ଶାଇ ସମସ୍ତ ରାଜ୍ୟକୁ ପତ୍ର ଲେଖିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜିଏସଟି କ୍ଷତିପୂରଣ ପାଇଁ ରାଜ୍ୟ 1.10 ଲକ୍ଷ କୋଟି ଟଙ୍କା ଋଣ ନେବାକୁ କେନ୍ଦ୍ର ରାଜି ହେବାର ଗୋଟିଏ ଦିନ ପରେ ଏହି ଚିଠି ଲେଖାଯାଇଛି ।

ଏହାପୂର୍ବରୁ ଏହି ସପ୍ତାହରେ ସୋମବାର ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏହି ପ୍ରସଙ୍ଗରେ ସହମତି ହୋଇପାରି ନଥିଲା ।

ଏହା ପରେ କେନ୍ଦ୍ର କହିଥିଲା ​​ଯେ ରାଜ୍ୟମାନେ ନିଜେ ବଜାରରୁ ଋଣ ନେବା ଉଚିତ । କେତେକ ରାଜ୍ୟ ସରକାର କେନ୍ଦ୍ରର ଏହି ପ୍ରସ୍ତାବରେ ସହମତ ନଥିଲେ ।

ସୀତାରମଣଙ୍କ ଚିଠିରେ କୁହାଯାଇଛି, "ଆମେ ବର୍ତ୍ତମାନ ସ୍ବତନ୍ତ୍ର ବ୍ୟବସ୍ଥା ସହ ଜଡିତ କିଛି ଦିଗ ଉପରେ କାର୍ଯ୍ୟ କରିଛୁ । ଅନେକ ରାଜ୍ୟରୁ ମିଳିଥିବା ପରାମର୍ଶକୁ ଆଧାର କରି ନିଷ୍ପତ୍ତି ନିଆଯାଇଛି ଯେ କେନ୍ଦ୍ର ସରକାର ପ୍ରଥମେ ଏହି ରାଶି ଗ୍ରହଣ କରିବେ ଏବଂ ପରେ ତାହାକୁ ରାଜ୍ୟମାନଙ୍କୁ ସମୟ ସମୟରେ ଋଣ ଆକାରରେ ଦେବେ । ଏହା ଦ୍ବାରା ସମନ୍ବୟ ଏବଂ ଋଣ ନେବାରେ ସହଜ ହେବ । ଏଥିସହ ସୁଧ ହାର ମଧ୍ୟ ଅନୁକୂଳ ହେବ । "

ଚିଠିରେ କୁହାଯାଇଛି ଯେ, ଚଳିତ ବର୍ଷ ଦିଆଯାଇଥିବା ଋଣ ଦ୍ବାରା ରାଜ୍ୟ ପାଖରେ କ୍ଷତିପୂରଣ ପୂରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ରହିବ । ଋଣ, ସୁଧର ପୈଠ ଭବିଷ୍ୟତେ ମିଳିବାକୁ ଥିବା ସେସରୁ ପ୍ରଦାନ କରାଯିବ | କେତେକ ରାଜ୍ୟ କେନ୍ଦ୍ରର ପୂର୍ବ ପ୍ରସ୍ତାବକୁ ବିରୋଧ କରୁଥିଲେ , ଯେଉଁଥିରେ ରାଜ୍ୟମାନଙ୍କୁ ଜିଏସଟି କ୍ଷତିପୂରଣ ବଦଳରେ ଋଣ ନେବାକୁ କୁହାଯାଇଥିଲା ।

ଜିଏସଟି ରାଜସ୍ବ ସଂଗ୍ରହର ଅଭାବକୁ ପୂରଣ କରିବା ପାଇଁ 1,10,208 କୋଟି ଟଙ୍କା ଋଣ ନେବାକୁ କେନ୍ଦ୍ରର ଗୁରୁବାରର ନିଷ୍ପତ୍ତିକୁ ସୀତାରମଣ ସ୍ବାଗତ କରିଛନ୍ତି । କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଏ ନେଇ ଶୁକ୍ରବାର କହିଛନ୍ତି ଯେ, କେନ୍ଦ୍ର ପ୍ରଥମ ପଦକ୍ଷେପ ଭଲ ନେଇଛି ଏବଂ ବର୍ତ୍ତମାନ ରାଜ୍ୟମାନଙ୍କ ସହ ବିଶ୍ବାସ ବଢାଇ ପାଇଁ ଏହା କାର୍ଯ୍ୟ କରିବା ଉଚିତ।

ଚିଦାମ୍ବରମ ଟ୍ବିରରେ ଲେଖିଛନ୍ତି, "ଅର୍ଥମନ୍ତ୍ରୀ ରାଜ୍ୟମାନଙ୍କୁ ଏକ ଚିଠି ଲେଖିଛନ୍ତି ଯେ କେନ୍ଦ୍ର ସରକାର 1,10,208 କୋଟି ଟଙ୍କା ଋଣ ନେଇ ରାଜ୍ୟ ସରକାରଙ୍କୁ ଦେବେ । ଆଉ ଏହି ମନୋଭାବର ଆସିଥିବା ପରିବର୍ତ୍ତନକୁ ମୁଁ ସ୍ୱାଗତ କରୁଛି । ଜିଏସଟି କ୍ଷତିପୂରଣର ପାର୍ଥକ୍ୟ ବିଷୟରେ ଏଥିରେ କୌଣସି ସ୍ପଷ୍ଟତା ନାହିଁ, ଅର୍ଥମନ୍ତ୍ରୀଙ୍କ ଚିଠିରେ ଚଳିତ ଆର୍ଥିକ ବର୍ଷର ଆକଳନ 1,06,830 କୋଟି ଟଙ୍କା ବୋଲି ଦର୍ଶାଯାଇଛି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.