ETV Bharat / business

ଆଜି ବ୍ୟାଙ୍କ ପ୍ରମୁଖଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ, ନିଆଯିବ ବହୁ ନିଷ୍ପତ୍ତି

author img

By

Published : Sep 19, 2019, 1:30 PM IST

ଗୁରୁବାର ରାଷ୍ଟ୍ରାୟତ ବ୍ୟାଙ୍କର ପ୍ରମୁଖଙ୍କ ସହ ସମୀକ୍ଷା ବୈଠକ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ସୁଧହାର କମ କରିବା ସହ ଗ୍ରାହକଙ୍କ ହିତରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଗୁରୁବାର ରାଷ୍ଟ୍ରାୟତ ବ୍ୟାଙ୍କ ପ୍ରମୁଖଙ୍କ ସହ ସମୀକ୍ଷା ବୈଠକ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ବ୍ୟାଙ୍କର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏଥିସହ ରେପୋରେଟ ସହ ଜଡିତ ଋଣ, ଅନଲାଇନ ଲୋନ ଆପ୍ଲିକେସନ ଟ୍ରାକିଙ୍ଗ ଓ ଡୋରପେପ ବ୍ୟାଙ୍କିଂର ଆରମ୍ଭ ନେଇ ଯୋଜନା ତିଆରି ହେବ।

ଦିଲ୍ଲୀରେ ଦିନ ସାଢେ 2ଟାରେ ଏହି ବୈଠକ ବସିବ । ସମସ୍ତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ପ୍ରବନ୍ଧନ ନିର୍ଦ୍ଦେଶକ, ମହାପ୍ରବନ୍ଧକ, କାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଦି ଏହି ବୈଠରେ ସାମିଲ ହେବେ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଦେଉଥିବା କମ ସୁଧ ଲାଭକୁ ସମସ୍ତ ବ୍ୟାଙ୍କର ଗ୍ରାହକଙ୍କୁ ଯୋଗାଇବା ପାଇଁ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ପ୍ରମୁଖଙ୍କ ସହ ଭେଟି ଆଲୋଚନା କରିବାକୁ ଗତ ଶନିବାର ନିର୍ମଳା ସୀତାରମଣ କହିଥିଲେ।

ପ୍ରକାଶ ଥାଉ ଯେ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅଗଷ୍ଟରେ ରେପୋରେଟ ହାର 35 ବେସିସ ପଏଣ୍ଟ ହ୍ରାସ କରି 5.40 ପ୍ରତିଶତରେ ପହଞ୍ଚାଇଛନ୍ତି । ଫଳରେ ସୁଧହାର କମ ହୋଇଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.