ETV Bharat / business

MSME ବକେୟାର ସମୀକ୍ଷା କଲେ ଅର୍ଥମନ୍ତ୍ରୀ - ଏମଏସଏମଇ ବକେୟା

କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ଓ କେନ୍ଦ୍ର ସରକାରଙ୍କ ଏଜେନ୍ସି ଉପରେ କ୍ଷୁଦ୍ର ଓ ମଧ୍ୟମ ୟୁନିଟଗୁଡିକର ବକେୟା ବାବଦରେ ସ୍ବତନ୍ତ୍ର ସମୀକ୍ଷା କରିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ..

MSME ବକେୟାର ସମୀକ୍ଷା କଲେ ଅର୍ଥମନ୍ତ୍ରୀ
MSME ବକେୟାର ସମୀକ୍ଷା କଲେ ଅର୍ଥମନ୍ତ୍ରୀ
author img

By

Published : Dec 10, 2020, 8:41 PM IST

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ଷୁଦ୍ର , ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ର ବକେୟା ପେମେଣ୍ଟ ସ୍ଥିତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ଓ କେନ୍ଦ୍ର ସରକାରଙ୍କ ଏଜେନ୍ସି ଉପରେ କ୍ଷୁଦ୍ର ଓ ମଧ୍ୟମ ୟୁନିଟଗୁଡିକର ବକେୟା ବାବଦରେ ସ୍ବତନ୍ତ୍ର ଭାବେ ସମୀକ୍ଷା କରିଛନ୍ତି ।

ବୈଠକରେ ଆର୍ଥିକ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡା , ଏମଏସଏମଇ ସଚିବ ଏ କେ ଶର୍ମା ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏ ବର୍ଷ ମେ ମାସରେ ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ କେନ୍ଦ୍ର ସରକାରଙ୍କ ଏଜେନ୍ସି ଓ ସିପିଏସଇକୁ ଏମଏସଏମଇର ବକେୟା 45 ଦିନରେ ପୈଠ ଦିଶା ନିର୍ଦ୍ଦେଶ ରହିଥିଲା ।

ଏକ ଅଧିକାରୀ ନିଜ ବିବୃତ୍ତିରେ କହିଛନ୍ତି କି, 2020 ମେ ମାସରୁ ଭାରତ ସରକାର ବିଶେଷ ଭାବେ ଏମଏସଏମଇ ମନ୍ତ୍ରୀଳୟ ଦ୍ବାରା ଏହି ବକେୟାର ପେମେଣ୍ଟ ପାଇଁ ନିୟମିତ ଭାବେ ଦୃଢ ପଦକ୍ଷେପ ନେଇଛନ୍ତି । ଏମଏସଏମଇକୁ ଦିଆଯିବାକୁ ଥିବା ରାଶିର ପୈଠ ପାଇଁ ସିପିଏସଇ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି ।

ଏହାର ଫଳସ୍ବରୂପ କେନ୍ଦ୍ର ସରକାରଙ୍କ ଏଜେନ୍ସି ଓ ସିପିଏସଇ ଗତ 7 ମାସରେ ଏମଏସଏମଇକୁ 21,000 କୋଟି ଟଙ୍କାରୁ ଅଧିକ ପେମେଣ୍ଟ କରିଛି । ଏମଏସଏମଇ ମନ୍ତ୍ରାଳୟ ଅନୁସାରେ ସବୁଠୁ ଅଧିକ 5,100 କୋଟି ଟଙ୍କା କ୍ରୟ ଅକ୍ଟୋବର ମାସରେ ହୋଇଛି । ଆଉ ଏଥିମଧ୍ୟରେ 4,100 କୋଟି ଟଙ୍କାରୁ ଅଧିକ ପେମେଣ୍ଟ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.