ଭୁବନେଶ୍ବର: ବଜେଟ୍ ର ପ୍ରସ୍ତୁତି ପାଇଁ ଅର୍ଥ ମନ୍ତ୍ରୀ ସମାଜର ବିଭିନ୍ନ ବର୍ଗ ଠାରୁ ମତାମତ ଲୋଡିଛନ୍ତି । ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ଓ୍ଵେବପୋର୍ଟାଲ, ହ୍ଵାଟ୍ସଆପ ନମ୍ବରରେ ମେସେଜ ଜରିଆରେ ମତାମତ ଦେଇପାରିବେ । ଏହାସହ ବଜେଟ୍ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ ଏହି ପୋର୍ଟାଲରେ ଉପଲବ୍ଧ କରାଯାଇଛି ।
୨୦୨୧-୨୨ ବର୍ଷ ପାଇଁ ଅର୍ଥ ବିଭାଗ budget.odisha.go.inରେ ମତାମତ ଦେଇପାରିବେ । ଏଥିସହ odisha.budget@Gov.in ରେ ମେଲ ମାଧ୍ୟମରେ ଦେଇପାରିବେ ମତାମତ ।
ଏହାସହ ନମ୍ବର ୯୪୩୮୧୬୧୧୧୧ ମାଧ୍ୟମରେ ଏସଏମଏସ ମାଧ୍ୟମରେ କିମ୍ବା ଟ୍ବିଟରରେ ମତାମତ ଦେଇପାରିବେ । ଏହି ସୁବିଧା ୨୨ଡିସେମ୍ବର ରୁ ୨୧ ଜାନୁଆରୀ ଯାଏ ଉପଲବ୍ଧ ରହିବ । ଏନେଇ ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ।
କୋରୋନାରେ ପ୍ରଭାବିତ ରାଜ୍ୟ ଅର୍ଥବ୍ୟବସ୍ଥା । ରାଜସ୍ବ ହ୍ରାସ ସହ ବିଭିନ୍ନ ସେକ୍ଟର ଗଭୀର ଭାବେ ପ୍ରଭାବିତ । ଏଭଳି ସ୍ଥିତିରେ ଆଗାମୀ ବଜେଟ ଚ୍ୟାଲେଞ୍ଜି ରହିଛି । ଏନେଇ ମତାମତ ଲୋଡିଛନ୍ତି ଅର୍ଥମନ୍ତ୍ରୀ ।
ଭୁବନେଶ୍ବର ତପନ କୁମାର ଦାସ,ଇଟିଭି ଭାରତ