ETV Bharat / business

10 ମାସରେ 3490 କୋଟି ଡଲାର ଏଫଡିଆଇ

author img

By

Published : Feb 5, 2020, 9:36 PM IST

ଚଳିତ ଆର୍ଥିକ ବର୍ଷର ନଭେମ୍ବର ପର୍ଯ୍ୟନ୍ତ ଦେଶକୁ 3490 କୋଟି ଡଲାର ଏଫଡିଆଇ(ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ) ଆସିଛି । ମଙ୍ଗଳବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଜଣାଇଛନ୍ତି।

FDI at USD 34.90 bn till Nov of FY20: Govt
10 ମାସରେ 3,490 କୋଟି ଡଲାର ଏଫଡିଆଇ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ନଭେମ୍ବର ପର୍ଯ୍ୟନ୍ତ ଦେଶକୁ 3490 କୋଟି ଡଲାର ଏଫଡିଆଇ(ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ) ଆସିଛି । ଯାହା 2018-19 ପୂରା ଆର୍ଥିକ ବର୍ଷରେ 6200 କୋଟି ଡଲାର ଏଫଡିଆଇ ପ୍ରବାହ ହୋଇଛି । ସେହିପରି 2017-18ରେ ଏହା 6090 କୋଟି ଓ 2016-17ରେ 6022 କୋଟି ଡଲାର ଅଛି । ମଙ୍ଗଳବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଜଣାଇଛନ୍ତି ।

ବିଶ୍ବ ବାଣିଜ୍ୟରେ ଏଫଡିଆଇ କମିଥିବା ବେଳେ ଭାରତରେ ଏହା ବୃଦ୍ଧି ପାଇଛି । 2018-19ରେ ଦେଶକୁ ଯେତିକି ଏଫଡିଆଇ ଆସିଥିବା ତାହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର 2.37 ପ୍ରତିଶତ ରହିଥିଲା । ମଙ୍ଗଳବାର ପ୍ରଶ୍ନକାଳରେ ଏ ସମ୍ପର୍କରେ ଜଣାଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ।

ଏଫଡିଆଇ ବୃଦ୍ଧିର କାରଣ ହେଉଛି ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ । ବିଭିନ୍ନ ସେକ୍ଟରରେ ଏଫଡିଆଇ ଆଗମନ ପାଇଁ ଗୁରୁତ୍ବ ଦିଆଯାଉଛି । ଏଥିସହ ନିୟମ ମଧ୍ୟ କୋହଳ ହେଉଛି । ଫଳରେ ଭାରତୀୟ ବଜାରରେ ଟଙ୍କା ଲଗାଇବାକୁ ନିବେଶକ ଆକର୍ଷିତ ହୋଇଛନ୍ତି । ଏଥିପାଇଁ ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ମଧ୍ୟ ଭାରତ ସ୍ଥାନ ଉପରକୁ ଉଠିଚାଲିଛି । ଏହା ଦ୍ବାରା ଆଗକୁ ଦେଶରେ ନିବେଶ, ନିଯୁକ୍ତି ଏବଂ ଅଭିବୃଦ୍ଧି ବଢିବ ବୋଲି ଆଶା ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.