ETV Bharat / business

ଫେସବୁକ-ଜିଓ ଚୁକ୍ତି, ସଙ୍କଟ ସମୟରେ ଶିଳ୍ପ ଜଗତ ପାଇଁ ଆଣିଛି ଖୁସି

author img

By

Published : Apr 23, 2020, 12:29 AM IST

କୋଭିଡ -19 ବିପଦ ଭିତରେ ଏତେ ବଡ ନିବେଶ ନେଇ କେହି ଚିନ୍ତା କରିନଥିଲେ । ହେଲେ ଫେସବୁକର ଏହି ଘୋଷଣାରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ଓ ଇକମର୍ସ ସେକ୍ଟରରେ ଖୁସିର ଲହରି ଖେଳିଯାଇଛି । ଅଧିକ ପଢ଼ନ୍ତୁ...

facebook jio deal brings cheers to indian industry in grim times
ଫେସବୁକ-ଜିଓ ଚୁକ୍ତି , ସଙ୍କଟ ସମୟରେ ଶିଳ୍ପ ଜଗତ ପାଇଁ ଆଣିଛି ଖୁସି

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଭାରତୀୟ ଉଦ୍ୟୋଗ ପାଇଁ ଖୁସି ଆଣିଛି ଫେସବୁକ ଏବଂ ଜିଓର ଚୁକ୍ତି । ଫେସବୁକ ଜିଓରେ 43,574 କୋଟି ଟଙ୍କା ନିବେଶ କରିବାକୁ ଯାଉଛି ।

କୋଭିଡ -19 ବିପଦ ଭିତରେ ଏତେ ବଡ ନିବେଶ ନେଇ କେହି ଚିନ୍ତା କରିନଥିଲେ । ହେଲେ ଫେସବୁକର ଏହି ଘୋଷଣାରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ଓ ଇକମର୍ସ ସେକ୍ଟରରେ ଖୁସିର ଲହରୀ ଖେଳିଯାଇଛି ।

ଫେସବୁକର ଏହି ସର୍ବ ବୃହତ ବିଦେଶୀ ପୁଞ୍ଜି ବିନିଯୋଗ ଘୋଷଣା କରିବା ପରେ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, ଏହା ଭାରତର ଲୋକଙ୍କ ପାଇଁ ବାଣିଜ୍ୟ ସୁଯୋଗ ସୃଷ୍ଟି କରିବ । କିରାଣୀ ସାମାଗ୍ରୀ ଓ ଅନ୍ୟ ଘରୋଇ ଆବଶ୍ୟକ ଜିନିଷ ବିସ୍ତାର ପାଇଁ ସ୍ଥାପନ କରାଯାଇଥିବା ଜିଓ ମାର୍ଟ ଏହି ଚୁକ୍ତର ସର୍ବବୃହତ୍ତ ଲାଭାର୍ଥୀ ହେବାକୁ ଯାଉଛି । ଏହା ରିଲାଏନ୍ସ ରିଟେଲର ନୂଆ ବାଣିଜ୍ୟ ବ୍ୟବସାୟ । ଏହି ନିବେଶ ଏଭଳି ସମୟର କରାଯାଇଛି ଯେବେ ରିଟେଲ କ୍ଷେତ୍ରର କାମ ସଠିକ ଦିଗରେ ହୋଇପାରୁନାହିଁ ।

ତେବେ ଅନଲାଇନ ରିଟେଲ ସେକ୍ଟରରେ ରିଲାଏନ୍ସର ପ୍ରବେଶ ଆମଜନ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେବ । ରିଲାଏନ୍ସ ରିଟେଲର ଅଧିଗ୍ରହଣ ଭାରତୀୟ ବଜାରରେ ଭଲ ରହିଛି । ଏହା 6600ରୁ ଉଦ୍ଧ୍ବ ସହରରେ 10,415 ଷ୍ଟୋରର ପରିଚାଳନା କରେ ।

ଏହି ନିବେଶର ଦ୍ବିତୀୟ ଲାଭାର୍ଥୀ ହ୍ବାଟସଆପ ପେ । ଯଦିଓ ହ୍ବାଟସଆପ ଆରମ୍ଭ କରିବାରେ ବିଳମ୍ବ ହୋଇଛି । ହେଲେ ଜୁକରବର୍ଗ ଦୋହରାଇଛନ୍ତି କି ୟୁପିଆଇ ଆଧାରିତ ପେମେଣ୍ଟ ସୁବିଧା ଦେଶ ପାଇଁ ଆଗାମୀ ବଡ ବିଷୟବସ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.