ନୂଆଦିଲ୍ଲୀ: ଦେଶରେ ରପ୍ତାନୀ କାରବାରରେ ସୁଧାର ଆସିଥିବା ସଙ୍କେତ ଦେଖିବାକୁ ମିଳୁଛି । ନଭେମ୍ବର ପ୍ରଥମ ସପ୍ତାହରେ 6.75 ଅରବ ଡଲାରର ରପ୍ତାନୀ କରାଯାଇଛି । ଯାହାକି ବାର୍ଷିକ ଆଧାରରେ 22.47 ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି । ଏଥିରେ ଔଷଧ , ରତ୍ନ ଓ ଆଭୂଷଣ ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ମଜୁବୁତ ଯୋଗଦାନ ରହିଛି । ମଙ୍ଗଳବାର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।
1 ବର୍ଷ ପୂର୍ବରୁ ନଭେମ୍ବର ପ୍ରଥମ ସପ୍ତାହରେ 5.51 ଅରବ ଡଲାରର ରପ୍ତାନୀ କରାଯାଇଛି । ଏହି ଦୃଷ୍ଟିରୁ ଏ ବର୍ଷ ନଭେମ୍ବରରେ ଏଥିରେ 1.25 ଅରବ ଡଲାରର ବୃଦ୍ଧି ରେକର୍ଡ କରାଯାଇଛି । ବାର୍ଷିକ ଆଧାରରେ ଏହି ସଂଖ୍ୟା 22.47 ପ୍ରତିଶତ ରହିଛି ।
ଅଧିକାରୀ କହିଛନ୍ତି ଯେ, ନଭେମ୍ବର 1 ରୁ 7 ମଧ୍ୟରେ ଆମଦାନୀ 13.64 ପ୍ରତିଶତ ବଢି 9.30 ଅରବ ଡଲାର ରହିଛି । ଯାହାକି 1 ବର୍ଷ ପୂର୍ବରୁ ଏହି ଅବଧିରେ 8.19 ଅରବ ଡଲାର ରହିଥିଲା । ଆମଦାନୀରେ ପେଟ୍ରୋଲିୟମକୁ ବାଦ ଦେଇ ଅନ୍ୟ ସାମଗ୍ରୀର ଆମଦାନୀ 23.37 ପ୍ରତିଶତ ବଢିଛି । ସେହିଭଳି ବାଣିଜ୍ୟ ଘାଟା ଦେଖିବାକୁ ଗଲେ ଏହା 2.55 ଅରବ ଡଲାର ରହିଛି ।
ଔଷଧ ଏବଂ ରତ୍ନ ଏବଂ ଆଭୂଷଣର ରପ୍ତାନୀ ଆଲୋଚ୍ୟ ଅବଧିରେ କ୍ରମଶଃ 54 ପ୍ରତିଶତ, 176 ପ୍ରତିଶତ ଓ 91 ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ନଭେମ୍ବର ପ୍ରଥମ ସପ୍ତାହରେ ଘରୋଇ କ୍ଷେତ୍ରର ରପ୍ତାନୀ କାରବାରରେ ହ୍ରାସ ହୋଇଛି । ଏଥିରେ ପେଟ୍ରୋଲିୟମ , ସାମୁଦ୍ରିକଲ ଉତ୍ପାଦ ଏବଂ ଚମଡାର ସାମଗ୍ରୀ ପ୍ରମୁଖ ରହିଛି ।
ଦେଶର ରପ୍ତାନୀ କାରବାରରେ ସେପ୍ଟେମ୍ବରରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଥିଲା । ହେଲେ ଅକ୍ଟୋବରରେ ଏଥିରେ ପୁଣି ହ୍ରାସ ହୋଇଛି ।