ETV Bharat / business

ଅର୍ଥନୀତିକୁ ଶୁଭ ସଙ୍କେତ: ଜାନୁଆରୀରେ ରପ୍ତାନୀ ସାଢେ 5% ବଢିଛି - ରପ୍ତାନୀ ବୃଦ୍ଧି

ନୂଆ ଦଶନ୍ଧିର ଆରମ୍ଭ ସହ ବଢିଛି ଭାରତର ରପ୍ତାନୀ ସ୍ତର । 2021 ଜାନୁଆରୀରେ ଔଷଧ ଓ ଇଞ୍ଜିନିୟରିଂ କ୍ଷେତ୍ରରେ କ୍ରମାଗତ 16.4 ଓ 19 ପ୍ରତିଶତ ବଢିଛି । ଅଧିକ ପଢନ୍ତୁ..

ଜାନୁଆରୀରେ ରପ୍ତାନୀ ସାଢେ 5% ବଢିଛି
ଜାନୁଆରୀରେ ରପ୍ତାନୀ ସାଢେ 5% ବଢିଛି
author img

By

Published : Feb 2, 2021, 5:07 PM IST

ନୂଆଦିଲ୍ଲୀ: ଦେଶରେ ରପ୍ତାନୀ 2021 ଜାନୁଆରୀ ମାସରେ 5.37 ପ୍ରତିଶତ ବୃଦ୍ଧି ପାଇ 27.24 ଅରବ ଡଲାର ହୋଇଛି । ଯେଉଁଥିରେ ମୁଖ୍ଯତଃ ଔଷଧ ଓ ଇଞ୍ଜିନିୟରିଂ କ୍ଷେତ୍ରର ଯୋଗଦାନ ଅଧିକ ରହିଛି । ବାଣିଜ୍ୟ ମନ୍ତ୍ରାଳୟର ଅସ୍ଥାୟୀ ତଥ୍ୟରୁ ଏ ନେଇ ସୂଚନା ମିଳିଛି ।

ତଥ୍ୟ ମୁତାବକ ଏହି ଅବଧିରେ ଆମଦାନୀର 2 ପ୍ରତିଶତ ବୃଦ୍ଧି ହୋଇ 42 ଅରବ ଡଲାର ହୋଇଛି । ଏଭଳି ଭାବେ ସମୀକ୍ଷାଧୀନ ମାସରେ ଦେଶର ବାଣିଜ୍ଯ ଘାଟା 14.75 ଅରବ ଡଲାର ରହିଛି ।

ଔଷଧ ଓ ଇଞ୍ଜିନିୟରିଂ କ୍ଷେତ୍ରର ରପ୍ତାନୀ କ୍ରମଶଃ 16.4 ପ୍ରତିଶତ ଓ ପ୍ରାୟ 19 ପ୍ରତିଶତ ବୃଦ୍ଧି ହୋଇଛି । ସେପଟେ ଚଳିତ ଆର୍ଥିକ ବର୍ଷର ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଆମଦାନୀ 26 ପ୍ରତିଶତ ହ୍ରାସ ହୋଇ 300.26 ବିଲିୟନ ଡଲାର ରହିଛି । ରପ୍ତାନୀ ବୃଦ୍ଧି ଓ ଆମଦାନୀ ହ୍ରାସ ଅର୍ଥନୀତି ପାଇଁ ଶୁଭ ସଙ୍କେତ ଦର୍ଶାଉଛି ।

ତେବେ ତଥ୍ୟ ଅନୁସାରେ 2021 ଜାନୁଆରୀରେ ତେଲ ଆମଦାନୀ 9.40 ବିଲିୟନ ଡଲାର ଅଛି । ଯାହାକି 2020 ଜାନୁଆରୀରେ 13.01 ବିଲିୟନ ଡଲାର ଥିଲା । ଏହି ବର୍ଷକ ମଧ୍ୟରେ 27.72 ପ୍ରତିଶତ ଆମଦାନୀ କମିଛି । ସେହିଭଳି 2020-21ରେ ଏପ୍ରିଲ-ଜାନୁଆରୀରେ ତେଲ ଆମଦାନୀ 63.09 ବିଲିୟନ ଡଲାର ଅଛି , ଯେତେବେଳେ କି 2019-20 ଏପ୍ରିଲ-ଜାନୁଆରୀ ତୁଳନାରେ 42.48 ପ୍ରତିଶତ କମ । ଏହି ଅବଧିରେ 109.72 ବିଲିୟନ ଡଲାର ତେଲ ଆମଦାନୀ ହୋଇଥିଲା ।

ସେପଟେ କେନ୍ଦ୍ର ବଜେଟରେ କୃଷି ରପ୍ତାନୀ ନୀତିକୁ ସ୍ବାଗତ କରିଛି ଟ୍ରେଡ ପ୍ରମୋସନ କାଉନସିଲ ଅଫ ଇଣ୍ଡିଆ (TPCI) । ଖାସ ପ୍ରକାରର କୃଷିଜାତୀୟ ଦ୍ରବ୍ୟକୁ ରପ୍ତାନୀ ସହ ତାର ମାର୍କେଟିଂ ପାଇଁ ବଜେଟରେ ହୋଇଥିବା ପ୍ରଚେଷ୍ଟାକୁ ପ୍ରଂଶସା କରିଛି ସଙ୍ଗଠନ ।

TPCI ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୋହିତ ସିଙ୍ଗଲା କହିଛନ୍ତି ଯେ, କୃଷି ରପ୍ତାନୀରେ ବୃଦ୍ଧି ଏବଂ କୃଷି ରପ୍ତାନି ନୀତି ପାଇଁ 100 କୋଟି ଟଙ୍କା ଆବଣ୍ଟନ କରି ଭାରତୀୟ ଉତ୍ପାଦକୁ ବିଶ୍ବ ସ୍ତରରେ ପହଞ୍ଚାଇବା ନେଇ ବଜେଟରେ ଗୁରୁତ୍ୱ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.