ନୂଆଦିଲ୍ଲୀ: ଭାରତର ରପ୍ତାନୀ ଏପ୍ରିଲ ମାସରେ ପ୍ରାୟ 3 ଗୁଣା ବଢି 30.63 ଅରବ ଡଲାର ରହିଛି । ଯାହାକି ଗତ ବର୍ଷ ଏହି ମାସରେ ଲକଡାଉନରେ ପ୍ରଭାବିତ କାରବାରରେ 10.36 ଅରବ ଡଲାର ରହିଥିଲା । ଶୁକ୍ରବାର କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟରେ ଏ ନେଇ ତଥ୍ୟ ପ୍ରକାଶ ପାଇଛି ।
ତଥ୍ୟ ଅନୁସାରେ 2020 ଏପ୍ରିଲରେ ଆମଦାନୀ ବଢି 45.72 ଅରବ ଡଲାରରେ ପହଞ୍ଚିଛି । ଯାହାକି ଗତ ବର୍ଷ ସମାନ ମାସରେ 17.12 ଅରବ ଡଲାର ଥିଲା । ସେହିଭଳି ଭାରତର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ହୋଇ ଏ ବର୍ଷ ଏପ୍ରିଲରେ 15.10 ଅରବ ଡଲାର ହୋଇଛି । ଏହା 2020 ଏପ୍ରିଲରେ 6.76 ଅରବ ଡଲାର ଥିଲା । କୋଭିଡ-19 ମହାମାରୀରେ ଲାଗୁ ଲକଡାଉନ ଯୋଗୁଁ ଗତ ବର୍ଷ ଏପ୍ରିଲରେ ରପ୍ତାନୀ ରେକର୍ଡ 60.28 ପ୍ରତିଶତ ହ୍ରାସ ହୋଇଥିଲା ।
ଏ ବର୍ଷ ମାର୍ଚ୍ଚ ମାସରେ ରପ୍ତାନୀ 60.29 ପ୍ରତିଶତ ବଢି 34.45 ଅରବ ଡଲାର ଥିଲା । ତେବେ 2021 ଏପ୍ରିଲ ରେ ରପ୍ତାନୀରେ 195.72 ପ୍ରତିଶତ ବୃଦ୍ଧି ହୋଇଛି । ଏହି ଅବଧିରେ ଅଶୋଧିତ ତୈଳର ଆମଦାନୀ 10.8 ଅରବ ଡଲାର ରହିଛି । ଯାହାକି ଗତ ବର୍ଷର ଏହି ମାସରେ 4.66 ଅରବ ଡଲାର ଥିଲା ।
ସମୀକ୍ଷାଧୀନ ଅବଧିରେ ଅଣ ତୈଳ ଆମଦାନୀ 12.46 ଅରବ ଡଲାର ବଢି 34.85 ଅରବ ଡଲାର ହୋଇଛି । ଏହି ଅବଧିରେ ସୁନାର ଆମଦାନୀ 2020 ଏପ୍ରିଲରେ 28.3 ଲକ୍ଷ ଡଲାରରୁ ବଢି 61.2 ଅରବ ଡଲାର ହୋଇଛି ।
ଏପ୍ରିଲରେ ରତ୍ନ ଓ ଆଭୂଷଣ, ଝୋଟ, କାର୍ପେଟ, ହସ୍ତତନ୍ତ, ଚମଡା, ବୈଦ୍ୟୁତିକ ସାମଗ୍ରୀ, କାଜୁ, ଇଞ୍ଜିନିୟରିଂ, ପେଟ୍ରୋଲିୟମ ଉତ୍ପାଦ, ସାମୁଦ୍ରିକ ଦ୍ରବ୍ୟ ଏବଂ ରାସାୟନିକ ପଦାର୍ଥର ରପ୍ତାନି ସକରାତ୍ମକ ଭାବରେ ବୃଦ୍ଧି ପାଇଛି ।
ବାଣିଜ୍ୟ ସଚିବ ଅନୁପ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଭାରତରେ ରପ୍ତାନୀ ପ୍ରଦର୍ଶନ ଏପ୍ରିଲରେ ପ୍ରଭାବଳଶାଳୀ ରହିଛି । ଆଉ ରପ୍ତାନୀ ବୃଦ୍ଧି ଆର୍ଥିକ ସୁଧାରକୁ ଦର୍ଶାଉଛି । ସେ କହିଛନ୍ତି କି ବିଦେଶୀ ବ୍ୟାପରରେ ଏକ ସନ୍ତୁଳନ ଉପାୟରେ ସୁଧାର ହେଉଛି । ଆମର ବିଶ୍ବାସ ରହିଛି କି ଆମେ ଏ ବର୍ଷ 400 ଅରବ ଡଲାର ସ୍ତରର ଛୁଇଁପାରିବୁ । ’’