ନୂଆଦିଲ୍ଲୀ: ନିଯୁକ୍ତ ହେଲେ ଦେଶର ନୂଆ ଅର୍ଥ ସଚିବ । କେନ୍ଦ୍ର ଅର୍ଥମନ୍ତ୍ରାଳୟରେ ବ୍ୟୟ ସଚିବ ଟି ଭି ସୋମନାଥନ ଦେଶରେ ଆଗାମୀ ଅର୍ଥ ସଚିବ ହେବେ । ଏହି ପଦ ପାଇଁ ନିଯୁକ୍ତି ଦେଇଛନ୍ତି ସରକାର । ଏ ନେଇ ବୁଧବାର ଆଦେଶ ଜାରି କରିଛି କାର୍ମିକ ମନ୍ତ୍ରାଳୟ ।
ସୋମନାଥନ ତାମିଲନାଡୁ କ୍ୟାଡରର 1987 ବ୍ୟାଚର ଆଇଏଏସ ଅଧିକାରୀ । ଅର୍ଥମନ୍ତ୍ରାଳୟର ସମସ୍ତ ସଚିବରେ ସବୁଠୁ ବରିଷ୍ଠଙ୍କୁ ଅର୍ଥ ସଚିବ ଭାବେ ନାମିତ କରାଯାଇଥାଏ ।
ଆଦେଶ ଅନୁସାରେ, ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ଅର୍ଥମନ୍ତ୍ରାଳୟରେ ବ୍ୟୟ ବିଭାଗର ସଚିବ ସୋମନାଥଙ୍କୁ ଅର୍ଥ ସଚିବରେ ନାମିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।