ETV Bharat / business

ସିସିଡିର କାମଚଳା ଅଧ୍ୟକ୍ଷ ହେଲେ ଏସ ଭି ରଙ୍ଗନାଥ

ସିସିଡି ମାଲିକ ଭି.ଜି ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ନିଯୁକ୍ତ ହେଲେ କମ୍ପାନୀର କାମଚଳା ଅଧ୍ୟକ୍ଷ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟ ଶାସନ ସଚିବ ଏସ ଭି ରଙ୍ଗନାଥଙ୍କୁ ମ୍ୟାନେଜମେଣ୍ଟ ଏହି ଦାୟିତ୍ବ ଦେଇଛି ।

ଫାଇଲ ଫଟୋ
author img

By

Published : Jul 31, 2019, 5:53 PM IST

ନୂଆଦିଲ୍ଲୀ: କାଫେ କଫି ଡେ ସିସିଡି ମାଲିକ ଭି.ଜି ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଅଥୟ ବଜାର । କମ୍ପାନୀ କାରବାରକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଏସ ଭି ରଙ୍ଗନାଥଙ୍କୁ କାମଚଳା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ରଙ୍ଗନାଥ କର୍ଣ୍ଣାଟକର ପୂର୍ବତନ ମୁଖ୍ୟ ଶାସନ ସଚିବ ରହିଥିଲେ ।

ଏଥିସହ କମ୍ପାନୀ ପକ୍ଷରୁ ଅନ୍ତରୀଣ ଚିଫ ଅପରେଟିଙ୍ଗ ଅଫିସର ଭାବେ Nitin Bagmaneଙ୍କୁ ଦାୟିତ୍ବ ଦିଆଯାଇଛି । ବୁଧବାର ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର ପରେ ମ୍ୟାନେଜମେଣ୍ଟ ପକ୍ଷରୁ ଜରୁରୀକାଳୀନ ବୈଠକ ପରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଆଗମୀ ଘୋଷଣା ଅଗଷ୍ଟ 8ରେ କମ୍ପାନୀ ବୋର୍ଡ ବୈଠକ ପରେ କରାଯିବ ।

ରଙ୍ଗନାଥନ କର୍ଣ୍ଣାଟକ କ୍ୟାଡର 1975 ବ୍ୟାଚର ଆଇଏଏସ ଅଫିସର । ସେ ବିଭିନ୍ନ କ୍ଷେତ୍ରରେ ପ୍ରଶାସନିକ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

Intro:ରାଜ୍ୟରେ 119ଟି ଖଣି କାର୍ଯ୍ୟକ୍ଷମ ହେଉଛି। ଖୁବଶୀଘ୍ର ଓଡିଶାର 24ଟି ଖଣିର ନିଲାମ ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିମଧ୍ୟରେ ଲୁହାପଥର, ମଙ୍ଗନିଜ, ଚୁନପଥର ଖଣି ରହିଛି। ଲିଜ ଅବଧି ଶେଷ ହେବା ଆଗରୁ ଏହାର ନିଲାମ ହେବ ବୋଲି ମନ୍ତ୍ରୀ ଗ୍ରୁହରେ ସୂଚନା ଦେଇଛନ୍ତି।Body:2019-20 ସୁଦ୍ଧା 31ଟି ଖଣିର ଲିଜ ଅବଧି ଶେଷ ହେବ। ଏଥିରୁ 24 ଟି କାର୍ଯ୍ୟକ୍ଷମ ଖଣି ରହିଛି। ଆଉ 7ଟି ବନ୍ଦ ହୋଇ ପଡି ରହିଥିବା ଖଣି। 31ଟି ଖଣି ମଧ୍ୟରୁ 10ଟି ଲୁହାପଥର ଖଣି। ସୂଚନା ଦେଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ।
ବାଇଟ ପ୍ରଫୁଲ୍ଲ ମାଲିକ, ଖଣିମନ୍ତ୍ରୀConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.