ETV Bharat / business

ବେତନଭୋଗୀଙ୍କୁ ଲାଗିବ ଝଟକା, କମିବ ଇପିଏଫ ସୁଧ ! - ଇପିଏଫ ସୁଧ

2019-20 ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ 8.5 ପ୍ରତିଶତକୁ ଖସିପାରେ । ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ 15 ବେସିସ ପଏଣ୍ଟ କମ ରହିବ ।

EPFO mulls rate cut on PF deposits to 8.5% for FY20
ବେତନଭୋଗୀଙ୍କୁ ଲାଗିବ ଝଟକା, କମିବ ଇପିଏଫ ସୁଧ !
author img

By

Published : Feb 29, 2020, 2:38 PM IST

ନୂଆଦିଲ୍ଲୀ: 2019-20 ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ 8.5 ପ୍ରତିଶତକୁ ଖସିପାରେ । ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ 15 ବେସିସ ପଏଣ୍ଟ କମ ରହିବ । ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟି(ସିବିଟି)ର ଆଗାମୀ ବୈଠକରେ ଏ ନେଇ ଆଲୋଚନା ହେବ !

ପ୍ରକାଶ ଯେ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ 8.65 ପ୍ରତିଶତ ସୁଧ ଧାର୍ଯ୍ୟ କରାଯାଇଥିଲା । ହେଲେ ଏବେ ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ଏହା 8.5 ପ୍ରତିଶତକୁ ଖସିବା ନେଇ ଚର୍ଚ୍ଚା ହେଉଛି । ଫଳରେ ବେତନଭୋଗୀ କମ ସୁଧ ଆୟ ପାଇବେ ।

ତଥ୍ୟ ଅନୁଯାୟୀ, 2019-20 ଆର୍ଥିକ ବର୍ଷରେ ଇପିଏଫ ସୁଧ ବାବଦରେ କୌଣସି ଶେଷ ନିଷ୍ପତ୍ତି ନିଆଯାଇନାହିଁ । ତେବେ ସିବିଟି ବୈଠକ ପୂର୍ବରୁ ଫାଇନ୍ସାସ ଇନଭେଷ୍ଟମେଣ୍ଟ ଆଣ୍ଡ ଅଡିଟ କମିଟି(ଏଫଆଇସି) ନିଷ୍ପତ୍ତି ନେବେ ।

ଦୀର୍ଘ ମିଆଦି ସ୍ଥାୟୀ ଜମା (FDs) ବଣ୍ଡସ ଓ ଗଭର୍ଣ୍ଣମେଣ୍ଟ ସିକ୍ୟୋରିଟିଜରୁ EPFOର ଆୟ ଗତ ବର୍ଷରେ 50-80ବେସିସ ସ୍ବାଇପ ପଏଣ୍ଟ ହ୍ରାସ ପାଇଛି । ଏପରି ସ୍ଥିତିରେ EPFO ପାଇଁ ଏହି ବର୍ଷ ସୁଧ ଦର ସ୍ଥିର ରଖିବା କଷ୍ଟକର ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.