ହାଇଦ୍ରାବାଦ: କୋରୋନା ମହାମାରୀ ଲୋକଙ୍କ ଜୀବନ ଶୈଳୀରେ ଗଭୀର ପ୍ରଭାବ ପକାଇଛି । ଅନଲକ ପର୍ଯ୍ୟାୟ ବଢିବା ସହ ଗୋଟିଏ ପରେ ଦେଶର ସ୍ଥିତି ସାମାନ୍ୟ ସ୍ବାଭାବିକ ହେଉଛି, ଅନ୍ୟପଟେ ଏବେ ବି ଲୋକଙ୍କ ସାର୍ବଜନୀକ ସ୍ଥଳ ଓ ଭିଡ ସ୍ଥାନକୁ ଯିବା ପାଇଁ ସଙ୍କୋଚ ରହୁଛି । ଆଉ ଏହାର ବଡ ନକରାତ୍ମକ ପ୍ରଭାବ ସିନେମା ହଲରେ ପଡିଛି । ତେବେ ଏ ନେଇ ସିନେମା ହଲ କମ୍ପାନୀଗିଡିକ ଆଣିଛନ୍ତି ଏକ ବମ୍ପର ଅଫର ।
ସାମାଜିକ ଦୂରତା ପାଇଁ ବର୍ତ୍ତମାନ ଲୋକେ ଘରେ ହଲ ଯିବା ବଦଳରେ ଘରେ ବସି ଓଟିଟି ଫ୍ଲାର୍ଟଫର୍ମରେ ଏହାର ମଜା ନେଉଛନ୍ତି । କିନ୍ତୁ ଏଭଳି ସମୟରେ ଯଦି ଆପଣଙ୍କୁ ଘର ଭଳି ସୁରକ୍ଷା ଓ ଆରମ ଥିଏଟର ମିଳିଯାଏ .. ଯେଉଁଠି ଆପଣ ନିଜ ପରିବାର ସହ ଥିଏଟରରେ ଫିଲ୍ମ ଦେଖିପାରିବେ , ସେ ବି ମାତ୍ର 1999 ଟଙ୍କାରେ । ହଁ , କୋରୋନା ସଙ୍କଟ ମଧ୍ୟରେ ଦର୍ଶକଙ୍କୁ ସିନେମା ହଲ ଯାଏଁ ଆଣିବା ପାଇଁ କମ୍ପାନୀ ଏବେ ଏଭଳି ଅଫର ନେଇ ଆସିଛି ।
ୱେଭ ସିନେମା ଟ୍ବିଟ କରି କହିଛି କି, ମାତ୍ର 2,499 ଟଙ୍କା ଦେଇ ଆପଣ ନିଜ ପରିବାର ଓ ସାଙ୍ଗଙ୍କ ସହ ପ୍ରାଇଭେଟ ସିନେମାର ଆନନ୍ଦ ନେଇପାରିବେ । ଏଥିପାଇଁ ସର୍ବାଧିକ 25 ଲୋକଙ୍କୁ ଆପଣ ଆମନ୍ତ୍ରଣ କରିପାରିବେ । ଗୋଲ୍ଡ କିମ୍ବା ପ୍ଲାଟିନମ ସୁବିଧା ପାଇଁ ପ୍ୟାକେଜ ଅଲଗା ହୋଇପାରେ ।
ୱେବ ସିନେମାର କହିବା ଅନୁସାରେ କୋରୋନା କାଳରେ ଦର୍ଶକଙ୍କୁ ସର୍ବାଧିକ ସୁରକ୍ଷା ଓ ଆରାମଦାୟକ ଅନୁଭୂତି ଦେବା ପାଇଁ ଏଭଳି ଅଫର ଅଣାଯାଇଛି ।
ଏଭଳି ଭାବେ ଏକ ଅଫର ପିଭିଆର ମଧ୍ୟ ଆଣିଛି । ଯେଉଁଠି ଆପଣ ନିଜ ପରିବାରବର୍ଗଙ୍କ ସହ ଆରାମଦାୟକ ଅନୁଭୂତି ସହ ସିନେମାର ମଜା ନେଇପାରିବେ । ସେ ବି ବିନା ସଂକ୍ରମଣ ଭୟରେ । ଏଥିପାଇଁ ଆପଣଙ୍କୁ ସର୍ବନିମ୍ନ 1999 ଟଙ୍କା ଖର୍ଚ୍ଚ କରିବାକୁ ହେବ ।
ଯଦି ଆପଣ ପିଭିଆର ଭଳି ବିଳାସପୂର୍ଣ୍ଣ ଥିଏଟରରେ ଏହି ଲାଭ ନେବାକୁ ଚାହାନ୍ତି , ତେବେ ଏଥିପାଇଁ ସର୍ବନିମ୍ନ 4000 ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।