ETV Bharat / business

କରଦାତାଙ୍କୁ ଆଶ୍ବସ୍ତି, ଟ୍ରାଭେଲ ଭତ୍ତାରେ ମିଳିବ ଆୟକର ଛାଡ ସୁବିଧା

author img

By

Published : Jun 29, 2020, 1:47 PM IST

ଏଣିକି କର୍ମଚାରୀ ନିଯୁକ୍ତିଦାତାଙ୍କ ଠାରୁ ପାଉଥିବା ଯାତ୍ରା ଉତ୍ତା ଉପରେ ଆୟକର ଛାଡ ଦାବି ପାଇଁ ସୁବିଧା ପାଇବେ । ପଢନ୍ତୁ, ଆପଣ କେତେ ହେବେ ଲାଭବାନ...

କରଦାତାଙ୍କୁ ଆଶ୍ବସ୍ତି, ଟ୍ରାଭେଲ ଭତ୍ତାରେ ମିଳିବ ଆୟକର ଛାଡ ସୁବିଧା
କରଦାତାଙ୍କୁ ଆଶ୍ବସ୍ତି, ଟ୍ରାଭେଲ ଭତ୍ତାରେ ମିଳିବ ଆୟକର ଛାଡ ସୁବିଧା

ନୂଆଦିଲ୍ଲୀ: ସରକାରଙ୍କ ନୂଆ କର ବ୍ୟବସ୍ଥା ଅନୁଯାୟୀ କରଦାତାଙ୍କୁ ମିଳିବ ରିଲିଫ । ଏଣିକି ନିଯୁକ୍ତିଦାତାଙ୍କ ଠାରୁ କର୍ମଚାରୀ ପାଉଥିବା ଯାତ୍ରା ଭତ୍ତା (conveyance allowance)ଉପରେ ଆୟକର ଛାଡ ପାଇଁ ଦାବି କରିପାରିବେ । ତେବେ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନଙ୍କୁ ଏହି ସୁବିଧା ମିଳିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ (ସିବିଡିଟି) ଏଥିପାଇଁ ଆୟକର ନିୟମରେ ପରିବର୍ତ୍ତନ କରିଛି ।

ସିବିଡିଟି ଦ୍ବାରା କରାଯାଇଥିବା ସଂଶୋଧନ ପରେ ଏବେ କର୍ମଚାରୀ କିଛି ମାମଲାରେ ଆୟକର ଛାଡ ନେଇ ଦାବି କରିପାରିବ । ଏହି ସବୁ ମଧ୍ୟରେ ଯାତ୍ରା କିମ୍ବା ବଦଳି କ୍ଷେତ୍ରରେ ଯିବା ଆସିବା ଖର୍ଚ୍ଚ ପାଇଁ ଦିଆଯାଉଥିବା ଭତ୍ତା, ଯାତ୍ରା ଅବଧି ମଧ୍ୟରେ ଦିଆଯାଉଥିବା ଅନ୍ୟାନ ଭତ୍ତା ଆଦି ସାମିଲ ରହିଛି ।

ଏହା ବ୍ୟତିତ ଯଦି ନିଯୁକ୍ତିଦାତା ମାଗଣାରେ ଯିବାଆସିବା ସୁବିଧା ଦେଉନାହିଁ , ତେବେ ପ୍ରତିଦିନ କାମକୁ ଯିବା-ଆସିବା ଖର୍ଚ୍ଚ ଲାଗୁ ମିଳୁଥିବା ଭତ୍ତାରେ ମଧ୍ୟ ଆୟକର ଛାଡ ନେଇ ଦାବି କରାଯାଇପାରିବ । ତେବେ ମାଗଣା ଖାଦ୍ୟ ଓ ବିନା ଅଲକୋହଲର ପାନୀୟ ପାଇଁ ନିଯୁକ୍ତିଦାତା ଦେଉଥିବା ପେଡ ଭାଉଚର ଉପରେ ଆୟକର ଛାଡ ଦାବି କରାଯାଇପାରିବ ନାହିଁ । ସେହିପରି ଦୃଷ୍ଟିହୀନ , ମୁକ, ବଧୀର ଦିବ୍ୟାଙ୍ଗ କର୍ମଚାରୀ ମାସିକ 3200 ଟଙ୍କା ପର୍ଯ୍ୟନ୍ତ ଟ୍ରାଭେଲ ଭତ୍ତା ଉପରେ ଟିକସ ଛାଡ ଦାବି କରିପାରିବେ ।

2020-21 ଆର୍ଥିକ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରର ଏକ ବିକଳ୍ପ ଦରକୁ ଉପସ୍ଥାପନ କରି ନୂଆ ଆୟକର ବ୍ୟବସ୍ଥାର ପ୍ରସ୍ତାବ ଦେଇଥିଲେ । ଏହି ନୂଆ ବ୍ୟବସ୍ଥାରେ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ସମ୍ପୂର୍ଣ୍ଣ ଟିକସମୁକ୍ତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.