ETV Bharat / business

ହଟିଲା ଘରୋଇ ବ୍ୟାଙ୍କ ଉପରେ ଲାଗିଥିବା କଟକଣା, ମିଳିବ ଏସବୁ ସୁବିଧା - ସୀତାରମଣ ଟ୍ବିଟ

ଘରୋଇ ସେକ୍ଟର ଉପରେ ସରକାରଙ୍କ ସହ ଜଡିତ କାର୍ଯ୍ୟ ଓ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି । ଅଧିକ ପଢନ୍ତୁ..

ହଟିଲା ଘରୋଇ ବ୍ୟାଙ୍କ ଉପରେ ଲାଗିଥିବା କଟକଣା, ମିଳିବ ଏସବୁ ସୁବିଧା

author img

By

Published : Feb 24, 2021, 9:22 PM IST

ନୂଆଦିଲ୍ଲୀ: ଘରୋଇ ସେକ୍ଟରର ସମସ୍ତ ବ୍ୟାଙ୍କ ଏବେ କର ସଂଗ୍ରହ, ପେନସନ ପେମେଣ୍ଟ ଓ କ୍ଷୁଦ୍ର ସଞ୍ଚୟ ଯୋଜନା ଭଳି ସରକାରଙ୍କ ସହ ଜଡିତ କାର୍ଯ୍ୟରେ ସାମିଲ ହୋଇପାରିବେ । ଏ ନେଇ ବୁଧବାର ଅର୍ଥମନ୍ତ୍ରାଳୟ ସୂଚନା ଦେଇଛନ୍ତି ।

ହଟିଲା ଘରୋଇ ବ୍ୟାଙ୍କ ଉପରେ ଲାଗିଥିବା କଟକଣା, ମିଳିବ ଏସବୁ ସୁବିଧା
ହଟିଲା ଘରୋଇ ବ୍ୟାଙ୍କ ଉପରେ ଲାଗିଥିବା କଟକଣା, ମିଳିବ ଏସବୁ ସୁବିଧା

ବର୍ତ୍ତମାନ ଘରୋଇ କ୍ଷେତ୍ରର କିଛି ବଡ ବ୍ୟାଙ୍କକୁ ହିଁ ସରକାରଙ୍କ ସହ ଜଡିତ କାମ କରିବାକୁ ଅନୁମତି ରହିଛି । ଏକ ସରକାରୀ ବିବୃତ୍ତି ଅନୁସାରେ ଏହି ପଦକ୍ଷେପ ଦ୍ବାରା ଗ୍ରାହକଙ୍କ ପାଇଁ ସୁବିଧା ବଢିବ । ପ୍ରତିଦ୍ବନ୍ଦୀତାକୁ ପ୍ରୋତ୍ସାହନ ମିଳିବ ଆଉ ଗ୍ରାହକଙ୍କୁ ମିଳୁଥିବା ସେବାର ମାନକର ଦକ୍ଷତା ବଢିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ କରି କହିଛନ୍ତି, ‘‘ ଘରୋଇ ସେକ୍ଟର ଉପରେ ସରକାରଙ୍କ ସହ ଜଡିତ କାର୍ଯ୍ୟ ଓ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି । ଏବେ ସମସ୍ତ ବ୍ୟାଙ୍କ ଏଥିରେ ସାମିଲ ହୋଇପାରେ । ଘରୋଇ ବ୍ୟାଙ୍କ ଏବେ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶ, ସରକାରଙ୍କ ସାମାଜିକ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଗ୍ରାହକଙ୍କ ସୁବିଧା ଭଲ କରିବା ନେଇ ସମାନ ରୂପରେ ଭାଗୀଦାର ହୋଇପାରେ ।

ପ୍ରକାଶ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ନବସୃଜନର ଗ୍ରହଣ ତଥା ବ୍ୟବହାରରେ ଆଗେଇ ଆସିଥିବା ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ଭାରତୀୟ ଅର୍ଥନୀତିର ବିକାଶ ତଥା ପଦକ୍ଷେପ ଗ୍ରହଣ କରିବାରେ ସମାନ ଅଂଶୀଦାର ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.