ETV Bharat / business

ଧନୀ ହୋଇ ନେବେ ଅବସର, ଜାଣନ୍ତୁ ଏହି ସବୁ ଉପାୟ - ଅବସର ଜୀବନ

ଆୟର ପ୍ରଥମ ଅଂଶ ସଞ୍ଚୟ । ଆଉ ଏହା ବିନା ଭବିଷ୍ୟତ ହୁଏ ଅନ୍ଧାର । କେବଳ ସଞ୍ଚୟ ନୁହେଁ ଏଭଳି ବିଭିନ୍ନ ଉପାୟରେ ଆପଣଙ୍କ ଅବସର ଜୀବନକୁ ସୁଖସମୃଦ୍ଧମୟ କରିପାରିବେ । ତେବେ ଜାଣନ୍ତୁ କିପରି ଅବସର ପୂର୍ବରୁ ଆପଣ ଏକ ସୁଦୃଢ ଭବିଷ୍ୟତ ଗଢିବା ପ୍ଲାନ ପ୍ରସ୍ତୁତ କରିବେ ....

ଧନୀ ହୋଇ ନେବେ ଅବସର , ଜାଣନ୍ତୁ ଏହି ସବୁ ଉପାୟ  ?

author img

By

Published : Jul 11, 2020, 10:00 PM IST

ହାଇଦ୍ରାବାଦ: ଧନୀ ହୋଇ ଅବସର ନେବା ପାଇଁ ବହୁତ ସମୟ ଲାଗିଥାଏ । କିଛି ଲୋକ 35 ବର୍ଷ ବୟସୟରେ ତ ପୁଣି କିଛି ଲୋକ 65 ବର୍ଷରେ ଚାକିରୀରୁ ଅବସନର ନିଅନ୍ତି । ତେବେ ଏକ ମଜବୁତ ଅବସର ପାଣ୍ଠି ପ୍ରସ୍ତୁତ ପାଇଁ ସକ୍ଷମ ହେବାକୁ ଆପଣଙ୍କୁ 6 କିମ୍ବା 7 ଅଙ୍କର ମାସିକ ଆୟର ଆବଶ୍ୟକତା ନାହିଁ। ଆପଣଙ୍କୁ କେବଳ ଉଚିତ ଯୋଜନା ତିଆରି କରିବାକୁ ହେବ । ଆଉ ସେଥିରେ ପର୍ଯ୍ୟାପ୍ତ ଅନୁଶାସନ ମଧ୍ୟ ରହିବା ଜରୁରୀ । ଯଦି ଆପଣ ଧନୀ ହୋଇ ଅବସର ନେବାକୁ ଯୋଜନା କରୁଛନ୍ତି, ତେବେ ସେହି ସବୁ ବିଷୟରେ ଜାଣିବାକୁ ପଢନ୍ତୁ ଏହି ଲେଖା...

ଆପଣ ନିଜ ଆୟ ଯାଞ୍ଚ ନ କରି ପ୍ରବାହ କରିବାରେ ବ୍ୟସ୍ତ

You are just going with the flow without checking on your income

ଯଦି ଆପଣ ନିଜ ମାସିକ ଆୟ ବୃଦ୍ଧି ଉପରେ ଫୋକସ କରୁନାହାନ୍ତି, ତେବେ ପରବର୍ତ୍ତୀ ବର୍ଷରେ ଗରିବ ରହିବା ସମ୍ଭାବନା ଅଧିକ ରହିଛି । ଏପରିକି ଯଦି ଆପଣ ଏକ ପାର୍ଟ ଟାଇମ୍ ପ୍ରୋଜେକ୍ଟ ଖୋଜିବାରେ ଅସମର୍ଥ କିମ୍ବା ଆପଣ ନିଜ ସ୍ୱପ୍ନର ଚାକିରୀ ଖୋଜିବା ପାଇଁ ସଂଘର୍ଷ କରୁଛନ୍ତି, ତେବେ ଆପଣ କେବଳ ବର୍ତ୍ତମାନ ଆୟକୁ ଦ୍ୱିଗୁଣିତ କରିବା ଉପରେ ଧ୍ୟାନ ଦେବା ଉଚିତ । ଅଧିକ ରୋଜଗାର ଦିଗରେ ଯଦି କୌଣସି ପଦକ୍ଷେପ ନ ନେଇ କେବଳ ପ୍ରବାହ (ଖର୍ଚ୍ଚ) କରନ୍ତି ,ତେବେ ଏହା ଆପଣଙ୍କୁ ବର୍ତ୍ତମାନ ସମୟରେ ମଧ୍ୟ ଆର୍ଥିକ ସମସ୍ୟାକୁ ଠେଲିଦେବ । ତେଣୁ, ଏକ ସମୃଦ୍ଧ ଜୀବନଯାପନ ପାଇଁ,ଆପଣଙ୍କୁ ଧନ ବୃଦ୍ଧି କରିବାର ଉପାୟ ଖୋଜିବା ଆରମ୍ଭ କରିବା ଆବଶ୍ୟକ ।

ଆପଣ ନିୟମିତ ଭାବେ ସଞ୍ଚୟ କରୁନାହାନ୍ତି

You are not saving regularly

ଏହା ହେଉଛି ଏକ ପ୍ରାଥମିକ କାରଣ ଯାହା ଆପଣଙ୍କୁ ଧନୀ ହେବାକୁ ପ୍ରତିବନ୍ଧକ ସାଜିବ । retirement corpus କରିବା ଦିଗରେ ପ୍ରଥମ ପଦକ୍ଷେପ ହେଉଛି ପର୍ଯ୍ୟାପ୍ତ ସଞ୍ଚୟ କରିବା । ଯଦି ଆପଣ ନିଜ ମାସିକ ଆୟର ଏକ ଅଂଶ ନିଜ ଅବସର ପାଣ୍ଠି ପାଇଁ ସଞ୍ଚୟ କରୁନାହାନ୍ତି, ତେବେ ଆପଣଙ୍କ ଅବସର ଯୋଜନା ବୃଥା । ଯଦି ଆପଣ ଏହି ଟଙ୍କାକୁ ଅଲଗା ରଖିବାକୁ ଭୁଲି ଯାଉଛନ୍ତି, ତେବେ ଆପଣଙ୍କର ସଞ୍ଚୟକୁ ସ୍ୱୟଂଚାଳିତ କରନ୍ତୁ କିମ୍ବା ବାହାରେ ଖାଇବା ଖାଇବା, ଅର୍ଡର କରିବା , ମାସିକ ସବସ୍କ୍ରିପ୍ସନ, ଫୋନ ବିଲ ଆଦି ଖର୍ଚ୍ଚ କାଟ କରନ୍ତୁ । ନଚେତ ଆପଣ ଅନ୍ୟ ଚାକିରୀ ବିକଳ୍ପ ବାଛି ଅଧିକ ସଞ୍ଚୟ କରିପାରିବେ । କିମ୍ବା ଆୟର ଏକ ନୂଆ ଉତ୍ସ (source of income) ଆରମ୍ଭ କରିବାକୁ ଯୋଜନା କରନ୍ତୁ ।

ଉଦାହରଣ ସ୍ବରୂପ, ଯଦି ଆପଣ ଡିଜିଚାଲ ମାର୍କେଟିଂ, ଆନିମେସନ କିମ୍ବା ଅନ୍ୟ କ୍ଷେତ୍ରରେ ଅଛନ୍ତି ତେବେ ଆପଣ ଫ୍ରିଲାନ୍ସ ପ୍ରୋଜେକ୍ଟ ମଧ୍ୟ ଦେଖିପାରିବେ । ଆଉ ଯଦି ଏସବୁ ମଧ୍ୟରୁ ଆପଣ କେଉଁଥିରେ ବି ନାହାଁନ୍ତି, ତେବେ ଏହି ସମୟରେ ଆପଣ ପର୍ଯ୍ୟାୟ ସଞ୍ଚୟ ଆରମ୍ଭ ପାଇଁ ନିଜ ଅବସର ପ୍ଲାନକୁ ପୁଣି ପ୍ରସ୍ତୁତ କରନ୍ତୁ ।

ଆପଣ କ୍ରେଡିଟ କାର୍ଡ ଉପରେ ବହୁତ ନିର୍ଭରଶୀଳ

You are too much dependent on credit cards

ଆପଣ ବିଦ୍ୟୁତ ବିଲ ପୈଠ କରିବେ କି ? ଖାଦ୍ୟ ସାମଗ୍ରୀ ଷ୍ଟକ କରିବା ଆବଶ୍ୟକ ଅଛି କି? ଡାଇନିଂ ବିଲ ଦେବେ କି , ଯଦି ଏସବୁ କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଉଥାଏ ତେବେ ଆପଣ ଆପଣଙ୍କର ଆର୍ଥିକ ସ୍ଥିତିକୁ ପୁନର୍ବିଚାର କରନ୍ତୁ । ଯଦି ଆପଣ ମୌଳିକ ଆବଶ୍ୟକତା ପୂରଣ ପାଇଁ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣ ପୂର୍ବରୁ ହିଁ ଋଣ ଜାଲରେ ପଡ଼ିବାକୁ ପ୍ରସ୍ତୁତ ହୋଇସାରିଛନ୍ତି। କ୍ରେଡିଟ କାର୍ଡ ବିଲ ପେମେଣ୍ଟରେ ରିହାତି କେବଳ ଆପଣଙ୍କ କ୍ରେଡିଟ ସ୍କୋରକୁ ହ୍ରାସ କରେ ନାହିଁ, ବରଂ ସୁଧ ମଧ୍ୟ ଯୋଡିଥାଏ, ଯାହା ଆପଣଙ୍କ ଋଣକୁ ଆଗକୁ ବୃଦ୍ଧି କରିପାରେ ।

ଆପଣ ମାସ ଶେଷରେ ସଂଘର୍ଷ କରୁଛନ୍ତି

You are struggling at the end of every month

ଯଦି ଆପଣ ମାସ ଆରମ୍ଭରେ ମାସ ଶେଷରେ ଦରମାର ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କୁ ବସି ନିଜ ଅର୍ଥ ସମ୍ବନ୍ଧରେ ବିଚାର କରିବା ଜରୁରୀ । ଆପଣଙ୍କୁ ବୁଝିବା ଦରକାର କି ଏହା (ଅପେକ୍ଷା) ଏକ ଭଲ ସଙ୍କେତ ନୁହେଁ । ଆଉ ଏହାର ସୁନିଶ୍ଚିତ ପାଇଁ ଏକ ଯୋଜନା ତିଆରି କରିବା ଆବଶ୍ୟକ କି, ଆପଣ ନିଦ ଦରମା ଉପରେ ସମ୍ପୁର୍ଣ୍ଣ ରୂପେ ନିର୍ଭର ନୁହଁନ୍ତି। ଆପଣଙ୍କୁ ଏକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ରହିଛି । ଯାହା ଆପଣଙ୍କୁ ମାସ ଶେଷ ହେବା ପୂର୍ବରୁ ଅତି କମରେ କିଛି ପରିମାଣ ସଞ୍ଚୟ କରିବାକୁ ଅନୁମତି ଦେବ । ଏହା ବ୍ୟତିତ ଜାଣିରଖୁନ୍ତୁ କି, ଆପଣଙ୍କ ଋଣ ଆବେଦନକୁ ପ୍ରକ୍ରିୟାକରଣ କରିବା ସମୟରେ ବ୍ୟାଙ୍କଗୁଡିକ ମଧ୍ୟ ଏହି ଫ୍ୟାକ୍ଟର ସବୁ ଯାଞ୍ଚ କରିଥାନ୍ତି ।

ଆପଣଙ୍କ ଫିଲ୍ଡରେ ନିଯୁକ୍ତି ସୁଯୋଗ ବହୁତ ସୀମିତ କାହିଁକି

Job opportunities are very limited in your field

ଆପଣ ଏପରି ଏକ ଫିଲ୍ଡରେ କାର୍ଯ୍ୟରତ କି ଯାହା ଆପଣଙ୍କୁ ଚାକିରିର ଅନେକ ସୁଯୋଗ ପ୍ରଦାନ କରିନଥାଏ ? କଣ ଆପଣଙ୍କ ଫିଲ୍ଡରେ ପାର୍ଟ ଟାଇମ୍ କିମ୍ବା ଫ୍ରିଲାନ୍ସ ଚାକିରି ପାଇବା ସହଜ କି ? ଯଦି ଏପରି ହୋଇଥାଏ ତେବେ ଏହି ସମୟକୁ ଆପଣ ଅତିରିକ୍ତ ଆୟ ଅର୍ଜନ ପାଇଁ କିଛି ଅଲଗା କାମ କରିବା ଆରମ୍ଭ କରନ୍ତୁ । ଏହା ବ୍ୟତିତ ଯଦି ଆପଣ ଜୀବିକା ପାଇଁ ନିଜ କ୍ଷେତ୍ରରେ ଅଟକି ରହିଛନ୍ତି, ତେବେ ସମୟ ଆସିଛି ଯେ ଆପଣ ଦ୍ୱିତୀୟ କ୍ୟାରିଅର ବିକଳ୍ପ ଅନୁସରଣ ବିଷୟରେ ଚିନ୍ତା କରିପାରିବେ ଏବଂ ଏକ ଭଲ ଦରମା ପାଇଁ ଲକ୍ଷ୍ୟ ରଖିପାରିବେ ।

ଆପଣଙ୍କ ପାଖରେ ଏକ ଜରୁରୀକାଳୀନ ପାଣ୍ଠି ନାହିଁ

You don’t have an emergency fund

ଜୀବନର ଅତ୍ୟଧିକ ଅପ୍ରତ୍ୟାଶିତ ପ୍ରକୃତିକୁ ବିଚାରକୁ ନେଇ, ଆପଣଙ୍କ ପାଖରେ ଏକ ଜରୁରୀକାଳୀନ ପାଣ୍ଠି ରହିବା ଉଚିତ ଏବଂ ଯଦି ତୁମର ଏହା ପୂର୍ବରୁ ନାହିଁ, ତେବେ କୋଭିଡ -19 ଭଳି ପରିସ୍ଥିତିକୁ ଦେଖିବାକୁ ଗଲେ ଆପଣ ଅବସର ନେବା ବେଳକୁ ନିଶ୍ଚିତ ଭାବରେ ଭାଙ୍ଗିପଡିବେ ।

ନିୟମ ଅନୁସାରେ , ଆପଣଙ୍କ ଜରୁରୀକାଳୀନ ପାଣ୍ଠିରେ ଅତିକମରେ 6 ମାସର ଦରମା ରହିବା ଆବଶ୍ୟକ । ଏହାର ଅର୍ଥ କି ଯଦି ଆପଣଙ୍କ ମାସିକ ଖର୍ଚ୍ଚ 25,000 ଟଙ୍କା ତେବେ ଆପଣଙ୍କ ଜରୁରୀକାଳୀନ ପାଣ୍ଠିର ମୁଲ୍ୟ ଅତିକମରେ 1.5 ରୁ 2 ଲକ୍ଷ ଟଙ୍କା ହେବା ଜରୁରୀ ।

ଆପଣ ମୁଦ୍ରାସ୍ପୀତିକୁ ଧ୍ୟାନରେ ରଖୁନାହାନ୍ତି

You don’t take into account the inflation factor

ଔଷଧର ମୂଲ୍ୟ ବୃଦ୍ଧି ପାଇଛି । ଏଥିସହ ହାରାହାରୀ ଜୀବନକାଳ ମଧ୍ୟ ବୃଦ୍ଧି ପାଇଛି । 1 କିଲୋଗ୍ରାମ ଚାଉଳ ଯାହା ଆପଣଙ୍କୁ ପୂର୍ବରୁ 30 ଟଙ୍କାରେ ମିଳୁଥିଲା, ଏବେ ତାହା ବର୍ତ୍ତମାନ 100 ଟଙ୍କାକୁ ବଢିଛି । ଯଦି ଆପଣ ମୁଦ୍ରାସ୍ଫୀତିର ଭୂମିକାକୁ ଧ୍ୟାନରେ ରଖୁ ନାହାଁନ୍ତି ତେବେ ଆପଣ ବୋଧହୁଏ ଭୁଲ କରୁଛନ୍ତି । ମନେରଖନ୍ତୁ, ମୁଦ୍ରାସ୍ଫୀତି ଦିନିକିଆ ଖର୍ଚ୍ଚ ଉପରେ ବହୁତ ପ୍ରଭାବ ପକାଇଥାଏ ଏବଂ ଆପଣଙ୍କ ଜୀବନର ସଞ୍ଚୟ ମୂଲ୍ୟରେ ମଧ୍ୟ ବଡ଼ ହ୍ରାସ ହୋଇପାରେ । ସବୁବେଳେ ନିଜ ଅବସର ପାଣ୍ଠି ପାଇଁ ଉଚ୍ଚ ଧନରାଶି ସଞ୍ଚୟ ରଖନ୍ତୁ ଆଉ ଶାନ୍ତିପୂର୍ଣ୍ଣ ଅବସର ଜୀବନକୁ ଉପଭୋଗ କରନ୍ତୁ ।

ଆପଣଙ୍କ ପାଖରେ ବିପଦ ମୁଣ୍ଡାଇବାକୁ ବଳ ନାହିଁ

You have ZERO risk appetite

ଯଦି ଆପଣ ଏପରି ଏକ ନିବେଶକ, ଯିଏ କୌଣସି ବିପଦ ବୋହିବାକୁ ଚାହୁଁନି , ତେବେ ଆପଣ ବୋଧେ କେବେ ଅଧିକ ଆୟ କରିପାରିବେ ନାହିଁ । ଯାହା ଆପଣଙ୍କୁ ଏକ ସୁଖସମୃଦ୍ଧ ଜୀବନ ଜିଇଁବାକୁ ରୋକିବ ।

ଯଦି ଆପଣ ପିପିଏଫ ଏବଂ ସ୍ଥିର ଜମା (ଫିକ୍ସ ଡୋପୋଜିଟ) ଏବଂ ସୁନା ପରି ସୁରକ୍ଷିତ ନିବେଶ ବିକଳ୍ପ ଚୟନ କରୁଛନ୍ତି, ତେବେ ଆପଣ ଏହି ସବୁ ଭୁଲ୍ କରୁଛନ୍ତି । ମନେରଖନ୍ତୁ, ଆପଣଙ୍କର ନିଶ୍ଚିତ ଭାବରେ ଏକ ସନ୍ତୁଳିତ ପୋର୍ଟଫୋଲିଓ ରହିବା ଆବଶ୍ୟକ ଯାହା ଆପଣଙ୍କୁ ନିବେଶ ଉପରେ ଭଲ ରିଟର୍ଣ୍ଣ ପ୍ରଦାନ କରୁଥିବାବେଳେ ଉଭୟ ବିପଦକୁ ପରିଚାଳନା କରିବାକୁ ସକ୍ଷମ କରିବ । ଏକ ସନ୍ତୁଳିତ ପୋର୍ଟଫୋଲିଓ ବଜାୟ ରଖିବା ପାଇଁ ଆପଣ ଇକ୍ୱିଟି ଏବଂ ଅନ୍ୟ ପ୍ରକାର ଫଣ୍ଡ, ବୀମା ନିବେଶ ଆଦି ଆରମ୍ଭ କରିପାରିବେ ।

ଯଦି ଆପଣ ଉପରୋକ୍ତ କୌଣସି ପଏଣ୍ଟ ସହିତ ଜଡିତ, ତେବେ ଏହି ସମୟରେ ଆପଣ ନିଜ ଆର୍ଥିକ ପୋର୍ଟଫୋଲିଓକୁ ପୁନଃ ସନ୍ତୁଳିତ କରିପାରିବେ ଏବଂ ଅଧିକ ସଞ୍ଚୟ କରିବାକୁ ଯୋଜନା କରିବେ । ଏଥିସହ ଯଥାଶୀଘ୍ର ଆପଣଙ୍କ ଋଣ ପରିଶୋଧ କରିପାରିବେ । ମନେରଖନ୍ତୁ , ଯଦି ଆପଣ ଧନୀ ନୁହଁନ୍ତି , ତେବେ କଦାପି ଅବସର ନେବେ ନାହିଁ । ଏଣୁ ବର୍ତ୍ତମାନ ଆପଣଙ୍କ ଜୀବନର ସୁବର୍ଣ୍ଣ ବର୍ଷ ପାଇଁ ଭଲ ଯୋଜନା କରିବା ଆରମ୍ଭ କରନ୍ତୁ ।

(ଏହି ଲେଖାଟି ବିରଳ ଭଟ୍ଟଙ୍କ ଦ୍ବାରା ଲିଖିତ । ଲେଖକ ଜଣେ ପର୍ସନାଲ ଫାଇନାନ୍ସ ଏକ୍ସପର୍ଟ )

Disclaimer: The views expressed above are solely of the author and not those of ETV Bharat or its management.

ଯଦି ଆପଣଙ୍କ ପାଖରେ ପର୍ସନାଲ ଫାଇନାନ୍ସ ସମ୍ବନ୍ଧରେ କୌଣସି ପ୍ରଶ୍ନ ରହିଛି , ତେବେ ଆମେ ବିଶେଷଜ୍ଞଙ୍କ ଦ୍ବାରା ଉତ୍ତର ଦେବା ପାଇଁ ପ୍ରୟାସ କରିବୁ । ପୂରା ସୂଚନା ସହ businessdesk@etvbharat.comରେ ଆମକୁ ସମ୍ପର୍କ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.