ETV Bharat / business

ଖାଇବା ତେଲ ତାତି, ଦର ନିୟନ୍ତ୍ରଣ ପାଇଁ ପାଗ ଭିଡା ଆରମ୍ଭ - Edible oil prices rise

ମାଲେସିଆରୁ ପାମ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ପରେ ହୁ ହୁ ବଢୁଛି ଅଶୋଧିତ ପାମ ତେଲ ଦାମ। ମାସେ ଭିତରେ 15 ପ୍ରତିଶତ ମହଙ୍ଗା ହେଲାଣି ତେଲ ଦର। ଗମ୍ଭୀର ସ୍ଥିତିର ମୁକାବିଲା ପାଇଁ ସରକାର ରାଷ୍ଟ୍ରୀୟ ଖାଦ୍ୟ ତେଲ ମିଶନ ଆରମ୍ଭ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି।

Edible oil prices rise by 15% in a month
ଖାଇବା ତେଲ ତାତି, ଦର ନିୟନ୍ତ୍ରଣ ପାଇଁ ପାଗ ଭିଡା ଆରମ୍ଭ
author img

By

Published : Jan 11, 2020, 3:30 PM IST

ନୂଆଦିଲ୍ଲୀ: ହାଣ୍ଡିଶାଳରେ ମହଙ୍ଗା ମାଡ। ପିଆଜ, ଆଳୁ ଦର ବୃଦ୍ଧି ପିଛା ଛାଡୁନଥିବା ବେଳେ ବଢିଲା ଖାଇବା ତେଲ ଦାମ। ଫଳରେ ସାଧାରଣ ଲୋକଙ୍କ ପକେଟକୁ ବାଧୁଛି। ଏଥିରୁ ମୁକ୍ତି ପାଇଁ ସରକାର ରାଷ୍ଟ୍ରୀୟ ଖାଦ୍ୟ ତେଲ ମିଶନ(ଏନଏମଇଓ) ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।

ମାଲେସିଆରୁ ବିଶୋଧିତ ପାମ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ବଢିଚାଲିଛି ଦାମ । ଦେଶରେ ଅଶୋଧିତ ପାମ ତେଲ ଦାମ ମାସେ ଭିତରେ 15 ପ୍ରତିଶତ ବୃଦ୍ଧି ପାଇଛି ।

ଦେଶରେ ବ୍ୟବହୃତ ଖାଇବା ତେଲ ମଧ୍ୟରୁ ସର୍ବାଧିକ ପରିମାଣ ବିଦେଶର ଆମଦାନୀ ହୁଏ। ଦେଶରେ ଉତ୍ପାଦନ ହେଉଥିବା ତେଲକୁ ଅଧିକ ବ୍ୟବହାର କରି ଅନ୍ୟ ଉପରେ ଯେପରି ନିର୍ଭର ନ କରିବାକୁ ପଡିବ ସେଥିପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଲେଣି। ଶୀଘ୍ର ଏହି ମିଶନ ଏନଏମଇଓର ଲଞ୍ଚ କରିବାକୁ ଯାଉଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ଧରି ଏନଏମଇଓର ରୂପରେଖ ନେଇ ବିସ୍ତୁତ ଭାବେ ବିଚାର-ବିମର୍ଶ ଚାଲିଛି। ଏନଏମଇଓର ଭିଜନ ଦସ୍ତାବିଜକୁ ମଞ୍ଜୁରୀ ମିଳିବା ପପେ ଏହାକୁ ଲଞ୍ଚ କରାଯିବ। ଏଥିସହ ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ଲାଗୁ କରିବା ପ୍ରକ୍ରିୟା ଆରମ୍ଭ କରାଯିବ ।

ଏନଏମଇଓ ଅଧିନରେ ସରକାର ଆର୍ଥିକ ବର୍ଷ 2024-25 ପର୍ଯ୍ୟନ୍ତ ଖାଦ୍ୟ ତେଲର ଘରୋଇ ଉତ୍ପାଦନକୁ ପାଖାପାଖି 100 ଲକ୍ଷ ଟନ ବୃଦ୍ଧି କରି 180 ଲକ୍ଷ ଟନ କରିବାକୁ ଲକ୍ଷ ରଖିଛନ୍ତି। ଏହାକୁ ହାସଲ କରିବା ପାଇଁ ଫସଲର ପରିସୀମା ଆସନ୍ତା 5 ବର୍ଷରେ 300 ଲକ୍ଷ ହେକ୍ଟରକୁ ଉର୍ଦ୍ଧ୍ବ କରାଯିବ । ଗୋଟିଏ ପଟେ ସରକାର ତୈଳବୀଜ ଉତ୍ପାଦକକୁ 50 ପ୍ରତିଶତ ବୃଦ୍ଧି କରିବାକୁ ଚାହୁଁଛନ୍ତି ଅନ୍ୟପଟେ ପ୍ରତି ବ୍ୟକ୍ତିର ଖାଦ୍ୟ ତେଲ ଉପଯୋଗୀତାକୁ ପାଖାପାଖି 3 କିଲୋଗ୍ରାମ କମ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ବର୍ତ୍ତମାନ ସମୟରେ ଦେଶରେ ତୈଳବୀଜର ମୋଟ ଉତ୍ପାଦକ ପାଖାପାଖି 300 ଲକ୍ଷ ଟନ ହେଉଛି। ଯାହାକୁ ଆସନ୍ତା 5ବର୍ଷରେ ବୃଦ୍ଧି କରି 480 ଲକ୍ଷ କରିବାକୁ ଲକ୍ଷ ରହିଛି । ଏଥିସହ ସରକାର ଖାଦ୍ୟ ତେଲ ଆମଦାନୀକୁ କମ କରି ଅଧିକ ବିଦେଶୀ ମୁଦ୍ରା ଗଚ୍ଛିତ କରିବାକୁ ଚେଷ୍ଟା କରୁଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.