ମୁମ୍ବାଇ: ୟେସ ବ୍ୟାଙ୍କ ନିର୍ଦ୍ଦେଶକ ରାଣା କପୁରଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ଅନାଦେୟ ଋଣ ମାମଲାରେ ଛାନଭିନ ଚଲାଇଛି ଇଡି ।
ଏହି କାର୍ଯ୍ୟନୁଷ୍ଠାନ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧିନରେ ଜାରି କରାଯାଇଛି । ତେବେ ଚଢାଉର ଉଦ୍ଦେଶ୍ୟ ରହିଛି ଅଧିକ ସାକ୍ଷୀ ପ୍ରମାଣ ଯୋଗଡା କରିବା ।
ରାଣା କପୁର ଏକ କର୍ପୋରେଟ ସଂସ୍ଥାକୁ ଋଣ ପ୍ରଦାନ ଓ କଥିତ ଭାବେ ସେହି ଟଙ୍କା ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଜମା ହେବା ନେଇ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରୁଛି । ଏଥିସହ ଅନ୍ୟ କିଛି କଥିତ ଅନିୟମତତା ମଧ୍ୟ ଏଜେନ୍ସି ଯାଞ୍ଚ କରୁଥିବା ନେଇ ଜଣାପଡୁଛି ।