ETV Bharat / business

ଆଉ ଏକ ଋଣ ଜାଲିଆତି ମାମଲାରେ ଗିରଫ ହେଲେ ରାଣା କପୁର

author img

By

Published : Jan 27, 2021, 10:45 PM IST

ପୁଣି ଏକ ମନି ଲଣ୍ଡରିଂ ମାମଲାରେ ୟେସ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କଲା ଇଡି । ଅଧିକ ପଢନ୍ତୁ...

ଆଉ ଏକ ଋଣ ଜାଲିଆତି ମାମଲାରେ ଗିରଫ ରାଣା କପୁର
ଆଉ ଏକ ଋଣ ଜାଲିଆତି ମାମଲାରେ ଗିରଫ ରାଣା କପୁର

ନୂଆଦିଲ୍ଲୀ:ୟେସ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ସଦ୍ୟ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ମାମଲା ମହାରାଷ୍ଟ୍ରରରେ ପଞ୍ଜାବ ଓ ମହାରାଷ୍ଟ୍ର କୋପରେଟିଭ (ପିଏମସି )ବ୍ୟାଙ୍କରେ 4300 କୋଟି ଟଙ୍କାର କଥିତ ଠକେଇ ମାମଲା ସହ ଜଡିତ ଅଛି । ବୁଧବାର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ତେବେ 63 ବର୍ଷିୟ ରାଣା କପୁର ଟଙ୍କା ହେରଫେର ମାମଲାରେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ଗତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଆର୍ଥିକ ଏଜେନ୍ସି କପୁରଙ୍କୁ ଆର୍ଥିକ ଅନିୟମିତତା ଓ ୟେସ ବ୍ୟାଙ୍କରୁ ଲୋନ ପାଇଁ ଋଣଗ୍ରହୀତାଙ୍କ ଠାରୁ ଲାଞ୍ଚ ନେବା ମାମଲାରେ ତାଙ୍କୁ ଓ ଅନ୍ୟ ସହଯୋଗୀଙ୍କୁ ଗିରଫ କରିଥିଲା ।

ତଥ୍ୟ ଅନୁସାରେ ଗିରଫ ପରେ ତାଙ୍କୁ ସ୍ପେଶାଲ ପିଏମଏଲଏ ଅଦାଲତକୁ ପଠାଯାଇଥିଲା । ହେଲେ କୋର୍ଟ ତାଙ୍କୁ ଅନ୍ୟ ଏକ ଋଣ ଜାଲିଆତି ମାମଲାରେ ଜାନୁଆରୀ 30 ଯାଏଁ ଇଡି ହେପାଜତକୁ ପଠାଇଦେଇଥିଲେ । ସଦ୍ୟ ମାମଲା ପିଏମସି ବ୍ୟାଙ୍କର କଥିତ ଠକେଇ ମାମଲା ସହ ଜଡିତ ରହିଛି ।

ଇଡି ଗତ ସପ୍ତାହରେ ମୁମ୍ବାଇ ଓ ପାଲଘର ଜିଲ୍ଲାରେ ଭସାଇ-ଭିରାର ଅଞ୍ଚଳରେ ଭିଭା ଗ୍ରୁପ ପରିସରରେ ଚଢାଉ କରିଥିଲା । ଏହି ଗ୍ରୁପ ମହାରାଷ୍ଟ୍ରର ବିଧାୟକ ତଥା ବହୁଜନ ବିକାଶ ଅଘାଡି (ବିଭିଏ) ଦଳର ପ୍ରମୁଖ ହିତେନ୍ଦ୍ର ଠାକୁର ଦ୍ବାରା ପରିଚାଳିତ । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପଞ୍ଜାବ ଓ ମହାରାଷ୍ଟ୍ର କୋପରେଟିଭ (ପିଏମସି) ବ୍ୟାଙ୍କରେ କଥିତ ଋଣ ଠକେଇ ଯାଞ୍ଚ ମାମଲାରେ 2019 ଅକ୍ଟୋବରରେ ଋଣ ଜାଲିଆତିର ଅପରାଧିକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲା ହାଉସିଂ ଡେଭଲପମେଣ୍ଚ ଇନଫ୍ରାଷ୍ଟକ୍ଚର ଲିମିଟେଡ ଓ ତାହାର ପ୍ରମୋଟର ରାକେଶ କୁମାପ ବଧୱାନ ଓ ତାଙ୍କ ପୁଅ , ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ ୱାରୟାମ ସିଂ ଓ ପୂର୍ବ ପରିଚାଳକ ନିର୍ଦ୍ଦେଶକଙ୍କ ବିରୋଧରେ ଦାଏର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.