ETV Bharat / business

ସଙ୍କଟରୁ ଅର୍ଥବ୍ୟବସ୍ଥା ମୁକୁଳିବା ନେଇ ସନ୍ଦେହ ପ୍ରକାଶ କଲେ ଅର୍ଥନୀତିଜ୍ଞ - କୋଭିଡ-19 ପରେ ଅର୍ଥନୀତି

କୋରୋନା କଟକଣା ଲକଡାଉନରେ ଗଭୀର ପ୍ରଭାବିତ ଅର୍ଥନୀତି । ସ୍ଥାଣୁ କାରବାର । ବଡ କଥା ହେଉଛି କୋରୋନା ପୂର୍ବରୁ ଅର୍ଥନୀତି ଦୁର୍ବଳ ହୋଇପଡିଥିଲା । ଯେଉଁଥିପାଇଁ ଅର୍ଥନୀତି ଗତିଶୀଳ ନେଇ ସନ୍ଦେହ ଉପୁଜିଛି । ଅଧିକ ପଢନ୍ତୁ..

Economists raise doubts over timing of economic revival in post-COVID-19 era
ସଙ୍କଟରୁ ଅର୍ଥବ୍ୟବସ୍ଥା ମୁକୁଳିବା ନେଇ ସନ୍ଦେହ ପ୍ରକାଶ କଲେ ଅର୍ଥନୀତିଜ୍ଞ
author img

By

Published : Jun 20, 2020, 10:44 PM IST

କୋଲକତା: କୋରୋନା ଭାଇରସ ମହାମାରୀ ପରେ ଆର୍ଥିକ ପୁନରୁଦ୍ଧାର ସମୟରେ ସନ୍ଦେହ ପ୍ରକାଶ କରିଛନ୍ତି ଅର୍ଥନୀତିଜ୍ଞ । ସେମାନଙ୍କ କହିବା ଅନୁଯାୟୀ କୋଭିଡ-19 ଏଭଳି ସମୟରେ ଆସିଛି, ତାହା ପୂର୍ବରୁ ହିଁ ଅର୍ଥବ୍ୟବସ୍ଥା ଧୀମେଇ ପଡିଥିଲା ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସିର ନିର୍ଦ୍ଦେଶକ ରଥିନ ରାୟ କହିଛନ୍ତି କି ଉପଯୋଗ ଓ ନିବେଶରେ ହ୍ରାସ ସରକାରୀ ଖର୍ଚ୍ଚ ବୃଦ୍ଧି ସହ ମେଳ ଖାଉନାହିଁ ।

ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଦ୍ବାରା ଆୟୋଜିତ ଏକ ୱେବିନାରରେ ରାୟ କହିଛନ୍ତି କି ‘‘ ନା ରିଜର୍ଭ ବ୍ୟାଙ୍କ ନା ସରକାର , ଅର୍ଥବ୍ୟବସ୍ଥାକୁ ବଞ୍ଚାଇପାରିବେ । ଘରୋଇ କ୍ଷେତ୍ରକୁ ସୁନିଶ୍ଚିତ କରିବାକୁ ପଡିବ କି ସେମାନେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କହିଛନ୍ତି ଯେ ଦେଶ ଲକଡାଉନରୁ ମୁକୁଳୁଛି ଏବଂ ଅର୍ଥବ୍ୟବସ୍ଥା ପୁନରୁଦ୍ଧାର ସଙ୍କେତ ଦେଉଛି । ସେପଟେ ସରକାର ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡିକୁ ଅଧିକ ଋଣ ଦେବା ପାଇଁ କୁହାଯାଇଛି ବୋଲି ଦର୍ଶାଇଛନ୍ତି ରାୟ ।

ସେ କହିଛନ୍ତି ଯେ ‘‘ ସରକାର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ ଦେବା ପାଇଁ ରାଜକୋଷୀୟ ଉପାୟ ବଦଳରେ ଋଣ ଏବଂ ମୌଦ୍ରିକ ନୀତିର ରାସ୍ତା ବାଛିଛନ୍ତି । ତେବେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଆର୍ଥିକ ଅଭିବୃଦ୍ଧିରେ ପ୍ରଭାବ ପକାଇବ । କୋଭିଡ-19 ପରେ ଦକ୍ଷ କୁଶଳୀ ଶ୍ରମିକଙ୍କ ଉପଲବ୍ଧତା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

ଏସବିଆଇର ମୁଖ୍ୟ ଆର୍ଥିକ ପରାମର୍ଶଦାତା କହିଛନ୍ତି ଯେ, କୋରୋନା ଭାଇରସ ସଙ୍କଟ ଯୋଗୁଁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରଥମ ତ୍ରୟମାସରେ 40-50 ଲକ୍ଷ କୋଟି କ୍ଷତି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.