ETV Bharat / business

ଆର୍ଥିକ ସମୀକ୍ଷା: ବିକାଶର ନୂଆ ମଡେଲ ଆଣିଲେ ସୁବ୍ରମଣ୍ୟମ, ପଢନ୍ତୁ ହାଇଲାଇଟ୍ସ - ବଜେଟ 2020

ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଉଜ୍ବଳ ବିକଶିତ ଭାରତ ପାଇଁ ସୁବ୍ରମଣ୍ୟମ ଦେଖାଇଛନ୍ତି ନୂଆ ଭାରତର ରୋଡମ୍ୟାପ ।

Economic Survey 2019-20 highlights
ଆର୍ଥିକ ସମୀକ୍ଷା: ବିକାଶ ନୂଆ ମଡେଲ ଆଣିଲେ ସୁବ୍ରମଣ୍ୟମ , ପଢନ୍ତୁ ହାଇଲାଇଟ୍ସ
author img

By

Published : Jan 31, 2020, 3:59 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ 2020 । ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ କଣ ଆସିପାରେ , ତାର କିଛି ସଙ୍କେତ ଏଥିରୁ ମିଳିଛି । ଏଥରର ସର୍ଭେ ରିପୋର୍ଟର ବିଶେଷତ୍ବ ହେଉଛି ହାଲୁକା ବାଇଗଣୀ ରଙ୍ଗର ଆସିଛି ।

ଅର୍ଥନୈତିକ ସର୍ଭେ ଉପରେ ସାମ୍ବାଦିକ ସମ୍ମିଳନୀ କରି ସମ୍ପୁର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ । ଏହି ରିପୋର୍ଟରେ ଦର୍ଶାଯାଇଛି କି 2020-21 ଆର୍ଥିକ ବର୍ଷରେ ଜିଡି 6ରୁ 6.5 ପ୍ରତିଶତ ରହିପାରେ । ସେହିପରି ଆର୍ଥିକ ବର୍ଷ 2019-20 ରେ ଜିଡିପି 5 ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । 100 ଟଙ୍କିଆ ନୂଆ ନୋଟର ରଙ୍ଗ ମଧ୍ୟ ଏହା ରହିଛି । ଏଥରର ଅର୍ଥନୈତିକ ସର୍ଭେର ଥିମ ରହିଛି ସମ୍ପତ୍ତି ସୃଷ୍ଟି ।

ରିପୋର୍ଟର ମୁଖ୍ୟାଂଶ

  • ଅଶୋଧିତ ତୈଳ ଦାମରୁ ଆଶ୍ବସ୍ତି ଯୋଗୁଁ ଘାଟା କମିଛି । 2019-20ର ପ୍ରଥମ 6 ମାସରେ ଆମଦାନୀ ହ୍ରାସ ପାଇଛି ।
  • ମୁଦ୍ରାସ୍ପୀତି ଦର 2019 ଏପ୍ରିଲରେ 3.2 ପ୍ରତିଶତ ହ୍ରାସ ପାଇ ଡିସେମ୍ବର 2019ରେ 2.6 ପ୍ରତିଶତରେ ପହଞ୍ଚିଛି ।
  • 2019-20 ବର୍ଷର ଦ୍ବିତୀୟ 6 ମାସରେ ଆର୍ଥିକ ବିକାଶ ବଢିବା ପଛରେ 10ଟି କ୍ଷେତ୍ରର ପ୍ରମୁଖ ଯୋଗଦାନ ରହିଛି ।
  • ସର୍ଭେ ରିପୋର୍ଟରେ ଦର୍ଶାଯାଇଛି କି 2020-2025 ଆର୍ଥିକ ବର୍ଷ ମଧ୍ୟରେ ସରକାର ଭିତ୍ତଭୂମି କ୍ଷେତ୍ରରେ 102 ଲକ୍ଷ କୋଟି ଟଙ୍କା ନିବେଶ କରିବେ ।
  • ସର୍ଭେରେ ପରାମର୍ଶ ଦିଆଯାଇଛି କି ଆସନ୍ତା 3 ବର୍ଷରେ ଭିତ୍ତିଭୂମି ଉପରେ 1.4 ଟ୍ରିଲିୟନ ଡଲାର ଅର୍ଥାତ 100 କୋଟି ନିବେଶର ଆବଶ୍ୟକତା ରହିଛି । ଫଳରେ ଅର୍ଥନୀତି ଅଭିବୃଦ୍ଧି ପାଇଁ କୌଣସି ବାଧା ଉପୁଜିବ ନାହିଁ ।
  • 2014ରେ ମୁଦ୍ରାସ୍ପୀତି ନିରନ୍ତର ହ୍ରାସ ପାଇଛି । 2014-19 ମଧ୍ୟରେ ସର୍ବାଧିକ ଖାଦ୍ୟ ପଦାର୍ଥ ଦାମରେ ବୃଦ୍ଧି-ହ୍ରାସ ଉଲ୍ଲେଖନୀୟ ସ୍ଥିରତା ଆସିଛି । ତେବେ ଭାରତ ଭଳି ଏକ ବୃହତ୍ତ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ପାଇଁ ଏକ କୁଶଳ ବ୍ୟାଙ୍କିଙ୍ଗ କ୍ଷେତ୍ରର ଆବଶ୍ୟକତା ରହିଛି ।
  • ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ବ୍ୟାପର ଅନୁକୂଳ ନୀତିକୁ ପ୍ରୋତ୍ସାହନ ଦେବାକୁ ହେବ । ଏଥିସହ ‘ଆସେମ୍ବଲ ଇନ ଇଣ୍ଡିଆ ଫର ଦି ୱାର୍ଲ୍ଡ’କୁ ‘ମେକ ଇଣ୍ଡିଆ’ ସହ ଯୋଡିବାକୁ ପରାମର୍ଶ ଦିଆଯାଇଛି । ଏହା ଦ୍ବାରା ରପ୍ତାନୀ ବଜାରରେ ଭାରତର ଭାଗ 2025 ସୁଦ୍ଧା ପ୍ରାୟ 3.5 ପ୍ରତିଶତ ଏବଂ 2030 ସୁଦ୍ଧା 6 ପ୍ରତିଶତ ପର୍ଯ୍ୟନ୍ତ ବଢିପାରିବ ।
  • ଉଦ୍ୟୋଗ କ୍ଷେତ୍ରର ପ୍ରଦର୍ଶନ 2017-18 ବର୍ଷ ତୁଳନାରେ 2018-19ରେ ସୁଧୁରିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଦ୍ବାରା ଅନୁମାନିତ ମୋଟ ଘରୋଇ ଉତ୍ପାଦ ଅନୁସାରେ 2018-19ର ପ୍ରଥମ 6 ମାସରେ 8.2 ପ୍ରତିଶତ ରହିଥିଲା।
  • ଉଦ୍ୟୋଗ କ୍ଷେତ୍ରରେ କମ ବୃଦ୍ଧିର ମୁଖ୍ୟ କାରଣ ବିନିର୍ମାଣ କ୍ଷେତ୍ର । ଯେଉଁଥିରେ 2019-20ର ପ୍ରଥମ 6 ମାସରେ 0.2 ପ୍ରତିଶତ ସହ ନକରାତ୍ମକ ବୃଦ୍ଧି ରେକର୍ଡ ହୋଇଛି । 2017-18 ଆଇଆଇପି 4.4 ପ୍ରତିଶତ ତୁଳନାରେ 2018-19 ରେ 3.8 ପ୍ରତିଶତ ବୃଦ୍ଧି ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.