ନୂଆଦିଲ୍ଲୀ: ଦେକାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଆଦେଶକୁ ଦୋକାନୀମାନେ ଅପେକ୍ଷା କରନ୍ତୁ । ଶନିବାର କ୍ଷୁଦ୍ର ବେପାରୀଙ୍କ ବଡ ସଙ୍ଗଠନ କନ୍ଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଏ ନେଇ ଅପିଲ କରିଛି ।
କୋରୋନା ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନକୁ ବାଦ ଦେଇ ଅନ୍ୟ ସବୁ ସ୍ଥାନରେ ସମସ୍ତ ସର୍ତ୍ତ ପାଳନ ସହ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରାଣଳୟ ଅନୁମତି ଦେଇଛି । ଏହା ପରେ କ୍ଷୁଦ୍ର ବେପାରୀ ମଧ୍ୟ ଦୋକାନ ଖୋଲିବାକୁ ବ୍ୟଗ୍ର ହୋଇପଡିଛନ୍ତି । ଏପେଟେ ଏବେ ରାଜ୍ୟ ସରକାରଙ୍କ ନିର୍ଣ୍ଣୟ ନେଇନାହାନ୍ତି । ଏଣୁ ରାଜ୍ୟ ସରକାରଙ୍କ ଯେଉଁ ଆଦେଶ ଦେବେ ତାହା ଅନୁଯାୟୀ ଉକ୍ତ ରାଜ୍ୟର ବେପାରୀ ଦୋକାନ ଖୋଲିବା ନିଷ୍ପତ୍ତି ନିଅନ୍ତୁ ବୋଲି ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ।
ଖଣ୍ଡେଲୱାଲ କହିଛନ୍ତି ଯେ, ବର୍ତ୍ତମାନ ଗୃହ ମନ୍ତ୍ରାଣଳୟ ପକ୍ଷରୁ ବିଭିନ୍ନ ସର୍ତ୍ତ ସହ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ଅନୁଯାୟୀ ସୁରକ୍ଷା ନିର୍ଦ୍ଦେଶକୁ ଦୋକାନୀ ମାନିବେ । ଏଥିସହ ସାମାଜିକ ଦୂରତ୍ବ ନିୟମକୁ ପାଳନ କରିବେ । ଦୋକାନରେ 50 ପ୍ରତିଶତରୁ ଅଧିକ କର୍ମଚାରୀଙ୍କ ଉପସ୍ଥିତି ଗ୍ରହଣନୀୟ ନୁହେଁ । ପ୍ରକାଶ ଯେ, ଏବେ ସୁଦ୍ଧା ଇ-କମର୍ସ ଓ ସପିଙ୍ଗ ମଲ ଖୋଲିବାକୁ ଅନୁମତି ମିଳି ନାହିଁ ।