ETV Bharat / business

ନୂଆ ସରକାରଙ୍କୁ ଆମେରିକାର କଟକଣା, ଭାରତକୁ ଜିଏସପି ବ୍ୟାନ

ଯେସାକୁ ତେସା ନୀତି ଆପଣାଇ ଭାରତ ପାଖରେ ଥିବା ଜେନେରାଇଲଜ୍ଡ ସିଷ୍ଟମ ଅଫ ପ୍ରେଫେରନ୍ସ(ଜିଏସପି) ବ୍ୟବସ୍ଥାକୁ ପ୍ରତ୍ୟାହାର କରିଛି ଆମେରିକା । ତେବେ ଆମେରିକାର ଏପରି ଏକତରଫା ନିଷ୍ପତ୍ତିକୁ ବିରୋଧ କରିଛି ବାଣିଜ୍ୟିକ ମନ୍ତ୍ରଣାଳୟ।

author img

By

Published : Jun 1, 2019, 8:56 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତକୁ କର ମୁକ୍ତ ତାଲିକା( ଜିଏସପି)ରୁ ହଟାଇଦେଇଛି ଆମେରିକା । ଜୁଲାଇ 5ରୁ ଲାଗୁ ହେବ ଏହି ନିୟମ । ଯାହା ଫଳରେ ଏବେ ରପ୍ତାନୀ ସାମଗ୍ରୀ ଉପରେ ଭାରତକୁ ମୋଟା ଅଙ୍କର ଶଳ୍କ ଗଣିବାକୁ ପଡିବ। ଦାୟିତ୍ବ ସମ୍ଭାଳିବାର ଗୋଟିଏ ଦିନ ମଧ୍ୟରେ ଏପରି ପ୍ରତିବନ୍ଧକ ମୋଦିଙ୍କୁ ଧକ୍କା ଦେଇଛି । ତେବେ ଆମେରିକାର ଏପରି ଏକତରଫା ନିଷ୍ପତ୍ତିକୁ ବିରୋଧ କରିଛି ବାଣିଜ୍ୟିକ ମନ୍ତ୍ରାଣଳୟ।

ଯେସାକୁ ତେସା ନୀତି ଆପଣାଇ ଭାରତ ପାଖରେ ଥିବା ଜେନେରାଇଲଜ୍ଡ ସିଷ୍ଟମ ଅଫ ପ୍ରେଫେରନ୍ସ(ଜିଏସପି) ବ୍ୟବସ୍ଥାକୁ ପ୍ରତ୍ୟାହାର କରିଛି ଆମେରିକା। ପୂର୍ବରୁ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ଏ ନେଇ ଟ୍ରମ୍ପ ଦ୍ବନ୍ଦରେ ରହିଥିଲେ । ସାଂସଦଙ୍କ ଅନୁରୋଧ ଓ ଭାରତ ସରକାରଙ୍କ ସହ ମିତ୍ରତା ତାଙ୍କୁ ଦୋଛକିରେ ପକାଇ ଦେଇଥିଲା । ହେଲେ ଏବେ ଭାରତଠାରୁ ଜିଏସପି ସୁବିଧା ଛଡାଇ ନେଇ ଏତେ ଦିନର ତର୍କ ବିତର୍କରେ ପୂର୍ଣ୍ଣଛେଦ ପକାଇଛନ୍ତି ଟ୍ରମ୍ପ।

ଭାରତଠାରୁ ଜିଏସପି ସୁବିଧା ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିବୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ 4ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଜିଏସପି ଲିଷ୍ଟରୁ ବାହାର କରିଦେବାକୁ ଘୋଷଣା କରିଥିଲେ । ଏଥିଲାଗି 60 ଦିନର ନୋଟିସ ପିରିଅଡ ରହିଥିଲା । ଯାହାକି ମେ 3ରେ ଶେଷ ହୋଇଛି ।

ଜିଏସପି ହେଉଛି ଏକ କର ମୁକ୍ତ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ରାଷ୍ଟ୍ର ଆମେରିକାକୁ ବିନା ଶୁକ୍ଳରେ ହଜାର ହଜାର ସାମଗ୍ରୀ ରପ୍ତାନୀ କରିଥାନ୍ତି । ଏପରି ବ୍ୟବସ୍ଥା ପ୍ରଦାନରେ ଆମେରିକା ପ୍ରଥମ ରାଷ୍ଟ୍ର । ହେଲେ ଭାରତର ଆମଦାନୀ ଶୁଳ୍କରେ ନାରାଜ ହୋଇ ଆମେରିକା ଏହି ଜିଏସପିକୁ ପ୍ରତ୍ୟାହୃତ କରିବାକୁ ନିଷ୍ପତ୍ତି ନେଇଥିଲା । ଆଉ ଏଥିପାଇଁ ଭାରତକୁ ପାଖାପାଖି 40 ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିବ ବୋଲି ଆଗୁଆ ଅନୁମାନ ହୋଇଥିଲା ।

2017ରେ ଜିଏସପି ଲିଷ୍ଟରେ ସାମିଲ ହୋଇଥିବା ଭାରତ ଏହାର ବଡ ଲାଭାର୍ଥୀ। କାରଣ ଏବେ ସୁଦ୍ଧା ଆମେରିକା ଭାରତ ଠାରୁ କୌଣସି ପ୍ରକାର ଆମଦାନୀ ଶୁକ୍ଲ ନେଉନାହିଁ । ଯାହା ଫଳରେ ଭାରତର 5.6 ଅରବ ଡଲାର ସାମଗ୍ରୀ ନିର୍ଦ୍ବନ୍ଦରେ ରପ୍ତାନୀ କରିଥିଲା ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.