ETV Bharat / business

ପିଜା ଡେଲିଭରିରେ 30 ଟଙ୍କା ଚାର୍ଜ ଲଗାଇଲା ଡୋମିନୋଜ

author img

By

Published : Jul 20, 2020, 3:34 PM IST

କୋରୋନା ସଙ୍କଟ ଓ ଲକଡାଉନ ଯୋଗୁଁ ଡୋମିନୋଜର ପ୍ରବଳ କ୍ଷତି ହୋଇଛି । ଏହି କ୍ଷତିର ଭରଣା ପାଇଁ ଆପରୁ ପିଜା ଡେଲିଭରି ପାଇଁ 30 ଟଙ୍କା ଚାର୍ଜ ଲଗାଇବା ଆରମ୍ଭ କରିଛି ଡୋମିନୋଜ । ଅଧିକ ପଢନ୍ତୁ..

ପିଜା ଡେଲିଭରିରେ 30 ଟଙ୍କା  ଚାର୍ଜ ଲଗାଇଲା ଡୋମିନୋଜ
ପିଜା ଡେଲିଭରିରେ 30 ଟଙ୍କା ଚାର୍ଜ ଲଗାଇଲା ଡୋମିନୋଜ

ନୂଆଦିଲ୍ଲୀ: ପିଜା ପାଇଁ ଲୋକପ୍ରିୟ ଡୋମିନୋଜ ନିଜର ସମସ୍ତ ଡେଲିଭରି ପାଇଁ 30 ଟଙ୍କା ଚାର୍ଜ ନେବା ଆରମ୍ଭ କରିଦେଇଛି । ଯାହାକି ପୂର୍ବରୁ ମାଗଣା ରହିଥିଲା ।

ସମଗ୍ର ଦେଶରେ ଡୋମିନୋଜର 1000ରୁ ଅଧିକ ଆଉଟଲେଟ ରହିଛି । ଯାହା ଜୁବିଲେଣ୍ଟ ଫୁଡ ୱାକର୍ସ ଲିମିଟେଡ (JFL) ଦ୍ବାରା ଅପରେଟ କରାଯାଇଥାଏ । ପ୍ରଥମ ଥର ପାଇଁ ଡୋମିନୋଜ ଫ୍ରି ଡେଲିଭରି ଉପରେ ଚାର୍ଜ ନେବା ଆରମ୍ଭ କରିଛି । କୋରୋନା ସଙ୍କଟ ଓ ଲକଡାଉନ ଯୋଗୁଁ କମ୍ପାନୀର ପ୍ରବଳ କ୍ଷତି ହୋଇଛି । ଏହି କ୍ଷତିର ଭରଣା ପାଇଁ ଏଭଳି ନିର୍ଣ୍ଣୟ ନେଇଛି ଡୋମିନୋଜ ।

ଇଣ୍ଡଷ୍ଟ୍ର୍ରି ଅନୁମାନ ମୁତାବକ ରେଷ୍ଟୋରାଣ୍ଟ ସେକ୍ଟରରେ ପାଖାପାଖୀ 20 ଲକ୍ଷ ନିଯୁକ୍ତି ଯାଇସାରିଛି । କୋରୋନା ମହାମାରୀ ଯୋଗୁଁ ଅନେକ ବ୍ରାଣ୍ଡ ମଧ୍ୟ ବନ୍ଦ ହୋଇଛି । ଜୁବିଲେଣ୍ଟ ଫୁଡ ୱାକର୍ସକୁ 2020 ମାର୍ଚ୍ଚ ସମାପ୍ତ ତ୍ରୟମାସରେ 32.5 କୋଟି ଟଙ୍କା କ୍ଷତି ହୋଇଛି । ଯାହାକି ପ୍ରଫିଟ ସ୍ତରରୁ 58 ପ୍ରତିଶତ କମ ରହିଛି ।

ଏବେ ଡେଲିଭରି ଉପରେ ଚାର୍ଜ ଲଗାଇବା ଦ୍ବାରା ସେହି କ୍ଷତିର ଭରଣ କରାଯାଇପାରିବ । ଯେବେ ଯାଏଁ ସ୍ଥିତି ସ୍ବାଭାବିକ ହୋଇନି, ସେତେବେଳେ ଯାଏଁ ଏହି ଚାର୍ଜ ଲାଗୁ କରାଯିବ ।

Edelweiss Securitiesର ବିଶେଷଜ୍ଞ ବିପି ଅବନୀଶ ରାୟ କହିଛନ୍ତି କି, ଡୋମିନୋଜ ଡେଲିଭରି ଫିସ ପୂରା ଇଣ୍ଡଷ୍ଟ୍ରିଜରେ ସବୁଠୁ କମ ରହିଥାଏ । ଉଦାହରଣ ସ୍ବରୂପ ଯଦି ଯଦି ହାରାହାରୀ ଗୋଟିଏ ଅର୍ଡର 500 ଟଙ୍କା ରହିବ ଆଉ 40 ପ୍ରତିଶତ ଅର୍ଡରର ଡେଲିଭରି ହୋଇଯିବ ତେବେ କମ୍ପାନୀର ରେଭେନ୍ୟୁ 1.5 ପ୍ରତିଶତରୁ 2 ପ୍ରତିଶତ ବଢିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.