ETV Bharat / business

ଲକଡାଉନ: ଡୋମିନୋସର ଅତ୍ୟାବଶ୍ୟକ ସାମଗ୍ରୀ ଡେଲିଭରି ଆରମ୍ଭ - ଡୋମିନୋସର ଅତ୍ୟାବଶ୍ୟକ ସାମଗ୍ରୀ ଡେଲିଭରି ଆରମ୍ଭ

କୋରୋନା ମୁକାବିଲାରେ ଆଗେଇ ଆସିଲା ଆପଣଙ୍କ ପ୍ରିୟ ଡୋମିନୋସ ପିଜା । ଲକଡାଉନ ମଧ୍ୟରେ ଘରେ ଘରେ ପହଞ୍ଚାଇବ ଡାଲି, ଅଟା, ମସଲା ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ । ଏଥିପାଇଁ ଆଜିଠୁ ଆରମ୍ଭ ‘ଡୋମିନୋସ ଏସେନ୍ସିଆଲ’ ।

Dominos essentials
ଡୋମିନୋସର ଅତ୍ୟାବଶ୍ୟକ ସାମଗ୍ରୀ ଡେଲିଭରି ଆରମ୍ଭ
author img

By

Published : Apr 2, 2020, 8:48 PM IST

ବେଙ୍ଗାଲୁରୁ: କୋରୋନା ଭାଇରସ ମହାମାରୀ ରୋକିବା ଲକ୍ଷ୍ୟ ଜାରି ରହିଛି ଲକଡାଉନ । ଏହା ମଧ୍ୟରେ ଲୋକଙ୍କ ପାଖରେ ଖାଇବା ପହଞ୍ଚାଇବାକୁ ଆଇଟିସି ଫୁଡସ ସହ ହାତ ମିଳାଇଲା ଡୋମିନୋସ ପିଜ୍ଜା । ଏହି ବୁଝାମଣା ଜରିଆରେ ଘରେ ଘରେ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବ ‘ଡୋମିନୋସ ଏସେନ୍ସିଆଲ’ । ଏ ନେଇ ଗୁରୁବାର ଡୋମିନସ ଘୋଷଣା କରିଛି ।

Dominos essentials
ଆଜିଠୁ ଆରମ୍ଭ ‘ଡୋମିନୋସ ଏସେନ୍ସିଆଲ’

ଏକ ସଯୁକ୍ତ ବିବୃତ୍ତିରେ କୁହାଯାଇଛି ଯେ, ଡୋମିନୋସର ଡେଲିଭରି ଢାଞ୍ଚାରେ ହିଁ ଗ୍ରାହକଙ୍କୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଅର୍ଡର ଉପରେ ହୋମ ଡେଲିଭରି କରାଯିବ ।

ସେହିଭଳି ଡୋମିନୋସ ଆପରେ ଲଙ୍କା, ଧନିଆ ଓ ହଲଦି ପାଉଡର ଭଳି ମସଲା ସମେତ ଆର୍ଶୀବାଦ ଅଟାର କମ୍ପୋ ପ୍ୟାକ ମଧ୍ୟ ଉପଲବ୍ଧ କହିବ । ଏହି ଆପ ଆଜି ଅର୍ଥାତ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ସେବା ପୂର୍ବରୁ ବେଙ୍ଗାଲୁରୁ ପରେ ନୋଏଡା, ମୁମ୍ବାଇ ଓ କୋଲକତା , ଚେନ୍ନାଇ, ହାଇଦ୍ରାବାଦ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ ।

ଏହି ସେବାର ଫାଇଦା ନେବାକୁ ଗ୍ରାହକଙ୍କୁ ପ୍ରଥମେ ଡୋମିନୋସ ଆପର ନୂଆ ଭର୍ସନକୁ ଅପଡେଟ କରି ଡୋମିନୋସ ଏସେନ୍ସିଆଲ ଉପରେ କ୍ଲିକ କରିବାକୁ ପଡିବ ।

ତେବେ କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ରହିଥିବା ଦିଶାନିର୍ଦ୍ଦେଶକୁ ପାଳନ କରି ଖାଦ୍ୟ ସାମଗ୍ରୀ ଡେଲିଭରି କରାଯିବ । ଧ୍ୟାନ ରହିବ ଯେପରି ବିନା ସ୍ପର୍ଶରେ ଡେଲିଭରିମ୍ୟାନ ଗ୍ରାହକଙ୍କ ପାଖରେ ଖାଦ୍ୟ ଯୋଗାଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.