ETV Bharat / business

‘ଜମାକର୍ତ୍ତାଙ୍କ ଟଙ୍କା ସୁରକ୍ଷିତ, ଉଠାଣ ନେଇ ଟେନସନ ନାହିଁ ’

author img

By

Published : Mar 17, 2020, 9:03 PM IST

ୟେସ ବ୍ୟାଙ୍କ ଜମାକର୍ତ୍ତାଙ୍କୁ ସିଇଓ ପ୍ରଶାନ୍ତ କୁମାର ଆଶ୍ବସ୍ତି । ସମସ୍ତ ଜମାକର୍ତ୍ତାଙ୍କ ଟଙ୍କା ସୁରକ୍ଷିତ ରହିଛି । ଏଥିସହ ଟଙ୍କା ଉଠାଣ ନେଇ ଚିନ୍ତା କରନ୍ତୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସିଇଓ ।

Depositors' money safe, don't see panic withdrawals
’ଜମାକର୍ତ୍ତା ଟଙ୍କା ସୁରକ୍ଷିତ, ଉଠାଣ ନେଇ ଟେନସନ ନାହିଁ ’

ମୁମ୍ବାଇ: ୟେସ୍‌ ବ୍ୟାଙ୍କ ଜମାକର୍ତ୍ତାଙ୍କ ଟଙ୍କା ସୁରକ୍ଷିତ ରହିଛି । ଟଙ୍କା ଉଠାଣ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ । ଆସନ୍ତା ବୁଧବାର ସନ୍ଧ୍ୟା 6 ଟାରୁ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ସ୍ବାଭାବିକ ହେବ । ମଙ୍ଗଳବାର ୟେସ୍‌ ବ୍ୟାଙ୍କର ନବ ନିଯୁକ୍ତ ସିଇଓ ପ୍ରଶାନ୍ତ କୁମାର ଏ ନେଇ ଆଶ୍ବସ୍ତ କରିଛନ୍ତି ।

ଗତ 3 ଦିନରେ ୟେସ ବ୍ୟାଙ୍କରେ ଟଙ୍କା ଉଠାଣ ତୁଳନାରେ ଜମା ଅଧିକ ହୋଇଛି । ବ୍ୟାଙ୍କର କେବଳ ଏକ-ତୃତୀୟାଂଶ ଗ୍ରାହକ ହିଁ ନିଜ ଆକାଉଣ୍ଟରୁ 50 ହଜାର ଲେଖାଁଏ ଉଠାଇଛନ୍ତି । ସଙ୍କଟଗ୍ରସ୍ଥ ୟେସ୍‌ ବ୍ୟାଙ୍କ ଉପରେ ଲାଗିଥିବା କଟକଣା ଆସନ୍ତା 18 ସଂନ୍ଧ୍ୟା 6ଟାରୁ ହଟିଯିବ । ପୁନର୍ଗଠନ ଯୋଜନା ଅଧିନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଓ ଅନ୍ୟ କିଛି ଘରୋଇ ବ୍ୟାଙ୍କ ମିଳିତ ଭାବେ ୟେସ ବ୍ୟାଙ୍କରେ ନିବେଶ କରିବେ ।

ୟେସ୍‌ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ, ଷ୍ଟେଟ ବ୍ୟାଙ୍କ ପାଖରେ ୟେସ ବ୍ୟାଙ୍କର ଯାହା ବି ସେୟାର ରହିଛି, ସେଥିରୁ 3 ବର୍ଷର ବନ୍ଧକ ଅବଧି ପୂର୍ବରୁ ଗୋଟିଏ ବି ସେୟାର ବିକ୍ରି କରାଯିବ ନାହିଁ । ଏଥିସହ ସେ କହିଛନ୍ତି ଯେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ବିତୀୟ ପର୍ଯ୍ୟାୟର ପୁଞ୍ଜି ସମର୍ଥନରେ ୟେସ ବ୍ୟାଙ୍କରେ ନିଜ ଅଂଶଧନକୁ 49 ପ୍ରତିଶତକୁ ବୃଦ୍ଧି କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.